ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କାର୍ଯ୍ୟରତ ସାମ୍ବାଦିକ: ସୁରକ୍ଷା ପାଇଁ ଆଇନ ଆଣ

ଭୁବନେଶ୍ୱର,୭ା୨(ବ୍ୟୁରୋ): ସାମ୍ବାଦିକଙ୍କ ଉପରେ ଆକ୍ରମଣ ସୀମା ଲଂଘିଲାଣି । ସେମାନଙ୍କ ସୁରକ୍ଷା ଲାଗି ତୁରନ୍ତ କଡ଼ା ଆଇନ୍ ଲାଗୁ କରିବା ଦାବିରେ ସାମ୍ବାଦିକମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟଥିେିଲ । କାର୍ଯ୍ୟରତ ସାମ୍ବାଦକିଙ୍କ କ୍ଷେତ୍ରରେ ପେନ୍ସନ ଲାଗୁ, ସ୍ୱାସ୍ଥ୍ୟବୀମା ସହାୟତା ରାଶି ୫ ଲକ୍ଷକୁ ବଢ଼ାଇବାକୁ ମଧ୍ୟ ଦାବି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଦାବିଗୁଡି଼କୁ ଗୁରୁତର ସହ ନେଇ ଖୁବ୍ଶୀଘ୍ର ପଦକ୍ଷେପ ନେବାକୁ ପ୍ରତଶ୍ରିୁତି ଦେଇଛନ୍ତି । ଆଜି ଅପରାହ୍ନରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ବିଧାନସଭାସ୍ଥିତ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ୁଥିବା ଆକ୍ରମଣ ଉପରେ ଆଲୋଚନା କରିଥିଲେ । ଏହାକୁ ରୋକିବାକୁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମହାରାଷ୍ଟ୍ର, ଛତିଶଗଡ ଓ ହରିଆନାରେ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ କରାଯାଇଛି । ସେହିପରି କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆସାମ ଓ ପଶ୍ଚିମବଙ୍ଗରେ ପେନସନ୍ ଯୋଜନା ଲାଗୁ ହୋଇସାରିଛି । ଏହାକୁ ଦୃଷ୍ଟିରେ ରଖି ଦାବିଗୁଡ଼ିକ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ସେମାନେ ଦାବି କରିଥିଲେ । ଗୁରୁବାର ବାଚସ୍ପତି ପ୍ରଦୀପ କୁମାର ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ପ୍ରତିନିଧି ଦଳ ଭେଟି ଆଲୋଚନା କରିଥିଲେ । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବେିଶଦ ଭାବେ ଆଲୋଚନା ହେବ ବୋଲି ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ ଦଳ ନେତା ପ୍ରତିନିଧି ଦଳକୁ କହିଥିଲେ । ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ସାମ୍ବାଦିକମାନଙ୍କୁ ପେନସନ୍ ପ୍ରଦାନ, ସ୍ୱାସ୍ଥ୍ୟବୀମା ସହାୟତା ରାଶି ବଢ଼ାଇବା ସହ ସୁରକ୍ଷା ଆଇନ୍ ନେଇ ସରକାର ସମ୍ବେଦନଶୀଳ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନିଆଯାଇ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ । ପୂର୍ବତନ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ତଥା ବିଧାୟକ ଦେବାଶିଷ ନାୟକ, ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ରବି ନାରାୟଣ ନାୟକ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତଙ୍କ ସହ ମଧ୍ୟ ସାମ୍ବାଦିକମାନେ ଆଲୋଚନା କରିଛନ୍ତି । ପ୍ରତିନିଧି ଦଳରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, କେ. ରବି, ଧୀରେନ୍ଦ୍ର ନାରାୟଣ ମିଶ୍ର, ଦେବେନ୍ଦ୍ର ସୁଆର, ବିରୁପାକ୍ଷ ତ୍ରିପାଠୀ, ଭବାନୀ ଶଙ୍କର ତ୍ରିପାଠୀ, ପ୍ରତାପ ସାମଲ, ପ୍ରଦ୍ୟୁମ୍ନ ମହାନ୍ତି, ସୁରେନ୍ଦ୍ର କୁମାର ସାହୁ, ରମେଶ ମହାନ୍ତି, ସଞ୍ଜୟ ପ୍ରଧାନ, ଅଜୟ କୁମାର ଦାସ, ଅଶୋକ କୁମାର ସାହୁ, ପାର୍ଥସାରଥୀ ଜେନା, ଦେବକାନ୍ତ ମହାପାତ୍ର, ବଜିୟ ପଣ୍ଡା, ହମିାଂଶୁ ସିଂହ, ଅନୀଲ ଦାସ, ରମେଶ ସ୍ୱାଇଁ, ଅଜିତ କୁମାର ଦାସ, ରବିପ୍ରିୟ ଦାସ, ରାମଚଣ୍ଡୀ ପସ୍ରାଦ ରଣସିଂହ, ବ୍ରାହପି୍ମୟ୍ରିା ସାମନ୍ତରାୟ ଓ ସୁଜିତ ବିଶୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।