ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

କିଏ ୭୦ ଘଣ୍ଟା ତ କିଏ ୯୦ଘଣ୍ଟା ... କିନ୍ତୁ ଏବେ ସରକାର କହିଲେ କେବଳ ଏତିକି ଘଣ୍ଟା ହିଁ କରନ୍ତୁ କାମ !

Published By : Prameya | January 31, 2025 7:26 PM

ନୂଆଦିଲ୍ଲୀ : ଦେଶରେ କର୍ପୋରେଟ୍‌ ସେକ୍ଟରର କର୍ମଚାରୀଙ୍କ କାମର ସମୟକୁ ନେଇ ବିବାଦୀୟ ସ୍ଥିତି ଉପୁଜିଛି। କିଏ ୭୦ଘଣ୍ଟା କାମ କରିବାକୁ ସପୋର୍ଟ କରୁଥିବା ବେଳେ ଆଉ କିଏ ୯୦ଘଣ୍ଟାର କାମ କରିବାର ପରାମର୍ଶ ଦେଉଛନ୍ତି। କିନ୍ତୁ ଏସବୁ ମଧ୍ୟରେ ସରକାର ୩୧ ଜାନୁଆରୀରେ ଇକୋନମିକ୍‌ ସର୍ଭେ ୨୦୨୪-୨୫ ପ୍ରକାଶ କରିଛନ୍ତି, ଯେଉଁଥିରେ ଏଠାରେ ସ୍ପଷ୍ଟ ଭାବେ କୁହାଯାଇଛି କି, ଜଣେ କର୍ମଚାରୀଙ୍କୁ କେତେ ଘଣ୍ଟା ଯାଏ କାମ କରିବା ଉଚିତ୍‌। 

ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବରୁ ଇନ୍ଫୋସିସର ଫାଉଣ୍ଡର ନାରାୟଣ ମୂର୍ତ୍ତି କହିଥିଲେ କି, ଦେଶକୁ ଆଗକୁ ବଢାଇବା ପାଇଁ କର୍ମଚାରୀଙ୍କୁ ୭୦ ଘଣ୍ଟା ସପ୍ତାହରେ କାମ କରିବା ଉଚିତ୍‌। ଯାହାକୁ ନେଇ କିଛି ଲୋକେ ଆଲୋଚନା ମଧ୍ୟ କରିଥିଲେ ଏବଂ କିଛି ଏହାକୁ ସପୋର୍ଟ ମଧ୍ୟ କରିଥିଲେ। ଏହି ମାମଲା ଶାନ୍ତ ହେବାକୁ ଯାଉଥିବା ବେଳେ ଏହି ମଧ୍ୟରେ ଏକ ପ୍ରାଇଭେଟ୍‌ ମିଟିଂ ବେଳେ ଏଲଆଣ୍ଡଟିର ଚେୟାରମ୍ୟାନ କର୍ମଚାରୀଙ୍କୁ କହିଦେଇ ଥିଲେ କି, ଘରେ ବସି ବସି କେତେବେଳ ଯାଏ ପତ୍ନୀଙ୍କୁ ଦେଖିବ। ଯଦି ମୁଁ ପାରନ୍ତି ତ ଆପଣଙ୍କୁ ରବିବାର ମଧ୍ୟ କାମ କରାନ୍ତି । ତାଙ୍କର ଇସାରା ଲୋକଙ୍କୁ ସପ୍ତାହରେ ୯୦ ଘଣ୍ଟା କାମ କରିବା ଦିଗକୁ ଥିଲା।  

ଏଲଆଣ୍ଡଟିର ଚେୟାରମ୍ୟାନଙ୍କର ଏହି ବୟାନ ପରେ ସୋସିଆଲ ମିଡ଼ିଆରେ ବିବାଦ ଦେଖା ଦେଇଥିଲା। ୯୦ ଘଣ୍ଟା କାମକୁ ନେଇ କୋଟିପତିଙ୍କ ଠାରୁ ନେଇ ସାଧାରଣ ଲୋକେ ମଧ୍ୟ ଆଲୋଚନା କରିଥିଲେ। ଏବେ ଇକୋନମିକ ସର୍ଭେ ୨୦୨୪-୨୫ରେ ସରକାର ଗ୍ଲୋବାଲ ଷ୍ଟଡିଜ୍‌ର ରେଫରେନ୍ସ ଦେଇ ସର୍ବେକ୍ଷଣ ଏହି କଥା ଉପରେ ଆଲୋକପାତ କରିଛି କି , ସପ୍ତାହରେ ୬୦ ଘଣ୍ଟାରୁ ଅଧିକ କାମ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଗୁରୁତର ସମସ୍ୟା ହୋଇପାରେ। 

ଡେକ୍ସରେ ୧୨ ଘଣ୍ଟା କାମ କରୁଥିବା ଲୋକ ମାନସିକ ସ୍ୱାସ୍ଥ୍ୟର ସଙ୍କଟଗ୍ରସ୍ତ ହୋଇ ପାରନ୍ତି। ଏହି ତର୍କ ୭୦-୯୦ ଘଣ୍ଟାର କାର୍ଯ୍ୟ ସପ୍ତାହର ପ୍ରସ୍ତାବ ଉପରେ ହୋଇଥିବା ଯୁକ୍ତିତର୍କ ମଧ୍ୟରେ ଆସିଛି, ଯାହାକି ଭାରତର ବ୍ୟାପାରିକ ଗୋଷ୍ଠୀକୁ ବିଭାଜିତ କରି ଦେଇଛି। 

ଆର୍ଥିକ ସର୍ଭେରେ ସାପିୟନ ଲ୍ୟାବ୍ସ ସେଣ୍ଟର ଫର୍‌ ହ୍ୟୁମନ ବ୍ରେନ୍‌ ଆଣ୍ଡ ମାଇଣ୍ଡ ଦ୍ୱାରା କରାଯାଇ ଥିବା ଏକ ଅଧ୍ୟୟନର ରେଫରେନ୍ସ ଦିଆ ଯାଇଛି। ଏଥିରେ ଏହି କଥା ଉପରେ ଜୋର ଦିଆଯାଇଛି କି , ଡେକ୍ସରେ ଦୀର୍ଘ ସମୟ ଯାଏ ବସି ରହିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ହୋଇଥାଏ। ସର୍ଭେରେ କୁହାଯାଇଛି କି, ଯେଉଁ ଲୋକ ଡେକ୍ସରେ ୧୨ ବା ଏହାଠାରୁ ଅଧିକ ଘଣ୍ଟା ବିତାନ୍ତି , ତାଙ୍କର ମାନସିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ତାଙ୍କର ମାନସିକ ସ୍ୱାସ୍ଥ୍ୟ ସ୍କୋର ସେହି ଲୋକଙ୍କ ତୁଳନାରେ ପାଖାପାଖି ୧୦୦ ଅଙ୍କ କମ୍‌ ହୋଇଥାଏ , ଯିଏ ଡେସ୍କରେ ଦୁଇ ଘଣ୍ଟାରୁ କମ୍ ବା ଏହା ସହ ସମାନ ସମୟ ବିତାନ୍ତି। 

ଡିପ୍ରେସନ କାରଣକୁ କେତେ କ୍ଷତି ହୋଇଥାଏ ? 

ସର୍ଭେ ଏହା ମାନୁଛି କି, ପ୍ରଡକ୍ଟିଭିଟି ଅନେକ କାରଣରୁ ପ୍ରଭାବିତ ହୋଇଥାଏ। ହେଲେ ସର୍ଭେ ଏହା ଚେତାବନୀ ଦେଇଛି କି,ଏବେ ଦୃଢ ମ୍ୟାନେଜମେଣ୍ଟ ଥିବା ସଙ୍ଗଠନରେ ମଧ୍ୟ, ପ୍ରତି ମାସରେ ହାରାହାରି ୫ଟି ୱାର୍କିଂ ଡେ’ର କ୍ଷତି ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)ର ତଥ୍ୟର ଅନୁସାରେ ,ସର୍ଭେ ଏହା ମଧ୍ୟ କହିଛି କି, ଡିପ୍ରେସନ ଓ ଚିନ୍ତା କାରଣରୁ ବାର୍ଷିକ ୧୨ ବିଲିୟନ ୱାର୍କିଂ ଡେ’ର ଗ୍ଲୋବଲ କ୍ଷତି ହୋଇଥାଏ, ଯାହା ୧ଟ୍ରିଲିୟନ ଡଲାରର ଇକୋନମି କ୍ଷତି ହୋଇଛି। ଟଙ୍କା ହିସାବରେ, ଏହା ପାଖାପାଖି ୭ହଜାର ପ୍ରତିଦିନ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.