ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

ନାଇଟ୍ ଡ୍ୟୁଟିରେ ମହିଳା କନେଷ୍ଟବଳ ଅସୁରକ୍ଷିତ, ଥାନା ଆଇଆଇସିଙ୍କ ପ୍ରେମ ନିବେଦନ ଅଭିଯୋଗ ପରେ ଉଠିଲା ପ୍ରଶ୍ନ...

Published By : Prameya | January 17, 2025 9:02 AM

ରାମଚଣ୍ଡୀ,୧୭/୦୧: କୋଣାର୍କ ବେଳାମାର୍ଗସ୍ଥିତ ରାମଚଣ୍ଡୀ ଥାନାର ଜଣେ ମହିଳା କନେଷ୍ଟବଳ ନିଜକୁ ଅସୁରକ୍ଷିତ ମନେ କରି ଏସ୍‌ପିଙ୍କୁ ନ୍ୟାୟ ପାଇଁ ଲିଖିତ ଭାବେ ନିବେଦନ  କରିଛନ୍ତି । ମହିଳା କନେଷ୍ଟବଳ ଥାନା ଅଧିକାରୀଙ୍କ  ବିରୋଧରେ ଏଭଳି ଅଭିଯୋଗ ଆଣିବାରୁ ଘଟଣାଟି  ସ୍ଥାନୀୟ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି ।  

ରାମଚଣ୍ଡୀ ଥାନାର ମହିଳା କନେଷ୍ଟବଳ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି, ମୁଁ  ବୁଧବାର ରାତିରେ ଥାନା ପରିସରରେ ଥିବା ରୁମ୍‌ରେ ଥିବା ବେଳେ ଆଇଆଇସି ରାତି ପ୍ରାୟ  ୧୧ଟା ୫୦ରେ ମୋତେ ଫୋନ୍‌ କରିଥିଲେ । ମୋତେ ମେନ୍‌ ଗେଟ୍‌ ଖୋଲିବାକୁ କହିଥିଲେ ।  ମୁଁ କେଉଁ ଗେଟ୍‌ ଖୋଲିବି ବୋଲି ପଚାରିବାରୁ, ସାର୍‌ ମୋତେ ତୁ ଯେଉଁ ରୁମ୍‌ରେ ଶୋଇଛୁ ତା’ର ପଛପଟ କବାଟ ଖୋଲ । ମୋର ସେଣ୍ଟ୍ରି ଡ୍ୟୁଟି ନାହିଁ  ବୁଲୁ ଭାଇଙ୍କର ଡ୍ୟୁଟି ଅଛି ଡାକିବି । ନାଇଁ ନାଇଁ  ତାକୁ ଡାକନା । ତୁ ତୋ ରୁମର ପଛପଟ କବାଟ ଖୋଲ । ମୁଁ ନ ଖୋଲିବାରୁ ମୋତେ କହିଲେ  ମୁଁ କ’ଣ ନିରାଶ ହୋଇ ଫେରିଯିବି । ମୁଁ ଏହା  ଶୁଣି ଭୟଭିତ ହୋଇ କନଷ୍ଟେବଳ ବିଦ୍ୟାଧର  ଟୁଡୁଙ୍କୁ ଫୋନ୍‌ ଯୋଗେ ଏକଥା ଜଣାଇଥିଲି ।  ସାରା ରାତି କାନ୍ଦି ଅନିଦ୍ରାରେ ଭୟଭୀତ ଅବସ୍ଥାରେ  ରହିଛି । ପୂର୍ବରୁ ଥରେ ଏଭଳି କରିଥିଲେ । ଆଇଆଇସିଙ୍କର ଏତାଦୃଶ୍ୟ କାର୍ଯ୍ୟ ପାଇଁ ଆମ୍ଭେ  ଥାନାରେ ନିଜକୁ ଅସୁରକ୍ଷିତ ମନେ କରୁଛୁ । ଏହି ଘଟଣାର ତଦନ୍ତ କରାଗଲେ ତାଙ୍କୁ  ନ୍ୟାୟ ପ୍ରଦାନ କରାଯାଉ ବୋଲି ଗୁହାରି  କରିଛନ୍ତି । ଏହି ଅଭିଯୋଗ ପତ୍ର ସେ ନିମାପଡ଼ା  ଏସ୍‌ଡିପିଓଙ୍କ ଜରିଆରେ ଏସ୍‌ପିଙ୍କୁ ପ୍ରଦାନ  କରିଛନ୍ତି । ଏହି ଅଭିଯୋଗ ପାଇବା ପରେ ଜଣେ  ବରିଷ୍ଠ ଅଧିକାରୀଙ୍କୁ ଘଟଣାର ତଦନ୍ତ ଲାଗି  ପଠାଇଥିବା ଏସ୍‌ପି ବିନୀତି ଅଗ୍ରୱାଲ୍‌ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.