ପତ୍ନୀକୁ ଜୀବନରେ ମାରିବାକୁ ଚେଷ୍ଟା,ଚଳନ୍ତା କାରରୁ ଫିଙ୍ଗିଲେ ସ୍ବାମୀ

କୋଏମ୍ବାଟୁ,୧୧।୬: ଚଳନ୍ତା କାରରୁ ନିଜ ପତ୍ନୀଙ୍କୁ ଠେଲି ଜଣେ ବ୍ୟକ୍ତି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଏହି ଘଟଣା କୋଏମ୍ବାଟୁରର ଥୁଦିୟାଲୁରରେ ଘଟିଥିବା ବେଳେ ସିସିଟିଭି ଫୁଟେଜରୁ ଏହାର ପ୍ରମାଣ ମିଳିଛି। ପତ୍ନୀଜଣକ କାରରୁ ପଡି କ୍ଷତାକ୍ତ ହୋଇଥିବା ବେଳେ ସେ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକଙ୍କ ବିରୋଧରେ ହତ୍ୟା ଉଦ୍ୟମ କରିଥିବା ମାମଲା ରୁଜୁ କରିଛନ୍ତି। ଏହାପରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଲାଗୁ କରିଛି।
ମହିଳାଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀ ଅରୁଣ ଜୋ ଅମଲରାଜ ଓ ତାଙ୍କ ଶାଶୁ-ଶ୍ବଶୁର ତାଙ୍କୁ ଚଳନ୍ତା କାରରୁ ଫୋପାଡି ଦେଇଥିଲେ। ଏହାର ଭିଡିଓ ଏବେ ଦେଖିବାକୁ ମିଳିଛି, ଯେଉଁଥିରେ ପୀଡିତାଙ୍କୁ ତଳେ ପଡୁଥିବାର ଦେଖିବାକୁ ମିଳିଛି। ମହିଳା ଜଣକ ଏ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଥୁଦିୟାଲୁର ପୋଲିସ ୨୯୪(ବି).୩୨୩,୫୦୬(ii), ୪୯୮(ଏ),୩୦୭ ଆଇପିସି ଓ ଟିଏନପିଏଚଏଚ ୪ ଅନୁସାରେ ମାମଲା ରୁଜୁ କରିଛି। ପୋଲିସ ସିସିଟିଭି ଫୁଟେଜ ଖୋଜାଖୋଜି ଆରମ୍ଭ କରିଦେଇଛି। ଏହା ସହ ଫେରାର ସ୍ବାମୀ ଏବଂ ଶାଶୁ-ଶ୍ବଶୁରଙ୍କ ସନ୍ଧାନରେ ରହିଛି ପୋଲିସ।