ପ୍ରମୂଖ ଖବର
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବନ୍ଧା ହେଲେ ଯୁବକ, କୋର୍ଟ ଚାଲାଣ କଲା ପୋଲିସ

Published By : Prameya | March 18, 2025 12:58 PM

ଭୁବନେଶ୍ୱର ୧୮/୦୩ : ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ସହ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ଥାନାରେ ଏତଲା ପରେ ଅଭିଯୁକ୍ତ ଯୁବକକୁ ଗିରଫ ପରେ କୋର୍ଟ ଚାଲଣ କଲା ପୋଲିସ। ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଧାମରା ଥାନା ଅନ୍ତର୍ଗତ କଇଥକୋଲା ଗ୍ରାମରେ ଘଟିଛି।

ଅଭିଯୋଗ ମୁତାବକ, ମହିଳାଙ୍କ ସ୍ୱାମୀ ଶାରୀରିକ ଅକ୍ଷମ ହୋଇଥିବା ବେଳେ ଘରର ସବୁ କଥା ସ୍ତ୍ରୀ ବୁଝନ୍ତି। ମହିଳାଙ୍କର ଗୋଟେ ଟ୍ରାକ୍ଟର ରହିଥିବାରୁ ଉକ୍ତ ମହିଳାଙ୍କୁ ବାରମ୍ବାର ଅବଦୁଲ ଆହେଦ ଖାନ୍ ଦାଦା ବଟି ମାଗିବା ସହ ହଇରାଣ କରୁଥିଲେ। ଆଜି ସକାଳେ ଅବଦୁଲ ମହିଳାଙ୍କ ଘରକୁ ଆସି ଟ୍ରାକ୍ଟର କାମର ଆଳ ଦେଖାଇ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ସହ ଟଣାଓଟରା କରିଥିଲେ। ଏହା ପରେ ମହିଳାଙ୍କ ସରଳତାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମହିଳା ତାଙ୍କ ସ୍ବାମୀ ବିରୋଧ କରିଥିଲେ। ଏହାପରେ ଉଭୟଙ୍କୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ଅବଦୁଲ।  ଏନେଇ ମହିଳା ଧାମରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ଘଟଣା ତଦନ୍ତ କରିବା ସହ ଅଭିଯୁକ୍ତ ଅବଦୁଲ ଆହେଦ ଖାନ୍‌କୁ ଗିରଫ କରିଥିଲା। ଡାକ୍ତରୀ ଯାଞ୍ଚ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.