PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବେଆଇନ କାଠ ବୋଝେଇ ଗାଡି ଜବତ, ୨ ଗିରଫ

ନୀଳଗିରି,୨୮/୧(ଆ.ପ୍ର):ବେଆଇନ କାଠ ବୋଝେଇ ହୋଇ ଯାଉଥିବା ପିକଅପ ଭ୍ୟାନକୁ ନୀଳଗିରି ବନବିଭାଗ ଜବତ କରିଛି । ବଣସୀମା ଅଞ୍ଚଳରେ କିଛି କାଠ ବୋଝେଇ ହୋଇ ଆସୁଥିବା ଖବର  ନୀଳଗିରି ରେଞ୍ଜର ଆଇସା ଏ ନିଶା ବିଶେଷ ସୂତ୍ରରୁ ଖବର ପାଇଥିଲେ। ପରେ ଏସିଏଫ ଦିଗନ୍ତ ଚାନ୍ଦଙ୍କ ନିର୍ଦେଶରେ ନୀଳଗିରି ରେଞ୍ଜର ଅନ୍ୟ କର୍ମଚାରୀକୁ ନେଇ ଅଚାନକ ଚଢ଼ାଉ କରିଥିଲେ। ଗାଡିଟିକୁ ଗୋହିରା ଅଞ୍ଚଳରୁ ପିଛା କରି ନୀଳଗିରି ଘାଟଘରସାହି ଅଞ୍ଚଳରେ ଜବତ କରିଥିବା ଜଣାପଡିଛି। ପିକଅପରୁ ୭୧ ସିଫ୍ଟ ସିମୁଳି କାଠ ଜବତ ହୋଇଥିବା ବେଳେ ଦୁଇ ଜଣଙ୍କୁ ବନବିଭାଗ ଗିରଫ କରିଛି। ସେମାନେ ହେଲେ କାହାଳିଆ ଅଞ୍ଚଳର ରାଜୁ ସିଂ ଓ ରଞ୍ଜିତ ସିଂ। ଏନେଇ ନୀଳଗିରି ରେଞ୍ଜରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି।