ଭୁବନେଶ୍ଵର, ୦୧/୦୧ : ଆୟୁଷ୍ମାନ ଭାରତରେ ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା ସୁବିଧା। ସୂଚନା ଦେଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଇ-କେୱାଇସି ଡାଟାବେସ୍କୁ ଆଧାର କରି କାର୍ଡ ଦିଆଯିବ। ୧ କୋଟି ପରିବାରର ତଥ୍ୟ ସରକାରଙ୍କ ପାଖରେ ରହିଛି। ଫେବୃଆରୀରୁ ଆୟୁଷ୍ମାନ ଲାଗୁ ହେଉଥିବାରୁ ଏହା ବେଶୀ ଗୁରୁତ୍ଵପୂର୍ଣ୍ଣ। କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫେରିଛନ୍ତି। ପରିବାରର ପୁରୁଷଙ୍କୁ ୫ ଲକ୍ଷ ଏବଂ ମହିଳାଙ୍କୁ ୧୦ ଲକ୍ଷ ବୀମା ମିଳିବ। ୩୦ ହଜାର ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବ।
ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନଙ୍କର ଇ-କେୱାଇସି ହୋଇନାହିଁ ସେମାନଙ୍କ ନାକୁ ସରକାର ବିଚାରକୁ ନେବେ। ୧ କୋଟି ପରିବାରର ତଥ୍ଯ ସରକାରଙ୍କ ପାଖରେ ରହିଛି। ସେମାନଙ୍କ ନାକୁ ସରକାର ବିଚାରକୁ ନେବେ। ତେବେ ସରକାର ଏବଂ ସ୍ଵାସ୍ଥ୍ୟ ବିଭାଗ ପାଇଁ ଚଳିତ ବର୍ଷ ଗୁରୁତ୍ବପୂର୍ଣ୍ଣ। ୨୦୨୫ ଶେଷ ବେଳକୁ ଓଡ଼ିଶା ଓ ସାରା ଦେଶ ଟିଭି ମୁକ୍ତ ଯକ୍ଷ୍ମା ମୁକ୍ତ ହେବ। ନୂଆ ମେଡିକାଲ କଲେଜ ଖୋଲିବ। ଡାକ୍ତର ନିଯୁକ୍ତି ଓ ଆୟୁଷ୍ମାନ ଲାଗୁ ହେବ।