ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବୟସ ୬୨ ଛୁଇଁଲାଣି, ନିଶୁଳ୍କ ପ୍ରସବ କରାଇ ଉଦାହରଣ ପାଲଟିଛନ୍ତି ପ୍ରେମଲତା

Published By : Prameya | March 8, 2025 4:45 PM

ପାରାଦୀପ, ୭।୩(ଭାଗିରଥୀ ମଲ୍ଲିକ): ସରକାରୀ ଚାକିରିରୁ ସେବା ନିବୃତ୍ତ  ହୋଇଗଲେ । ହେଲେ ଅବସର  ପରେ ବି ସେ ନିଃଶୁଳ୍କ ସେବା  କାର୍ଯ୍ୟ ଜାରି ରଖିଛନ୍ତି । ଏପରି  ଜଣେ ମହିୟସୀ ସେବିକା ହେଲେ  ପାରାଦୀପ ଷଣ୍ଢକୁଦର ପ୍ରେମଲତା  ବାରିକ(୬୨) । ୧୯୮୩ ସେପ୍ଟମ୍ବର  ୨୩ରେ ଏରସମାରେ ସ୍ୱାସ୍ଥ୍ୟକର୍ମୀ  ଭାବେ ଚାକିରି ଆରମ୍ଭ କରି ୨୦୨୩  ଏପ୍ରିଲ ୩୦ରେ ସ୍ୱାସ୍ଥ୍ୟ ପରିଦର୍ଶିକା  ଭାବେ ଅବସର ନେଇଛନ୍ତି । ସେ  ୧୯୯୭ରେ ରାଜ୍ୟପାଳଙ୍କଠାରୁ  ମଦର ଟେରେସା ସମ୍ମାନ ଓ  ୨୦୨୦ରେ ରାଷ୍ଟ୍ରପତିଙ୍କଠାରୁ ନାସନାଲ୍‌  ଫ୍ଲୋରେନ୍ସ ନାଇଟେଙ୍ଗଲ୍‌ ପୁରସ୍କାର  ପାଇଛନ୍ତି । ଗଞ୍ଜାମ ଆଡପଡ଼ା ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ବେଳେ ଗୋଟିଏ  ମାସରେ ୨୫୦ ମହିଳାଙ୍କର ପ୍ରସବ  କରାଇଥିଲେ ପ୍ରେମଲତା ।  

ନବେ ଦଶକରେ   ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର  ଉପରେ ଗୁରୁତ୍ୱ ଦିଆଯାଉଥିଲା ।  ସେତେବେଳେ ଅପରେସନ ପରେ  ଜଣେ ସ୍ତ୍ରୀ ଲୋକଙ୍କୁ ସେ ଘରକୁ  ନେଇଥିଲେ । ସେଥିପାଇଁ ସଂପୃକ୍ତ  ମହିଳାଙ୍କ ସ୍ୱାମୀଙ୍କଠାରୁ ସେ ଗାଳି  ଖାଇଥିବା ଦୁଃଖଦ ଘଟଣା ଥିଲା  ବୋଲି କହିଛନ୍ତି ପ୍ରେମଲତା ।  ୨୦୨୪ ଜାନୁଆରୀ ୬ ତାରିଖ କଥା  ମନେପକାଇ ସେ କହନ୍ତି, ସକାଳୁ ମୁଁ  ଉଠି ମୁହଁ ଧୋଉଥିବାବେଳେ ହଠାତ  ଖବର ଆସିଲା ନୂଆବଜାର ଛକରେ  ଜଣେ ପ୍ରସୂତି କଷ୍ଟ ପାଉଛନ୍ତି । ଯାଇ  ଦେଖିଲା ବେଳକୁ ସେ ଗରିବ ଲୋକଟି  ତା’ ଗର୍ଭବତୀ ସ୍ତ୍ରୀଙ୍କୁ ଏକ ଟ୍ରଲିରେ  ମେଡିକାଲ୍‌ ନେଉଛି କିନ୍ତୁ ଆଉ  ଯାଇପାରୁନି । ଶିଶୁର ମୁଣ୍ଡ ବାହାରି  ଆସିଲାଣି । ସଙ୍ଗେ ସଙ୍ଗେ ସ୍ଥାନୀୟ  ଲୋକଙ୍କୁ କହି ଲୁଗା, ବେଡ୍‌ସିଟ୍‌ ଆଣି  ତଳେ ପକାଇ ଚାରିକଡ ଘୋଡ଼ାଇ  ପ୍ରସବ କରାଇଥିଲି ।’ ପ୍ରେମଲତାଙ୍କର  ଏପର୍ଯ୍ୟନ୍ତ ୬ଟି ପୁସ୍ତକ ଭକ୍ତି  ପ୍ରେମାଞ୍ଜଳି, ଦେହ ନିରୋଗ ଧରା  ସରଗ ଆଦି ପ୍ରକାଶିତ ହୋଇଥିବା  ବେଳେ ଅନ୍ୟ ଏକ ପୁସ୍ତକ ଶେଷ  ସଳିତାର ନିଆଁ ପ୍ରକାଶ ଅପେକ୍ଷାରେ  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.