PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ମେଗାଲିଫ୍ଟ କେନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ମିଳିଲା ମୃତକଙ୍କ ପରିଚୟ

କୋକସରା ୩୦/୦୯: ମେଗାଲିଫ୍ଟ କେନାଲରୁ ମହିଳାଙ୍କ ଶବ ଉଦ୍ଧାର ଘଟଣ। ମିଲିଲା ମହିଳାଙ୍କ ପରିଚୟ। ଉକ୍ତ ମହିଳା ଜଣକ ହେଉଛନ୍ତି ଜୟପାଟଣା ବ୍ଲକ ସାନପୁଝାରି ଗୁଡା ଗ୍ରାମର ନୀଳ ଯାନୀଙ୍କ ସ୍ତ୍ରୀ ଶନିବାରି ଯାନୀ (୪୫)।

ସୂଚନା ମୁତାବିକ, ଗୁରୁବାର ସକାଳେ ଶୌଚ ପାଇଁ ଗାଁ ନିକଟରେ ଥିବା କେନାଲକୁ ଯାଇଥିବା ବେଳେ କେନାଲର ପ୍ରବଳ ସ୍ରୋତରେ ପଡି ପ୍ରାୟ ୩୦ ରୁ ୩୫ କିଲୋମିଟର ପାଣିରେ ଭାସି ଯାଇଥିଲେ। ମେଗାଲିଫ୍ଟ କେନାଲର ଶେଷ ମୁଣ୍ଡ ନେଗିଗୁଡା ନିକଟରେ ଥିବା ଚ୍ୟାନେଲ ଗେଟରେ ତାଙ୍କ ଶବ ଲାଗିଥିଲା। ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ଉଦ୍ଧାର କରିଥିଲେ ଦମକଲ କର୍ମଚାରୀ। ଘଟଣାସ୍ଥଳରେ କୋକସରା ପୁଲିସ ମୃତଦେହ ଜବତ କରିଥିଲା । ପରେ ମହିଳାଙ୍କ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଥିବା ନେଇ ସୂଚନା ମିଳିଛି।