ନୂଆଦିଲ୍ଲୀ,୧୦/୦୭: ଐତିହାସିକ ଲର୍ଡ୍ସ ଷ୍ଟାଡିୟମ ପ୍ରଥମ ଥର ମହିଳା ଟେଷ୍ଟ ଆୟୋଜନ କରିବାକୁ ଯାଉଛି । ଆଜିଠୁ ଆୟୋଜକ ଇଂଲଣ୍ଡ ଓ ଭାରତୀୟ ମହିଳା ଦଳ ମଧ୍ୟରେ ଏକମାତ୍ର ଟେଷ୍ଟ ଆରମ୍ଭ ହେବ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦେଶର ପ୍ରଶଂସକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଫଳରେ ମ୍ୟାଚ୍‌ କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ପୁରୁଷ ଇଂଲଣ୍ଡ ଦଳଠୁ ଭାରତ ଟି-ଟ୍ୱେଣ୍ଟି ସିରିଜ୍ ହାରିଛି । ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତ ବ୍ୟାକ୍ ଟୁ ବ୍ୟାକ୍ ପରାଜୟ ସହ ୨ଟି ସିରିଜ୍ ହରାଇଛି । ଏବେ ସେହି ମହିଳା ଇଂଲଣ୍ଡ ଟିମ୍ ବିପକ୍ଷରେ ଟେଷ୍ଟ ସିିରିଜ ଖେଳିବ ମହିଳା ଭାରତୀୟ ଦଳ । ଯେଉଁଠି ଇଂଲଣ୍ଡ ବିପକ୍ଷରେ ପୁରୁଷ ଦଳ ସିରିଜ୍ ହାରିଛି ସେହି ମହିଳା ଦଳ ବିପକ୍ଷରେ ଭାରତ ଖେଳିବ । ସିରିଜ୍ ଜିତିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ହରମନପ୍ରୀତ୍ ।

ଉଭୟ ଦଳ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ପ୍ରଦର୍ଶନକୁ ଭୁଲାଇ ଶ୍ରେଷ୍ଠ ଖେଳ ଦେଖାଇବାକୁ ପ୍ରସ୍ତୁତ । ବିଶ୍ୱକପ୍‌ରେ ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆଠୁ ହାରି ରନର୍ସ ଅପ୍‌ ହୋଇଥିବାବେଳେ ଭାରତ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଇଂଲଣ୍ଡ ଓ ଭାରତ ମଧ୍ୟରେ ୧୬ଟି ଟେଷ୍ଟ ଖେଳାଯାଇଛି । ଏଥିରେ ଭାରତ ୩ଟି ଜିତିଥିବାବେଳେ ଇଂଲଣ୍ଡ ଗୋଟିଏରେ ବିଜୟ ହାସଲ କରିଛି । ବାକି ୧୨ଟି ମ୍ୟାଚ୍‌ ଡ୍ର’ ହୋଇଛି । ୧୯୯୫ରେ ଇଂଲଣ୍ଡ ଦଳ ଶେଷ ଥର ଭାରତକୁ ଟେଷ୍ଟ ମ୍ୟାଚ୍‌ରେ ପରାଜିତ କରିଥିଲା । ଅନ୍ୟ ପଟରେ ଭାରତ ୨୦୨୧ ପରଠୁ ଏପର୍ଯ୍ୟନ୍ତ ୬ଟି ଟେଷ୍ଟ ଖେଳି ଗୋଟିଏ ମ୍ୟାଚ୍‌ ହାରିଛି । ୨୦୨୩ରେ ଦଳ ଶେଷ ଥର ଇଂଲଣ୍ଡକୁ ପରାସ୍ତ କରିଥିଲା । ଭାରତ ଏକ ସନ୍ତୁଳିତ ଗଠନ କରିଛି । ସ୍ମୃତି ମନ୍ଧନା, ଶେଫାଳି ବର୍ମା, ହର୍ମନପ୍ରୀତ କୌର, ଦୀପ୍ତି ଶର୍ମା ଓ ରିଚା ଘୋଷଙ୍କ ଭଳି ଦକ୍ଷ ବ୍ୟାଟର ରହିଛନ୍ତି । ବୋଲିଂ ବିଭାଗରେ ଯୁବା ପେସ୍‌ ବୋଲର କ୍ରାନ୍ତି ଗୌଡ଼ ଓ ସ୍ପିନର ସ୍ନେହ ରାଣା ଇଂଲଣ୍ଡ ବ୍ୟାଟରଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହେବେ । ଇଂଲଣ୍ଡ ଅପେକ୍ଷାକୃତ ଶକ୍ତିଶାଳୀ ରହିଛି । ଟାମି ବିଉମଣ୍ଟ, ନାତାଲି ସ୍କିଭର-ବ୍ରଣ୍ଡ, ହିଦର ନାଇଟ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏହି ୩ ବ୍ୟାଟର ଭାରତୀୟ ବୋଲରଙ୍କ ପାଇଁ ଚିନ୍ତାଜନକ ସାବ୍ୟସ୍ତ ହୋଇପାରନ୍ତି । ବୋଲିଂରେ ଲାଉରେନ ଫିଲର ଓ ସୋଫି ଏକ୍ଲେଷ୍ଟୋନ୍‌ଙ୍କ ଉପରେ ନଜର ରହିବ । 

ବଦଳିବ ୧୪୨ ବର୍ଷର ଇତିହାସ- ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଭାରତ ଏବଂ ଇଂଲଣ୍ଡ ମହିଳା କ୍ରିକେଟ୍ ଦଳ ମଧ୍ୟରେ ସିରିଜର ଏକମାତ୍ର ଟେଷ୍ଟ ମ୍ୟାଚ୍ ଆଜି ଆରମ୍ଭ ହେବ । ପୁରୁଷ କ୍ରିକେଟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ୧୮୮୪ ମସିହାରେ ଖେଳାଯାଇଥିଲା, ଯେତେବେଳେ ମହିଳା ଦଳ ପାଇଁ ପ୍ରଥମ ଟେଷ୍ଟ ମ୍ୟାଚ୍ ୧୯୩୪ ମସିହାରେ ଖେଳାଯାଇଥିଲା । ଟେଷ୍ଟ ଫର୍ମାଟ୍ ଆରମ୍ଭ ହେବାର ୧୪୨ ବର୍ଷ ବିତିଗଲାଣି, କିନ୍ତୁ ଲର୍ଡସରେ କେବେବି ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯାଇନାହିଁ । ଆଜି ପ୍ରଥମ ଥର ଲର୍ଡ୍ସରେ ମହିଳା ଟେଷ୍ଟ ଆୟୋଜନ କରି ୧୪୨ ଥର ଇତିହାସ ବଦଳାଇବା ଯାଉଛି ।
​​​​​​​

ଏହା ବି ପଢନ୍ତୁ...IND VS ENG: ଭାରତକୁ ଲାଗିଛି କାହା ନଜର ? ବ୍ରୁକ୍-ସଲ୍ଟଙ୍କ ଧମାକା,୯ ୱିକେଟ୍‌ରେ ଜିତି ସିରିଜ କବ୍‌ଜା କଲା ଇଂଲଣ୍ଡ

ସମ୍ଭାବ୍ୟ ଇଂଲଣ୍ଡ ଏକାଦଶ: ଟାମି ବିଉମଣ୍ଟ, ମାୟା ବୌଚିର, ନାତାଲି ସ୍କିଭର-ବ୍ରଣ୍ଟ (ଅଧିନାୟିକା), ହିଦର ନାଇଟ୍‌, ଆଲିସ୍‌ କ୍ୟାପସି, ଆମି ଜୋନ୍ସ, ମାଡି ଭିଲିୟର୍ସ, ଇସି ୱଙ୍ଗ, ସୋଫି ଏକ୍ଲେଷ୍ଟୋନ, ଲାଉରେନ ଫିଲର, ଲାଉରେନ ବେଲ/ଟିଲି କର୍ଟିନ- କୋଲମାନ । 

ସମ୍ଭାବ୍ୟ ଭାରତ ଏକାଦଶ: ସ୍ମୃତି ମନ୍ଧନା, ଶେଫାଳି ବର୍ମା, ୟସ୍ତିକା ଭାଟିଆ/ହର୍ଲିନ ଦେଓଲ, ହର୍ମନପ୍ରୀତ କୌର (ଅଧିନାୟିକା), ଜେମିମା ରୋଡ୍ରିଗ୍ସ, ରିଚା ଘୋଷ, ଦୀପ୍ତି ଶର୍ମା, ସ୍ନେହ ରାଣା, ସାୟଲୀ ସତଘରେ, ଏନ୍‌ ଶ୍ରୀ ଚରଣୀ, କ୍ରାନ୍ତି ଗୌଡ଼ ।