PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଶାଶୁ ପାଇଁ ଲଣ୍ଡା ହୋଇଗଲେ ବୋହୂ,କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୭: ପ୍ରାୟତଃ ଅଧିକାଂଶ ଘରେ ଶାଶୁ-ବୋହୂଙ୍କ ସମ୍ପର୍କରେ ରହିଥାଏ ତିକ୍ତତା। କେଉଁଠି ଶାଶୁ ତା’ର ବୋହକୁ ତ ଆଉ କେଉଁଠି ବୋହୂ ତା’ର ଶାଶୁକୁ ଦେଇଥାଏ ନିର୍ଯ୍ୟାତନା। କିନ୍ତୁ ଶାଶୁ-ବୋହୁଙ୍କ ଭିତରେ ଯଦି ଭଲ ସମ୍ପର୍କ ଥାଏ ତେବେ ତାହା ମା-ଝିଅଙ୍କ ଠାରୁ ଆହୁରି ଘନିଷ୍ଠ ହୋଇପାରେ ବୋଲି ଦେଖାଇଛନ୍ତି ଜଣେ ବୋହୂ। ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଲେ  ନମିଥା ବର୍ମା ରାଜେଶ। ସେ ନିଜର କ୍ୟାନସର ରୋଗରେ ପୀଡିତ ଶାଶୁଙ୍କ ପାଇଁ ବଳିଦାନ ଦେବାକୁ ଯାଇ ​‌ନିଜେ ହୋଇପଡିଥିଲେ ଲଣ୍ଡା।

ନମିଥା ଏକ ଫାଇନାନ୍ସ କମ୍ପାନୀରେ  କଣ୍ଟେଣ୍ଟ ହେଡ୍ ଭାବରେ କାମ କରନ୍ତି। ତାଙ୍କର ଶାଶୁ କ୍ୟାନସର ରୋଗରେ ପୀଡିତ। କ୍ୟାନସର ସମୟରେ ଯେତେବେଳେ ପୀଡିତଙ୍କର କେମୋଥେରାପି ହୋଇଥାଏ ସେହି ସମୟରେ ତାଙ୍କର ବାଳ ଝଡିଯାଇଥାଏ। ଏହି କାରଣରୁ ବହୁ ପୀଡିତ କେମେଥେରାପି ନେବା ପୂର୍ବରୁ ନିଜର ସବୁ କେଶ କାଟି ଦେଇ ଲଣ୍ଡା ହୋଇଯାଇଥାନ୍ତି। ଏଭଳି ମଧ୍ୟ ନମିଥାଙ୍କ ଶାଶୁଙ୍କର କେମୋଥେରାପି ହେବାର ଥିଲା, ସେ ତାଙ୍କ ଶାଶୁଙ୍କୁ ସାହାସ ଦେବାକୁ ଯାଇ ନିଜର ସବୁ କେଶ କାଟି ଦେଇଥିଲେ।

କ୍ୟାନସର ରୋଗୀଙ୍କୁ କେମୋଥୋରାପି ଦିଆଯିବା ବେଳେ ତାଙ୍କର କେଶର ଯେଉଁ ଗ୍ରୋଇଙ୍ଗ ସେଲ୍ ରହିଥାଏ ତାହା ଭାଙ୍ଗିଯାଇଥାଏ। ନିମିଥଙ୍କ ଶାଶୁଙ୍କୁ କ୍ୟାନସର ଥିବାରୁ ତାଙ୍କୁ ମଧ୍ୟ କେମୋଥେରାପି ଦିଆଯାଉଥିଲା। ନିଜର ଶାଶୁଙ୍କ ଏଭଳି ସମୟରେ ସାଥ୍ ଦେଇ ନମିଥା ଶାଶୁ-ବୋହୁଙ୍କ ସମ୍ପର୍କକୁ ନୂଆ ଉଦାହରଣ ଦେଇଛନ୍ତି। ଏହା ସହ କ୍ୟାନସର ରୋଗୀଙ୍କୁ ପରିବାର ଲୋକଙ୍କ ଠାରୁ ଇମୋସନାଲ ସର୍ପୋଟ ମିଳିବା କାରଣରୁ ତାଙ୍କ କଷ୍ଟ ଅଧା କମ୍ ହୋଇଯାଇଥାଏ।  

ଏକ ଖବର କାଗଜକୁ ନିଜର ସାକ୍ଷାତକାର ଦେଇ ନମିଥା କହିଛନ୍ତି, ସେ ଚାହୁଁଥିଲେ ତାଙ୍କର ଶାଶୁ କ୍ୟାନସର ରୋଗ ପ୍ରତି କୌଣସି ପ୍ରକାରର ଭୟ ରଖନ୍ତୁ ନାହିଁ। ଯେତେବେଳେ ତାଙ୍କର କେଶ ଝଡିବାରେ ଲାଗିଥିଲା , ସେତେବେଳେ ମୁଁ ତାଙ୍କୁ କହିଲି କେଶ ସବୁ କାଟିଦେବାକୁ। ତାଙ୍କୁ ଯେପରି ଭୟ ନଲାଗିବ ସେଥିପାଇଁ ମୁଁ ମଧ୍ୟ ନିଜର ସବୁ କେଶ କାଟି ଲଣ୍ଡା ହୋଇଯାଇଥିଲି। ମୋର କେଶ କାଟିବା ଦ୍ବାରା ସେହି ଲୋକଙ୍କୁ ସହାୟତା ମିଳିବ ଯେଉଁମାନେ ଓ୍ବିଗ କିଣି ପାରିବେନି। ଉଲ୍ଳେଖନୀୟ ଯେ, ନମିଥା ନିଜର କେଶକୁ ଡୋନୋଟ୍ କରିଦେଇଛନ୍ତି।