ଶାନ୍ତିପଲ୍ଲୀରେ ଭିନ୍ନ ଢଙ୍ଗରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର ୮/୩: ସ୍ଥାନୀୟ ସତ୍ୟନଗର ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ବୁଧବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ପ୍ରଥମ ଥର ୭0ରୁ ଅଧିକ ମହିଳା ଏକାଠି ହୋଇ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ ହୋଇଥିଲା l ଏଥିରେ ବିଶେଷ କରି କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ମହିଳାମାନେ ବି ଯୋଗଦେଇଥିଲେ l

ଛୋଟପିଲାଙ୍କ ଲାଗି ଝୋଟି ଏବଂ ଡ୍ରଇଁ ପ୍ରତିଯୋଗିତାର ଆୟୋଜନ କରାଯାଇଥିବାବେଳେ ମହିଳାମାନଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟାର ଖେଳ ହୋଇଥିଲା l ୫ଟି ମହିଳା ଆରୋଗ୍ୟ ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିଲା l ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ପୁଷ୍ପାଞ୍ଜଳି ସେଠି ଯୋଗଦେଇ ମହିଳାମାନେ ଆଜିର ଦିନରେ ଆଉ ଦୁର୍ବଳା ହୋଇ ରହିନାହାନ୍ତି ବୋଲି କହିବା ସହ ନିଜ ଗୋଡରେ ନିଜେ ଠିଆ ହେବା ସହ ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି କହିଥିଲେ l