ନୂଆଦିଲ୍ଳୀ,୧୬।୪: କେନ୍ଦ୍ର ସରକାର ୨୦୨୯ ସୁଦ୍ଧା ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରୀ କରିବା ଏବଂ ଲୋକସଭାରେ ଆସନ ସଂଖ୍ୟା ୫୪୩ ରୁ ୮୫୦ କୁ ବୃଦ୍ଧି କରିବା ପାଇଁ ଲୋକସଭାରେ ତିନୋଟି୍ ବିଲ୍ ଆଗତ କରିଛନ୍ତି। କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନରେ ତିନୋଟି ବିଲ୍ ଆଗତ କରିବାକୁ ଯାଉଛନ୍ତି। ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୨୦୨୬, ସୀମା ନିର୍ଦ୍ଧାରଣ ବିଲ୍, ୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ ବିଲ୍), ୨୦୨୬ ବିତର୍କ ପାଇଁ ଲୋକସଭାରେ ଆଗତ କରାଯାଇଛି। ଲୋକସଭାରେ, ପ୍ରଧାନମନ୍ତ୍ରୀ ମୋଦୀ ସୀମା ମହିଳା ସଂରକ୍ଷଣ ବିଲ୍ ସମେତ ତିନୋଟି ବିଲ୍ ଉପରେ ଅଭିଭାଷଣ ଦେଇଛନ୍ତି। ଏହି ସମୟରେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦେଶ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ଦିନ। ଏହି କାମ ୨୫-୩୦ ବର୍ଷ ପୂର୍ବରୁ କରାଯିବା ଉଚିତ ଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ମନ୍ଥନରୁ ଅମୃତ ବାହାରିବ, ତାହା ଦେଶର ରାଜନୀତି ରୂପରେ ଧାର୍ଯ୍ୟ କରିବ ଯେ, ଦେଶର ଅବସ୍ଥା ଓ ଦିଗ ଧାର୍ଯ୍ୟ କରିବ। ଆମେ ଦେଶକୁ ନୂଆ ଦିଗ ଦେବାକୁ ଯାଉଛୁ। ଏହାପରେ ବି ନିର୍ବାଚନ ହୋଇଛି ଓ ଯେଉଁମାନେ ଏହାକୁ ବିରୋଧ କରିଛନ୍ତି ତାଙ୍କୁ ମହିଳାମାନେ କେବେ କ୍ଷମା କରି ନାହାନ୍ତି। ୨୦୨୪ ରେ ସବୁ ଏକାଠି ଥିଲେ, କାହାକୁ କ୍ଷତି ହୋଇନି। ଯଦି ଆଜି ବି ସବୁ ଏକାଠି ରହିବେ ତେବେ କେହି ବିରୋଧରେ ଯିବେନି, ସବୁ ଏହାର ଫଳର ହକଦାର ହେବେ। ଏହା ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଏଥିରେ ବିରୋଧି ସାଥ୍ ଦିଅନ୍ତୁ,କାରଣ ଏହା ଦ୍ବାରା ତାଙ୍କୁ ହିଁ ଲାଭ ମିଳିବ। ଯେଉଁମାନେ ଆଜି ବିରୋଧ କରୁଛନ୍ତି ତାଙ୍କୁ ଦୀର୍ଘ ସମୟ ଧରି ଏହାର ମୂଲ୍ୟ ଦେବାକୁ ପଡିବ।’

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ ପୂର୍ବରୁ ଯେଉଁମାନେ ପ୍ରତିବାଦ କରୁଥିଲେ, ସେମାନେ କେବେ ରାଜନୈତିକ ପୃଷ୍ଠ ତଳକୁ ଯାଉ ନଥିଲେ। ୨୫-୩୦ବର୍ଷ ପୂର୍ବେ ମହିଳାମାନେ ନୀରବ ଥିଲେ, କିନ୍ତୁ ଆଜି ସେମାନେ ସ୍ୱର ଉଠାଇଛନ୍ତି। ମହିଳାମାନେ କୁହନ୍ତି, 'ତୁମେ ଆମକୁ ଝାଡୁ ଏବଂ ପୋଛା କାମରେ ସାମିଲ କରିଦେଇଛ, ଏବେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଆମକୁ ସାମିଲ କର।' ଯେଉଁମାନେ ରାଜନୈତିକ ଜୀବନରେ ପ୍ରଗତି ଚାହାଁନ୍ତି, ସେମାନେ ସ୍ୱୀକାର କରିବା ଉଚିତ ଯେ ଗତ ୨୫-୩୦ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଭଉଣୀ ତୃଣମୂଳ ସ୍ତରରେ ନେତା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ମୋ ପାଇଁ, ସମ୍ବିଧାନ ସର୍ବୋପରି। ଏହା ସମ୍ବିଧାନର ଶକ୍ତି ଯେ ଏହା ଏକ ଅତ୍ୟନ୍ତ ପଛୁଆ ସମାଜର ମଣିଷକୁ ଏତେ ବଡ଼ ଦାୟିତ୍ୱ ଦେଇଛି। ଆମକୁ ମହିଳାଙ୍କ ଶକ୍ତି ଉପରେ ଭରସା କରିବାକୁ ପଡିବ। ସମୟର ଆବଶ୍ୟକତା ହେଉଛି ଆମେ ଆଉ ବିଳମ୍ବ କରିବା ଉଚିତ୍ ନୁହେଁ। ଆମେ ଦେଶର ମହିଳା ଶକ୍ତିକୁ ଚାପି ଦେଉଛୁ ବୋଲି କୌଣସି ଭ୍ରମ କିମ୍ବା ଅହଂକାରରେ ରହିବା ଉଚିତ୍ ନୁହେଁ; ହଁ, ଏହା ସେମାନଙ୍କର ଅଧିକାର। ଆମେ ସେମାନଙ୍କୁ ଦଶନ୍ଧି ଧରି ଦମନ କରିଆସିଛୁ; ଏହା ସେହି ପାପରୁ ନିଜକୁ ମୁକ୍ତ କରିବାର ଏକ ସୁଯୋଗ।’

‘ଯଦି ଆମେ ସମସ୍ତେ ଏକାଠି ହେବା, ଇତିହାସ ପ୍ରମାଣ କରିବ ଯେ ଏହା କୌଣସି ଗୋଟିଏ ବ୍ୟକ୍ତିଙ୍କ ରାଜନୈତିକ ସ୍ଥିତିକୁ ସମର୍ଥନ କରିବ ନାହିଁ। ଏହା ଦେଶର ଗଣତନ୍ତ୍ର, ଦେଶର ସାମୂହିକ ନିଷ୍ପତ୍ତିକୁ ସମର୍ଥନ କରିବ। ଆମେ ସମସ୍ତେ ସେହି ଗୌରବର ଯୋଗ୍ୟ ହେବୁ।  ବିଲ୍ ପାସ୍ ପାଇଁ  ମୁଁ ତା’ର କ୍ରେଡିଟ୍ ନେବାକୁ ଚାହେଁନି। ମୁଁ ଆପଣମାନଙ୍କୁ(ବିରୋଧିଙ୍କୁ) ପୂର୍ବରୁ କ୍ରେଡିଟର ଏକ ବ୍ଲାଙ୍କ ଚେକ୍ ଦେଉଛି। ଯେଉଁମାନେ ଏଥିରେ ରାଜନୀତିର ଗନ୍ଧ ବାରିଛନ୍ତି, ସେମାନେ ଗତ ୩୦ ବର୍ଷ ମଧ୍ୟରେ ନିଜ ପରିଣାମକୁ ଦେଖିବା ଉଚିତ।’

​​​​​​​

ମୁଁ ଆଜି ଆପଣଙ୍କୁ ଅପିଲ କରିବାକୁ ଆସିଛି, ଏହାକୁ ରାଜନୀତିର ତରାଜୁରେ ଓଜନ କରନ୍ତୁ ନାହିଁ, ଏହା ରାଷ୍ଟ୍ରହିତ ଦିଗରେ ଏକ ନିଷ୍ପତ୍ତି। ୨୦୨୩ ରେ ଏହି ନୂଆ ସଦନରେ ଆମେ ସର୍ବସମ୍ମତିରେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସ୍ବୀକାର କରିଥିଲୁ। ପୁରା ଦେଶରେ ଖୁସିର ବାତାବରଣ ଦେଖିବାକୁ ମିଳିଥିଲା। ଏଥିରେ କୌଣସି ରାଜନୀତିର ରଙ୍ଗ ଲାଗି ନଥିଲା, ତେଣୁ ଏହା ରାଜନୈତିକ ପ୍ରସଙ୍ଗ କରାନଯାଉ। ଏବେ ପ୍ରଶ୍ନ ହେଉଛି ଆମକୁ ଆଉ କେତେ ସମୟ ଏହାକୁ ରୋକିବାକୁ ହେବ ? ୨୦୨୩ ରେ ଏହା ଉପରେ ଚର୍ଚ୍ଚା କଲୁ। ୨୦୨୪ରେ ସମ୍ଭବ ହେଲାନି। ଏବେ ୨୦୨୯ ରେ ଆମ ପାଖରେ ସମୟ ହିଁ ସମୟ ରହିଛି। ଯଦି ୨୦୨୯ ରେ ବି ନକରିବୁ ତେବେ ସ୍ଥିତି କ’ଣ ହେବ, ଆମେ କଳ୍ପନା କରିପାରିବୁନି। ସମୟର ଦାବି ହେଉଛି ଆମକୁ ଆଉ ବିଳମ୍ବ କରି ଉଚିତ ନୁହେଁ।’

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘ଯଦି ଆପଣ ମୋତେ 'ଗ୍ୟାରେଣ୍ଟି' ଶବ୍ଦ ବ୍ୟବହାର କରିବାକୁ କୁହନ୍ତି, ତେବେ ମୁଁ 'ଗ୍ୟାରେଣ୍ଟି' ଶବ୍ଦ ବ୍ୟବହାର କରେ। ଯଦି ଆପଣ ମୋତେ ପ୍ରତିଶ୍ରୁତି ଦେବାକୁ କୁହନ୍ତି, ତେବେ ମୁଁ 'ପ୍ରତିଜ୍ଞା' ଶବ୍ଦ ବ୍ୟବହାର କରେ। କାରଣ ଯେତେବେଳେ ଉଦ୍ଦେଶ୍ୟ ସ୍ପଷ୍ଟ ଥାଏ, ସେତେବେଳେ ଶବ୍ଦ ସହିତ ଖେଳିବାର କୌଣସି ଆବଶ୍ୟକତା ନାହିଁ। ମୁଁ ଗୃହରେ ମୋର ସହକର୍ମୀମାନଙ୍କୁ କହିବାକୁ ଚାହୁଁଛି ଯେ ଆମେ ଏହି ଭ୍ରମରେ ରହିବା ଉଚିତ୍ ନୁହେଁ ଯେ ଆମେ ଏହି ଦେଶର ମହିଳାମାନଙ୍କୁ କିଛି ଦେଉଛୁ। ଏହା ସେମାନଙ୍କର ଅଧିକାର। ଦେଶରେ ପ୍ରାୟ ୬୫୦ରୁ ଅଧିକ ଜିଲ୍ଲା ପଞ୍ଚାୟତ ଅଛି। ପ୍ରାୟ ୨୭୦ ଜଣ ମହିଳା ସେଗୁଡ଼ିକର ନେତୃତ୍ୱ ନେଉଛନ୍ତି। ସେମାନଙ୍କର ଦାୟିତ୍ୱ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ତୁଳନାରେ ଅଧିକ, ଏବଂ ସେମାନେ ନିଷ୍ଠାର ସହିତ କାର୍ଯ୍ୟ କରନ୍ତି। ପ୍ରାୟ ୬୭୦୦ ବ୍ଲକ ପଞ୍ଚାୟତ ମଧ୍ୟରୁ ୨୭୦୦ ରୁ ଅଧିକ ମହିଳାମାନେ ନେତୃତ୍ୱ ନେଉଛନ୍ତି। ଆଜି, ମହିଳାମାନେ ଦେଶର ୯୦୦ରୁ ଅଧିକ ସହରରେ ଅର୍ବାନ ଲୋକାଲ ବଡିଜ୍‌ର ହେଡ୍‌ ରୂପରେ କାର୍ଯ୍ୟରତ। ମୁଁ ବିଶ୍ୱାସ କରେ ଯେ ଆଜି ଦେଶ ଯେଉଁ ପ୍ରଗତି କରୁଛି ସେଥିରେ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି, ଏହି ଋଣକୁ ଆମକୁ ସ୍ୱୀକାର କରିବାକୁ ପଡିବ।’

ଆହୁରି ପଢନ୍ତୁ :Women Reservation Bill; ମହିଳା ସଂରକ୍ଷଣକୁ ନେଇ ମହାଭାରତ ! ସୀମା ନିର୍ଦ୍ଧାରଣକୁ ନେଇ କାହିଁକି ଝଡ଼ ? ସଂସଦରେ ବିରୋଧୀଙ୍କୁ ମନେଇ ପାରିବେ ତ ସରକାର