ନୂଆଦିଲ୍ଲୀ,୩/୯ : ସାଉଥ ଆଫ୍ରିକା ଓ୍ବାନଡେ ବିଶ୍ବକପ ଲାଗି ୧୫ଜଣିଆ ସଦସ୍ୟ ଟିମର ଘୋଷଣା କରିଛି । ଆଇସିସି ମହିଳା ବିଶ୍ବକପର ଆରମ୍ଭ ସେପ୍ଟେମ୍ବର ୩୦ରୁ ହେବାକୁ ଯାଉଛି । ଏଥର ବିଶ୍ବକପର ନେତୃତ୍ବ ଭାରତ କରୁଛି । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଗୌହ୍ବାଟୀରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ସେହିଭଳି ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ୨ନଭେମ୍ବରରେ ଖେଳାଯିବ ।
ବିଶ୍ବକପ୍ ୨୦୨୫ରେ ସାଉଥ ଆଫ୍ରିକାର ଟିମ୍ ଲୋରା ବୋଲ୍ବାଇଟଙ୍କ ଅଧିନାୟକତ୍ବରେ ଖେଳିବାକୁ ଓହ୍ଲାଇବ । ଏହି ଟିମରେ ପୂର୍ବତନ ଅଧିନାୟକ ସୁନେ ଲୁସଙ୍କୁ ବି ସାମିଲ କରାଯାଇଛି । ଏହା ବ୍ୟତୀତ ମରିଜ୍ୟାନ କପ୍ପ, ତାଜମିନ ବ୍ରିଟ୍ସ ଏବଂ କ୍ଲୋ ଟାୟନ ଭଳି ଅନୁଭବୀ ଖେଳାଳୀଙ୍କୁ ଟିମରେ ନିଆଯାଇଛି ।
ସାଉଥ ଆଫ୍ରିକା ଟିମର ପୂର୍ବତନ ଅଧିନାୟକ ଡେନ ବାନ ନିଏକେର୍କଙ୍କୁ ବିଶ୍ବକପ୍ ଲାଗି ଟିମରେ ସାମିଲ କରାଯାଇନାହିଁ । ଏହି ଖେଳାଳୀ ନିଜର ଆହତ କାରଣରୁ କ୍ରିକେଟରୁ ସନ୍ନ୍ୟାସ ନେଇଯାଇଥିଲେ । କିନ୍ତୁ ଦିନିକିଆ ବିଶ୍ବକପ ଲାଗି ଡେନ ବାନ ନିଏକେର୍କ ନିଜ ରିଟାୟରମେଣ୍ଟ ପୁଣି ଫେରେଇ ନେଇଛନ୍ତି । ଏହା ବ୍ୟତୀତ ବି ଖେଳାଳୀଙ୍କୁ ୧୫ ସଦସ୍ୟ ଟିମରେ ସ୍ଥାନ ମିଳିପାରିନାହିଁ ।
ସାଉଥ ଆଫ୍ରିକା ଟିମ୍ର କୋଚ ମଣ୍ଡଳା ମଶିମ୍ବୟୀ ଟିମର ଘୋଷଣା ପୂର୍ବରୁ ହିଁ ଏହା ସ୍ପଷ୍ଟ କରିଦେଇଥିଲେ କି ଡେନ ବାନ ନିଏକେର୍କଙ୍କୁ କେବଳ ସାଉଥ ଆଫ୍ରିକାର ଆଗାମୀ ସିରିଜରେ ହିଁ ସ୍ଥାନ ଦିଆଯିବ । ଏହା ସେତେବେଳେ ହେବ କି ସେ ଟିମରେ ସାମିଲ ହେବାକୁ ସବୁ କ୍ରାଇଟେରିୟା ପୂରା କରିବେ । ଟିମ୍ ଘୋଷଣା ପୂର୍ବରୁ ହିଁ ସ୍ପଷ୍ଟ ଥିଲା କି ଏହି ଖେଳାଳୀଙ୍କୁ ବିଶ୍ବକପ ଲାଗି ସାଉଥ ଆଫ୍ରିକାର ସ୍କ୍ବାର୍ଡ଼ରେ ସାମିଲ କରାଯିବ ନାହିଁ ।
ସାଉଥ ଆଫ୍ରିକା ସ୍କ୍ବାର୍ଡ଼
ଲୋରା ବେଲ୍ବାଇଟ(ଅଧୀନାୟକ), ଅୟାବେଗା ଖାକା, କ୍ଲୋ ଟ୍ରାୟନ, ନଦିନ ଡି କ୍ଲାର୍କ, ମାରିଜ୍ୟାନ କପ, ତାଜମିନ ବ୍ରିଟ୍ସ, ସିନାଲୋ ଜାପ୍ତା, ନାନକୁଲୁଲେକେ ମ୍ଲାବା, ଏନେରୀ ଇର୍କସନ, ଏନେକେ ବଶ, ମସାବାତା କ୍ଲାସ, ସୁନେ ଲୁସ, କାରାବେ ମେସୋ, ତୁମି ସେଖୁଖୁନେ ଏବଂ ନୋଡୁମିସୋ ଶାଗାସେ ।