PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ମହିଳା ହକି ବିଶ୍ୱକପ୍‌: ଆଜି ମୁହାଁମୁହିଁ ହେବେ ଚୀନ-ଭାରତ, ବିଜୟ ଲକ୍ଷରେ ଟିମ୍‌ ଇଣ୍ଡିଆ

ଆମଷ୍ଟେଲଭିନ ୦୫/୦୭: ଆଜି ମହିଳା ହକି ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଚୀନକୁ ଭେଟିବ । ପ୍ରଥମ ମ୍ୟାଚ୍‌ରେ ଭାରତ ୧-୧ ଗୋଲରେ ଇଂଲଣ୍ଡ ସହ ଡ୍ର’ ରଖି ପଏଣ୍ଟ ଭାଗ କରିଥିଲା । ଚୀନ ବିପକ୍ଷରେ ଦଳ ବିଜୟୀ ହେବା ନେଇ ଲକ୍ଷ୍ୟ ରଖିଛି ।

ପୁଲ୍‌ ବି’ରେ ଏ ପର୍ଯ୍ୟନ୍ତ ୨ଟି ମ୍ୟାଚ୍‌ ଖେଳାଯାଇଛି । ପ୍ରଥମ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଓ ଚୀନ ମଧ୍ୟରେ ୨-୨ରେ ଡ୍ର’ ଏବଂ ଭାରତ-ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ଡ୍ର’ ରହିଥିଲା । ପ୍ରତ୍ୟେକ ଦଳକୁ ଏ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । ଗୋଲ୍‌ ଅନୁସାରେ ଟେବୁଲରେ ନ୍ୟୁଜିଲାଣ୍ଡ ପ୍ରଥମ ଏବଂ ଭାରତ ଚତୁର୍ଥ ସ୍ଥାନରେ ରହିଛି ।

ଚତୁର୍ଥରୁ ଶୀର୍ଷକୁ ଉଠିବାକୁ ହେଲେ ଚୀନ ବିପକ୍ଷରେ ଭାରତକୁ ଭଲ ଗୋଲ୍‌ ବ୍ୟବଧାନରେ ଜିତିବାକୁ ପଡ଼ିବ । ନଚେତ କେବଳ ପଏଣ୍ଟ ହେଲେ ବି ଟେବୁଲର ପ୍ରଥମ ସ୍ଥାନ ମିଳିବା ସହଜ ନୁହେଁ । ଚୀନ ବିଶ୍ୱ ମାନ୍ୟତା ଅନୁମାରେ ଭାରତଠୁ ତଳେ ରହିଛି ସତ, କିନ୍ତୁ ଦଳ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିଲା । ତେଣୁ ଚୀନକୁ ଦୁର୍ବଳ ମନେ କରିବା ଠିକ୍‌ ହେବ ନାହିଁ । ସବୁ ବିଭାଗରେ ଭଲ ପ୍ରଦର୍ଶନ କରି ପାରିଲେ ଚୀନ ବିପକ୍ଷରେ ବିଜୟ ସମ୍ଭବ ହୋଇ ପାରିବ ।

ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଥିଲା । ଇଂଲଣ୍ଡ ନବମ ମିନିଟ୍‌ରେ ପ୍ରଥମ ଗୋଲ୍‌ ଦେଇଥିବାବେଳେ ବନ୍ଦନା କାଟାରିଆ ୨୮ ମିନିଟରେ ଏକ ଚମତ୍କାର ଗୋଲ୍‌ ଦେଇ ସ୍ଥିତି ବରାବର କରିଥିଲେ । ଶେଷ ପର୍ଯ୍ୟନ୍ତ ଆଉ ମ୍ୟାଚ୍‌ରେ ଗୋଲ୍‌ ସମ୍ଭବ ହୋଇ ନଥିଲା । ଚୀନ ବିପକ୍ଷରେ ମ୍ୟାଚ୍‌ ଡ୍ର’ ରଖିଲେ ଭାରତର ସିଧାସଳଖ କ୍ୱାର୍ଟରରେ ପ୍ରବେଶ କରିବାର ସୁଯୋଗ ହାତଛଡ଼ା ହେବ । ତେଣୁ ଏହି ମ୍ୟାଚ୍‌ ଦଳକୁ ଭଲ ଗୋଲ୍‌ ବ୍ୟବଧାନରେ ଜିତିବାକୁ ହେବ । ଶେଷ ପୁଲ୍‌ ମ୍ୟାଚ୍‌ରେ ଭାରତ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ଭେଟିବ ।

ମଙ୍ଗଳବାର ପୁଲ୍‌ ବି’ର ଦ୍ୱିତୀୟ ମ୍ୟାଚ୍‌ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।