ନୟାଗଡ,୪।୫  :  କାଜୁ ତୋଳିବାକୁ ଯାଇଥିବାବେଳ ଦଳିଦେଲା ହାତୀ। ହାତୀ ଆକ୍ରମଣରେ ମହିଳା ମୃତ ।  ମୃତକ ହେଲେ ନୟାଗଡ ଜିଲ୍ଲା ମହିପୁର ରେଞ ବରକୋଳା ଗ୍ରାମର ତିଳୋତ୍ତମା ପ୍ରଧାନ ।

ତିଳୋତ୍ତମା ନିଜ ଜାଆ ଏବଂ ଅନ୍ୟ ୪ଜଣ ମହିଳାଙ୍କ ସହିତ ଜଙ୍ଗଲକୁ କାଜୁ ତୋଳିବାକୁ ଯାଇଥିଲେ । ତିଳୋତ୍ତମା ଟିକେ ଉପରେ ଥାଇ କାଜୁ ତୋଳୁଥିବା ସମୟରେ ଅନ୍ୟମାନେ ତଳେ ରହିଯାଇଥିଲେ । ସେହି ସମୟରେ ଏକ ହାତୀ ଆସିଥିଲା। ଏହା ଦେଖି ତଳେ ଥିବା ମହିଳାମାନେ ଦୌଡି ପଳାଇ ଯାଇଥିଲେ । ହେଲେ ତିଳୋତ୍ତମା ଯାଇପାରିନଥିଲେ । ହାତୀ  ହାବୁଡରେ ପଡିଯାଇଥିଲେ। ହାତୀଟି ତିଳୋତ୍ତମାକୁ ଟେକି ନେଇ ଫୋପାଡିବା ସହ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ହୋଇଯାଇଥିଲା ।  ଖବର ପାଇ ପୋଲିସ ଏବଂ ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି।