ଭୁବନେଶ୍ୱର ୧୩/୧୨: ଶୀତ ଆରମ୍ଭ ହୋଇଗଲାଣି । ଧିରେ ଧିରେ ଶୀତ ବଢିବାରେ ଲାଗିଛି । କିନ୍ତୁ କେବେ ଲକ୍ଷ୍ୟ କରିଛନ୍ତି କି ଥଣ୍ଡାର ପ୍ରଭାବ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ଅନୁଭବ ହୋଇଥାଏ । ଚାଲନ୍ତୁ ଜାଣିବା ଏହା ପଛରେ ଥିବା କାରଣ ବିଷୟରେ କଣ କହୁଛନ୍ତି ନ୍ୟୁରୋଲୋଜିଷ୍ଟ । 

କାହିଁକି ଲାଗେ ଅଧିକ ଥଣ୍ଡା? 

ପ୍ରଥମତଃ, ପୁରୁଷଙ୍କ ତୁଳନାରେ ମହିଳାଙ୍କ ଶରୀରର ଚର୍ବି କମ୍‌ ରହିଥାଏ । ମାଂସପେଶୀ ଶରୀରରେ ଗରମ ସୃଷ୍ଟି କରିବାର ପ୍ରମୁଖ ସ୍ରୋତ । ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ କମ୍‌ ମାଂସପେଶୀ ରହିଥିବା କାରଣରୁ ସେମାନଙ୍କ ଅଧିକ ଥଣ୍ଡା ଲାଗିଥାଏ ।

ଦ୍ୱିତୀୟତଃ, କମ୍‌ ମେଟାବଲିକ୍‌ ହାର । ମେଟାବଲିଜିମ୍‌ ଅର୍ଥାତ୍‌ ଶରୀରର ଶକ୍ତି ଖର୍ଚ୍ଚ କରିବାର ପ୍ରକ୍ରିୟା । ଏହା ଶରୀରର କ୍ୟାଲୋରୀକୁ ଶକ୍ତିରେ ପରିବର୍ତ୍ତିତ କରିଥାଏ । କାରଣ ମହିଳାମାନଙ୍କଠାରେ କମ୍‌ ମାଂସପେଶୀ ରହିଥିବା କାରଣରୁ କ୍ୟାଲୋରୀ ବର୍ଣ୍ଣ କରିବାର କ୍ଷମତା କମ୍‌ ରହିଥାଏ । ତେଣୁ ମେଟାବଲିଜିମ୍‌ ହାର କମ୍‌ ରହିବା ସହ ଶରୀରରେ କମ୍‌ ଗରମ ଅନୁଭୂତ ହୁଏ । ଫଳରେ ଅଧିକ ଥଣ୍ଡା ଲାଗିଥାଏ । 

ତୃତୀୟତଃ, ହର୍‌ମୋନାଲ୍‌ ପ୍ରଭାବ । ମହିଳାଙ୍କ ଶରୀରରେ ପ୍ରୋଜେଷ୍ଟ୍ରେରନ୍‌ ହର୍‌ମୋନ୍‌ର ମାତ୍ରା ଅଧିକ ରହିଥାଏ । ଏହା ଶରୀରର ରକ୍ତବାହିକାକୁ ସଙ୍କୁଚିତ କରିଥାଏ, ଯାହାଦ୍ୱାରା ହିଟ୍‌ ଲସ୍‌ ହୋଇଥାଏ । ତେଣୁ ସେମାନଙ୍କୁ ଅଧିକ ଥଣ୍ଡା ଅନୁଭୂତ ହୁଏ ।