ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଦେଶରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳାଙ୍କର ସେକ୍ସ ପାର୍ଟନର, ୧୧ ଟି ରାଜ୍ୟରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ସେକ୍ସ ପାର୍ଟନର ବା ଯୌନ ସାଥୀ । ଅର୍ଥାତ ଦେଶରେ ଏକାଧିକ ମହିଳା ନିଜ ଆଡ଼ୁ ଅନେକ ପୁରୁଷଙ୍କ ସହ ଯୌନ ସମ୍ପର୍କ ରଖିବାକୁ ଇଚ୍ଛା କରୁଛନ୍ତି। ଆଉ ଏହି ସଂଖ୍ୟା ଅଧିକ ଦେଶର ୧୧ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ରହିଛି। ସେହିପରି ଏମିତି ୪ ପ୍ରତିଶତ ପୁରୁଷ ଅଛନ୍ତି, ଯେଉଁମାନେ ଅନ୍ୟ ମହିଳାଙ୍କ ସହ ଯୌନ ସମ୍ପର୍କ ରଖୁଛନ୍ତି ଯେଉଁମାନେ କି ତାଙ୍କର ସ୍ତ୍ରୀ ନୁହନ୍ତି କି ଚିହ୍ନା ପରିଚିତ ନୁହନ୍ତି। ଅର୍ଥାତ ସଂଯୋଗ ବସତଃ ସେମାନେ ଅଚିହ୍ନା ମହିଳାଙ୍କ ସହ ସମ୍ପର୍କ ରଖୁଛନ୍ତି।

ଯଦି ଆମେ ଦେଶରେ ମୋଟ ମହିଳାଙ୍କ ସଂଖ୍ୟା ଦେଖିବା ତେବେ ସେମାନଙ୍କ ମଧ୍ୟରେ ୦.୫ ପ୍ରତିଶତ ମହିଳା  ଏକାଧିକ ସେକ୍ସ ପାର୍ଟନର ରଖୁଛନ୍ତି। ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେ ଏପରି ଆଶ୍ଚର୍ଯ୍ୟଜନକ ସର୍ଭେ ରିପୋର୍ଚ ପ୍ରକାଶ କରିଛି। ଏହି ସର୍ଭେ ୧.୧ ଲକ୍ଷ ମହିଳା ଏବଂ ଏକ ଲକ୍ଷ ପୁରୁଷଙ୍କୁ ନେଇ କରାଯାଇଥିଲା। ସର୍ଭେରୁ ଜଣା ପଡିଛି ଯେ, ଅନେକ ରାଜ୍ୟରେ ପୁରୁଷଙ୍କ ତୂଳନାରେ ମହିଳାଙ୍କ ଅଧିକ ସେକ୍ସ ପାର୍ଟନର ଅଛନ୍ତି।

ଏହି ରାଜ୍ୟଗୁଡିକ ହେଉଛି ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ, ଜାମ୍ମୁ-କାଶ୍ମୀର, ଲଦାଖ, ମଧ୍ୟ ପ୍ରଦେଶ, ଆସାମ, କେରଳ, ଲାକ୍ଷାଦ୍ଵୀପ, ପୁଡୁଚେରୀ ଏବଂ ତାମିଲନାଡୁ। ତେବେ ଏହି ସବୁ ରାଜ୍ୟ ତାଲିକାରେ ଶୀର୍ଷରେ ରହିଛି ରାଜସ୍ଥାନ । ଯେଉଁଠି ମହିଳାଙ୍କ ହାରାହାରି ୩.୧ ପାର୍ଟନର ଥିବା ବେଳେ ପୁରୁଷଙ୍କ ହାରାହାରି ୧.୮ ପାର୍ଟନର ଅଛନ୍ତି। ଅନ୍ୟ ରାଜ୍ୟରେ ଏମିତି ପୁରୁଷ ସଂଖ୍ୟା ୪ ପ୍ରତିଶତ ରହିଛି, ଯେଉଁମାନେ ଅନ୍ୟ ମହିଳାଙ୍କ ସହ ସମ୍ବନ୍ଧ ରଖିଛନ୍ତି, ସେମାନେ ତାଙ୍କର ପତ୍ନୀ ନୁହନ୍ତି କି ଲିଭ୍ ଇନରେ ମଧ୍ୟ ରହୁ ନାହାନ୍ତି।  

Copyright © 2022 - Summa Real Media Private Limited. All Rights Reserved.