ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ଥଣ୍ଡା ଲାଗେ, ଜାଣନ୍ତୁ ଏହା ପଛର କାରଣ

Published By : Krishna Priya | December 13, 2024 8:20 AM

ଭୁବନେଶ୍ୱର ୧୩/୧୨: ଶୀତ ଆରମ୍ଭ ହୋଇଗଲାଣି । ଧିରେ ଧିରେ ଶୀତ ବଢିବାରେ ଲାଗିଛି । କିନ୍ତୁ କେବେ ଲକ୍ଷ୍ୟ କରିଛନ୍ତି କି ଥଣ୍ଡାର ପ୍ରଭାବ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ଅନୁଭବ ହୋଇଥାଏ । ଚାଲନ୍ତୁ ଜାଣିବା ଏହା ପଛରେ ଥିବା କାରଣ ବିଷୟରେ କଣ କହୁଛନ୍ତି ନ୍ୟୁରୋଲୋଜିଷ୍ଟ । 

କାହିଁକି ଲାଗେ ଅଧିକ ଥଣ୍ଡା? 

ପ୍ରଥମତଃ, ପୁରୁଷଙ୍କ ତୁଳନାରେ ମହିଳାଙ୍କ ଶରୀରର ଚର୍ବି କମ୍‌ ରହିଥାଏ । ମାଂସପେଶୀ ଶରୀରରେ ଗରମ ସୃଷ୍ଟି କରିବାର ପ୍ରମୁଖ ସ୍ରୋତ । ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ କମ୍‌ ମାଂସପେଶୀ ରହିଥିବା କାରଣରୁ ସେମାନଙ୍କ ଅଧିକ ଥଣ୍ଡା ଲାଗିଥାଏ ।

ଦ୍ୱିତୀୟତଃ, କମ୍‌ ମେଟାବଲିକ୍‌ ହାର । ମେଟାବଲିଜିମ୍‌ ଅର୍ଥାତ୍‌ ଶରୀରର ଶକ୍ତି ଖର୍ଚ୍ଚ କରିବାର ପ୍ରକ୍ରିୟା । ଏହା ଶରୀରର କ୍ୟାଲୋରୀକୁ ଶକ୍ତିରେ ପରିବର୍ତ୍ତିତ କରିଥାଏ । କାରଣ ମହିଳାମାନଙ୍କଠାରେ କମ୍‌ ମାଂସପେଶୀ ରହିଥିବା କାରଣରୁ କ୍ୟାଲୋରୀ ବର୍ଣ୍ଣ କରିବାର କ୍ଷମତା କମ୍‌ ରହିଥାଏ । ତେଣୁ ମେଟାବଲିଜିମ୍‌ ହାର କମ୍‌ ରହିବା ସହ ଶରୀରରେ କମ୍‌ ଗରମ ଅନୁଭୂତ ହୁଏ । ଫଳରେ ଅଧିକ ଥଣ୍ଡା ଲାଗିଥାଏ । 

ତୃତୀୟତଃ, ହର୍‌ମୋନାଲ୍‌ ପ୍ରଭାବ । ମହିଳାଙ୍କ ଶରୀରରେ ପ୍ରୋଜେଷ୍ଟ୍ରେରନ୍‌ ହର୍‌ମୋନ୍‌ର ମାତ୍ରା ଅଧିକ ରହିଥାଏ । ଏହା ଶରୀରର ରକ୍ତବାହିକାକୁ ସଙ୍କୁଚିତ କରିଥାଏ, ଯାହାଦ୍ୱାରା ହିଟ୍‌ ଲସ୍‌ ହୋଇଥାଏ । ତେଣୁ ସେମାନଙ୍କୁ ଅଧିକ ଥଣ୍ଡା ଅନୁଭୂତ ହୁଏ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.