PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଚୁମ୍ବନ ଦେଲେ ମହିଳା, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ମହିଳା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ଚୁମ୍ବନ ଦେଉଥିବାର ଦୃଶ୍ଯ ଦେଖିବାକୁ ମିଳିଛି ।  ଭିଡିଓଟି ସେୟାର କରିଛନ୍ତି ଅଖିଳେଶ ଶର୍ମା । ସେ ଲେଖିଛନ୍ତି ‘ଏମିତି ବି ହୁଏ !’

ଆପଣ ତ ଜାଣିଛନ୍ତି, ଆମ ପ୍ରଧାନମନ୍ତ୍ରୀ କେତେ ପପୁଲାର । ଦେଶର ଉନ୍ନତି ଓ ନାଗରିକଙ୍କ ଖୁସି ପାଇଁ ସବୁବେଳେ ତତ୍ପର ଥାନ୍ତି ସମସ୍ତଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ ମୋଦି ।  ଟିଭି, ରେଡିଓ, ଖବରକାଗଜ, ହୋର୍ଡିଂ, ପୋଷ୍ଟର, ବିଜ୍ଞାପନ ଓ ସୋସିଆଲ ମିଡିଆରେ ସବୁଠି ନଜର ଆସନ୍ତି ପ୍ରଧାନମନ୍ତ୍ରୀ । ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ କୌଣସି ଏକ ପ୍ଲାଟଫର୍ମରେ ଠିଆହୋଇଛି ଏକ ଟ୍ରେନ୍ । ଟ୍ରେନରେ ମୋଦିଙ୍କର ପୋଷ୍ଟର ଲାଗିଛି । ଜଣେ ମହିଳା ଏହି ପୋଷ୍ଟର ପାଖକୁ ଆସୁଛନ୍ତି ଏବଂ ମୋଦିଙ୍କ ଫଟୋକୁ ଚୁମ୍ବନ ଦେଇ ହସି ହସି ଚାଲିଯାଉଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଅନେକ ଲାଇକ୍ ଓ କମେଣ୍ଟ୍ସ ହାସଲ କରିଛି ।