ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ରାଜ୍ୟ କଂଗ୍ରେସର ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ; 'ନ୍ୟାୟ ନମିଳିଲେ ସଂଗ୍ରାମ ଜାରି ରହିବ'

Published By : Manash Sahoo | July 24, 2025 2:23 PM

ଭୁବନେଶ୍ୱର, ୨୪/୦୭: ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି । ଦୁଷ୍କର୍ମ, ଗଣଦୁଷ୍କର୍ମ ବଢ଼ିବାରେ ଲାଗିଛି । ନାରୀଙ୍କ ପ୍ରତି ଶୋଷଣ ବଢ଼ୁଛି, ହତ୍ୟା ହେଉଛି । ଅଧିକାଂଶ ସମୟରେ ପୀଡିତାଙ୍କ ଅଭିଯୋଗ କେହି ଶୁଣୁ ନାହାନ୍ତି । ଶେଷରେ ଉପାୟ ନପାଇ ଆତ୍ମହତ୍ୟା କରୁଛନ୍ତି । ହେଲେ କଂଗ୍ରେସ ଏବେ ମହିଳାଙ୍କ ଦୁଃଖ ବୁଝିବ । ସେଥିପାଇଁ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଗଠନ ହେବା 'ନାରୀ ନ୍ୟାୟ ବାହିନୀ’ ଆପ୍ ଲଞ୍ଚ ହୋଇଛି । ଏଥିରେ ୧୦ଜଣ ଆଇନଜୀବୀଙ୍କୁ ନିଯୁକ୍ତ କରାଯାଇଛି । ପ୍ରତି ଜିଲ୍ଲାରେ ମଧ୍ୟ ଜଣିଏ ଲେଖାଏଁ ଓକିଲ ରହିବେ । ପୀଡ଼ିତାଙ୍କୁ ସାହାଯ୍ୟ କରିବ ମହିଳା କଂଗ୍ରେସ ଓ କଂଗ୍ରେସ । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଫେଲ୍ ମାରିଥିବାରୁ ରାଜ୍ୟ ଅପରାଧ ବଢ଼ି ଚାଲିଛି । ଏବେ ସମୟ ଆସିଛି, ସାଧାରଣ ନାଗରିକ ଜାଗ୍ରତ ହେଲେ ନାରୀ ନିର୍ଯାତନା ଉପରେ ରୋକ୍ ଲାଗିବ । ପୁଲିସ ଅପରାଧ ରୋକିବା ବଦଳରେ ସେମାନଙ୍କୁ ସୁରକ୍ଷା ହେଉଛି ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଭବନରେ 'ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ' ଆରମ୍ଭ ହୋଇଛି । ନାରୀଙ୍କୁ ନ୍ୟାୟ ମିଳିବା ନେଇ ଆମେ ପାଞ୍ଚ ମାସ ହେଲା ସଂଗ୍ରାମ କରୁଛୁ। ବାଲେଶ୍ୱର ପୀଡ଼ିତାଙ୍କ ଘଟଣା ବେଳେ କଂଗ୍ରେସ ମହିଳା 'ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ' ଗଠନ କରିବୁ ବୋଲି ଘୋଷଣା କରିଥିଲା । ସେଠି ମହିଳାମାନେ ତାଙ୍କ ନାଁ ଗୋପନ ରଖି ଅଭିଯୋଗ କରିପାରିବେ । ଏବେ ରାଜ୍ୟରେ ମହିଳାମାନେ ସଚେତନ ହୋଇଛନ୍ତି । କୌଣସି ଘଟଣା ଘଟିବା ପରେ ତୁରନ୍ତ ଜଣାଉଛନ୍ତି। ବନ୍ଦ ଶାନ୍ତିପୂର୍ଣ ହୋଇଥିଲା ବୋଲି ନ୍ୟାୟାଳୟ ମଧ୍ୟ କହିଛନ୍ତି । ନାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ କଂଗ୍ରେସ ଆପ୍ ଲଞ୍ଚ କରିଛି । ଏହି ‘ନାରୀ ନ୍ୟାୟ ବାହିନୀ’ ଆପ୍ ଦ୍ୱାରା ସମ୍ପୂର୍ଣ ସମାଧାନ ନ ହୋଇ ପାରିଲେ ବି ସଂଗ୍ରାମ ଜାରି ରହିବ । 

ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି କହିଛନ୍ତି, ନ୍ୟାୟ ପାଇଁ ମହିଳାମାନେ ଲଢୁଛନ୍ତି। ଯେଉଁମାନେ ନ୍ୟାୟ ପାଉନାହାନ୍ତି, ସେମାନେ ଆପ୍ ମାଧ୍ୟମରେ ନ୍ୟାୟ ପାଇବେ। ଜିଲ୍ଲା ଏବଂ ନିର୍ବାଚନମଣ୍ଡଳୀ ଲେଖିବା ପରେ ଆମେ ଆଗେଇବୁ ବୋଲି ମିନାକ୍ଷୀ ବାହିନୀପତି କହିଛନ୍ତି । ଏହା ଏବେ ପୋର୍ଟାଲ ଭାବେ ଅଛି। ପନ୍ଦର ଦିନ ପରେ ଆପ୍ ହୋଇପାରିବ। ସେହିପରି ଇମେଲ ବି ରହିବ ବୋଲି ସୂଚନା ଦେଇଛନ୍ତି। ତେବେ ନାରୀ ନ୍ୟାୟ ବାହିନୀ ଓ ମହିଳା ଅଭିଯୋଗ ପ୍ରକୋଷ୍ଠ ଅଲଗା ଅଲଗା ରହିଛି । କଂଗ୍ରେସ ଭବନରେ ଏହା ଖୋଲିବ। ଚବିଶ ଘଣ୍ଟା ଅଭିଯୋଗ ହୋଇ ପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.