ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ମହିଳା ଫାଷ୍ଟଟ୍ରାକ୍ କୋର୍ଟ : ଆଇନ ମନ୍ତ୍ରୀ

Published By : Suraj Kumar | May 10, 2025 8:19 PM

ଭୁବନେଶ୍ୱର, ୧୦/୦୫: ମହିଳାଙ୍କ ଉପରେ ନିର୍ଯାତନା, ଅପରାଧ ଏବଂ ଘରୋଇ ହିଂସା ଜନିତ ମାମଲାଗୁଡ଼ିକର  ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟରେ ଖୁବ୍ ଶୀଘ୍ର ୫ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ ଆରମ୍ଭ କରାଯିବ ବୋଲି ରାଜ୍ୟ ଆଇନ୍‌, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ଫାଷ୍ଟଟ୍ରାକ୍ କୋର୍ଟଗୁଡ଼ିକ ଏକ ମାସ ମଧ୍ୟରେ ମାମଲାର ଶୁଣାଣି କରି ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫରେନ୍‌ସିକ୍ ମେଡିସିନ୍ ଆଣ୍ଡ ଟକ୍ସିକୋଲଜି ବିଭାଗ ଏବଂ ଇଣ୍ଡିଆନ୍ ଏକାଡେମି ଅଫ୍ ଫରେନ୍‌ସିକ୍ ମେଡିସିନ୍ (ଆଇଏଏଫଏମ୍‌)ର ରାଜ୍ୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜିତ ମେଡିକୋ-ଲିଗାଲ ସୋସାଇଟି ଅଫ୍ ଓଡ଼ିଶା (ଏମ୍‌ଏଲଏସ୍‌ଓ)ର ୪୩ତମ ବାର୍ଷିକ ସମ୍ମିଳନୀ “ଏମ୍‌ଇଏଲ୍‌ଇଏସ୍‌ଓସିଓଏନ୍ ୨୦୨୫” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। 

ଶ୍ରୀ ହରିଚନ୍ଦନ କହିଥିଲେ ଯେ ଅପରାଧର ତଦନ୍ତ, ଅପରାଧୀଙ୍କୁ ଦଣ୍ଡ ଏବଂ ନ୍ୟାୟ ପ୍ରଦାନ କରିବାରେ ଫରେନ୍‌ସିକ୍ ସାଇନ୍ସର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ଥାନାଗୁଡ଼ିକରେ କର୍ତ୍ତବ୍ୟରତ ତଦନ୍ତକାରୀ ଅଫିସରମାନେ ମେଡିକୋ-ଲିଗାଲ ପାଠ୍ୟ ସମ୍ପର୍କିତ ଜ୍ଞାନ ଆହରଣ କରିବା ଉଚିତ୍‌। ସେମାନେ ତଦନ୍ତ ନିମନ୍ତେ ଫରେନ୍‌ସିକ୍ ସାଇନ୍ସ ସମ୍ପର୍କିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭଳି ଏକ ଅଗ୍ରଣୀ ଡାକ୍ତରୀ ଶିକ୍ଷାନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ପ୍ରଶଂସନୀୟ ବୋଲି ସେ କହିଥିଲେ। 

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ଗବେଷଣା କ୍ଷେତ୍ରରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅନେକ ଯୋଗଦାନ ରହିଛି ବୋଲି କହିଥିଲେ। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଗବେଷଣା କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ କହିଥିଲେ। 

ଏହି ଅବସରରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ହସ୍ପିଟାଲ୍‌ରେ ଫରେନ୍‌ସିକ୍ ସାଇନ୍ସର ଗୁରୁତ୍ୱ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ। 

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏହି ସମ୍ମିଳନୀର ଥିମ୍ ‘ଫରେନ୍‌ସିକ୍ ଫ୍ରନ୍‌ଟିୟର୍ସ: ଏନସିୟୁଅରିଂ ମ୍ୟାଟରନାଲ, ଚାଇଲ୍ଡ ଆଣ୍ଡ ଟ୍ରାନ୍ସଜେଣ୍ଡର ହେଲ୍‌ଥ ଫର ସୋସିଆଲ୍ ଜଷ୍ଟିସ୍‌’ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଡାକ୍ତରଖାନାରୁ ତଥ୍ୟ ପ୍ରମାଣ ସଂଗ୍ରହ କରିବା ସମୟରେ ଯେଉଁ ସମ୍ବେଦନଶୀଳତା ଅବଲମ୍ବନ କରାଯାଏ ବା କରାଯିବା ଉଚିତ୍ ସେ ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିବା ପ୍ରଫେସର ସାମନ୍ତସିଂହାର ପ୍ରକାଶ କରିଥିଲେ। 

କାର୍ଯ୍ୟକ୍ରମରେ ଓଡ଼ିଶାର ଆଡିସ୍‌ନାଲ୍ ଡିଏମ୍‌ଇଟି ତଥା ଏମ୍‌ଏଲଏସ୍‌ଓର ସଭାପତି ପ୍ରଫେସର ବ୍ରଜ କିଶୋର ଦାସ ବକ୍ତବ୍ୟ ରଖିଥିବା ବେଳେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ୱରର ଫରେନ୍‌ସିକ୍ ମେଡିସିନ୍ ଆଣ୍ଡ ଟକ୍ସିକୋଲଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) କୁନାଲ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ, ଫୁଲନଖରାର ଫରେନ୍‌ସିକ୍ ମେଡିସିନ୍ ଆଣ୍ଡ ଟକ୍ସିକୋଲଜି ବିଭାଗର ମୁଖ୍ୟ ଡାକ୍ତର ଅଙ୍କିତା ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.