PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ: ଶ୍ରୀମନ୍ଦିରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌, ଗର୍ଭଗୃହ ଓ ନାଟମଣ୍ଡପ ଫାଟର ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିବ ଟିମ୍‌
  • ||
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ଓ୍ବାସରୁମ୍ ଭାବି ମହିଳା ଯାତ୍ରୀ ଜଣକ ଖୋଲିଦେଲେ ବିମାନର ଏମର୍ଜନ୍ସି ଡୋର, ଜାଣନ୍ତୁ ଏହାପରେ କ‘ଣ ହେଲା…

ନୂଆଦିଲ୍ଲୀ,୯।୬: ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ(ପିଆଇଏ)ରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀ ଭୁଲରେ ବିମାନର ଏମର୍ଜନ୍ସି  ଡୋରକୁ ଓ୍ବାଶରୁମ ଭାବିକି ଖୋଲି ଦେଇଥିଲେ। ଯାହାଫଳରେ ଅନ୍ୟ ଯାତ୍ରୀମାନେ ଆତଙ୍କିତ ହୋଇପଡିଥିଲେ। ପାକିସ୍ତାନର ରାଷ୍ଟ୍ରୀୟ ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି ବିମାନ ଶନିବାର ଭୋରରେ ମାଞ୍ଚେଷ୍ଟର ବିମାନ ବନ୍ଦରର ରନଓ୍ବେରେ ଠିଆ ହୋଇଥିଲା। ଏହି ସମୟରେ ମହିଳା ଯାତ୍ରୀ ଜଣକ ବଟନ ଦବାଇ ଦେଇଥିଲେ, ଯାହାଫଳରେ ଜରୁରୀକାଳୀନ ଡୋର ଖୋଲି ଯାଇଥିଲା।

ପିଆଇଏର ମୁଖପାତ୍ରଙ୍କ କହିବା ଅନୁସାରେ ପିଆଇଏର ମାଞ୍ଚେଷ୍ଟର ଉଡାଣ ପିକେ-୭୦୨ରେ ୭ଘଣ୍ଟା ବିଳମ୍ବ ହୋଇଥିଲା। ଏହି ଘଟଣା ପରେ ମାନକ ସଞ୍ଚାଳନ ପକ୍ରିୟା ଅନୁସାରେ ୪୦ ଯାତ୍ରୀଙ୍କୁ ତାଙ୍କର ଜିନିଷ ସହିତ ବିମାନ ତଳକୁ ଓହ୍ଲାଇବାକୁ ପଡିଥିଲା। ଯାତ୍ରୀଙ୍କ ପରିବହନ ଓ ହୋଟେଲରେ ରହିବାର ବ୍ୟବସ୍ଥା କରାଯାଇଥିଲା ଓ ପରେ ତାଙ୍କୁ ଅନ୍ୟ ଏକ ବିମାନରେ ପଠାଯାଇଥିଲା। ପିଆଇଏର ମୁଖ୍ୟ କାର୍ଯ୍ୟକାରୀ ଏୟାର ମାର୍ଶଲ ଅର୍ଶଦ ମାଲିକ ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର