ପ୍ରମୂଖ ଖବର
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ପାଣି ପାଇଁ ବ୍ଳକ୍ ଅଫିସରେ ମହିଳାଙ୍କ ହଙ୍ଗାମା

Published By : Rasmita Pradhan | June 3, 2025 2:31 PM

ଆଳି, ୩/୬ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ମେଣ୍ଢାପୁର ପଞ୍ଚାୟତର ରସୁଲପୁର କାଜିସାହି ଓ ତଳସାହି ଗ୍ରାମର ଦୁଇ ହଜାରରୁ ଉର୍ଦ୍ଧ୍ଵ ଲୋକ ପିଇବା ପାଣିରୁ ବଞ୍ଚିତ। ଏନେଇ ଗତ ୧୭ ତାରିଖରେ ଗ୍ରାମର ଶତାଧିକ ମହିଳା ବ୍ଲକରେ ବିଡିଓଙ୍କୁ ଭେଟି ପାଣି ସମସ୍ୟା ସମାଧାନ କରିବାକୁ ଦାବି କରିଥିଲେ। ବିଡିଓ ପଞ୍ଚାୟତର ସରପଞ୍ଚ, ଜଳଯୋଗାଣ ବିଭାଗ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଟ୍ୟାଙ୍କର ଯୋଗେ ପାଣି ଦେବାର ବ୍ୟବସ୍ଥା କରିଥିଲେ। ମାତ୍ର ସପ୍ତାହେ ପରେ ଟ୍ୟାଙ୍କର ପାଣି ଯୋଗାଣ ବନ୍ଦ ହୋଇଗଲା। ଯାହାଫଳରେ ପୁନର୍ବାର ଲୋକମାନେ ପାଣି ପାଇଁ ହଇରାଣ ହେଲେ। ଆଜି ଶତାଧିକ ମହିଳା ପୁନର୍ବାର ବ୍ଳକ କାର୍ଯ୍ୟାଳୟକୁ ଆସି ଅଫିସ୍ ତାଲା ପକାଇ ପ୍ରତିବାଦ କରିଛନ୍ତି। 

ବିଡିଓ ସେମାନଙ୍କ ନିକଟକୁ ନଆସିବାରୁ ସେମାନେ ବ୍ଲକ ସଭାଗୃହରେ ପଶି ହୋ ହାଲ୍ଲା କରିଥିଲେ। ଆଗେ ପାଣି ଦିଅ ତାପରେ ମିଟିଂ କରିବ କହି ହଙ୍ଗାମା କରିଥିଲେ। ବିଡିଓ ମିଟିଂ ଛାଡ଼ି ସେମାନଙ୍କ କଥା ବୁଝିବାକୁ ଆସିଥିବା ବେଳେ ବ୍ଲକ କର୍ମଚାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ଦୀର୍ଘ ଦୁଇ ଘଣ୍ଟା କାଳ ବିଡିଓ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ପରେ ବିଡିଓ ଜଳଯୋଗାଣ ବିଭାଗ ଯନ୍ତ୍ରୀଙ୍କ ସହ ଗ୍ରାମରେ ପହଞ୍ଚିଥିବା ଜଣାପଡିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.