ମୁମ୍ୱାଇ – କିଶୋର କୁମାର ତାଙ୍କ ସମୟରେ ଅନେକ ଷ୍ଟାରଙ୍କୁ ନିଜର ଭଏସ ଦେଇଛନ୍ତି। ଏମିତି କି ଅନେକ ଅଭିନେତାଙ୍କ ଡିମାଣ୍ଡ ଥିଲା, କିଶୋର କୁମାର ହିଁ ତାଙ୍କ ପାଇଁ ଗୀତ ଗାଆନ୍ତୁ। କିନ୍ତୁ ଆପଣ ଜାଣନ୍ତି , ଜଣେ ଅଭିନେତାଙ୍କ ପାଇଁ କିଶୋର କୁମାର ଗୀତ ଗାଇବାକୁ ବନ୍ଦ କରି ଦେଇ ଥିଲେ । ସେ ଅଭିନେତା ଥିଲେ ମିଥୁନ ଚକ୍ରବର୍ତ୍ତୀ। ଏହାର ପଛର କାରଣ ଥିଲା ବ୍ୟକ୍ତିଗତ।

ଉଲ୍ଲେଖନୀୟ ଯେ , କିଶୋର କୁମାର ଯୋଗୀତା ବାଲୀଙ୍କୁ ବିବାହ କରିଥିଲେ। ଏହା ତାଙ୍କର ତୃତୀୟ ବିବାହ ଥିଲା ,ଯାହା କି ସେ ମଧୁବାଲାଙ୍କ ଦେହାନ୍ତ ପରେ କରି ଥିଲେ। କିନ୍ତୁ ଏହି ସଂପର୍କ ଅଧିକ ଦିନ ରହି ପାରି ନଥିଲା। ଯୋଗୀତାଙ୍କର ହୃଦୟ ମିଥୁନଙ୍କ ପାଇଁ ବ୍ୟାକୁଳିତ ହୋଇ ଥିଲା। ଉଭୟ ଫିଲ୍ମ  ‘ଖ୍ୱାବ୍‌’ ବେଳେ ଉଭୟଙ୍କର ପ୍ରେମ ହୋଇ ଗଲା।

ମିଥୁନ ଓ ଯୋଗୀତା ପୁଣି ବିବାହ କଲେ। ଏମିତି କୁହାଯାଏ କି ଯୋଗୀତାଙ୍କ ମିଥୁନଙ୍କ ବିବାହ କରିବା ନେଇ କିଶୋର କୁମାରଙ୍କ ହୃଦୟ ଭାଙ୍ଗି ଯାଇଥିଲା। ସେ ପୁଣି କେବେ ମିଥୁନଙ୍କ ପାଇଁ ଗୀତ ଗାଇଲେ ନାହିଁ। କିନ୍ତୁ ଏମିତି କୁହାଯାଏ କି ସମୟ ପୁଣି ସଂପର୍କ ଯୋଡ଼ି ଦିଏ। ଉଭୟଙ୍କ ମଧ୍ୟରେ ମନାନ୍ତର ପୁଣି କମି ଗଲା। କିଶୋର କୁମାର ପୁଣି ମିଥୁନଙ୍କ ପାଇଁ ଗୀତ ଗାଇବା ଆରମ୍ଭ କରି ଦେଲେ ,ଯେମିତି କି ‘ସୁରକ୍ଷା’ ଓ ‘ୱକ୍ତ କି ଆୱାଜ’ ରେ।

ଆହୁରି ମଧ୍ୟ ପଢନ୍ତୁ - ବିଜୟଙ୍କ ‘ଜନ ନାୟଗନ’କୁ ସେନ୍ସର ବୋର୍ଡ଼ରୁ ମିଳିଲା A ସାର୍ଟିଫିକେଟ, ରିଲିଜ୍ ଡେଟ୍ ହେଲା କନଫର୍ମ

କିଶୋର ଜାଣି ନଥିଲେ ଯେ, ତାଙ୍କର ଶେଷ ଗୀତ ଆଉ କାହା ପାଇଁ ନୁହେଁ , ବରଂ ମିଥୁନ ଚକ୍ରବର୍ତ୍ତୀଙ୍କ ପାଇଁ ହିଁ କରିବେ। ଉଲ୍ଲେଖନୀୟ ଯେ, କିଶୋର କୁମାରଙ୍କ ଯେଉଁ ଶେଷ ଗୀତ ଥିଲା, ଯାହାକି ସେ ରେକର୍ଡ କରି ଥିଲେ , ତାହା ମଧ୍ୟ ମିଥୁନ ଚକ୍ରବର୍ତ୍ତୀଙ୍କ ପାଇଁ ଥିଲା। ସେ ଫିଲ୍ମ ‘ୱକ୍ତ କି ଆୱାଜ’ ରେ ଗୁରୁ ଗୁରୁ ...ଗୀତ ଗାଇଥିଲେ ଯାହା ମିଥୁନଙ୍କ ଉପରେ ଚିତ୍ରଣ ହୋଇଥିଲା। ଏମିତି ବି କେବେ ଏହି ବିଷୟରେ କିଶୋର କୁମାର କି ମିଥୁନ ଚକ୍ରବର୍ତ୍ତୀ କେବେ କଥା ହୋଇ ନାହାନ୍ତି। ଦୁହେଁ ପ୍ରଫେସନାଲି ପରସ୍ପରକୁ ସର୍ବଦା ସମ୍ମାନ କରନ୍ତି।