PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବିଶ୍ବବ୍ୟାଙ୍କର ଏହି ନିଷ୍ପତ୍ତିରେ କାଙ୍ଗାଳ ହୋଇଯିବ ପାକିସ୍ତାନ

ନୂଆଦିଲ୍ଲୀ,୧୪।୭: ପୂର୍ବରୁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନ ଉପରେ ଆଉ ଏକ ପାହାଡ ସଦୃଶ୍ୟ ସମସ୍ୟା ସୃଷ୍ଟି ହେବାକୁ ଯାଉଛି। ଦରଦାମ ବୃଦ୍ଧି ଯୋଗୁଁ ଏବେ ପାକିସ୍ତାନର ସାଧାରଣ ଜନତା କ୍ଷୀର ଓ ପନିପରିବା ଠାରୁ ଆରମ୍ଭ କରି ଆତ୍ୟାବଶ୍ୟକୀୟ ଜିନିଷ କିଣିବାକୁ ଅକ୍ଷମ ହୋଇଛନ୍ତି। ଆଉ ଏବେ ବିଶ୍ବ ବ୍ୟାଙ୍କ ସମ୍ପର୍କିତ ନ୍ୟାୟଧିକରଣ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ସେଟେଲମେଣ୍ଟ ଅଫ୍ ଇନଭେଷ୍ଟମେଣ୍ଟ ଡିସପୁଟସ୍ (ଆଇସିଏସଆଇଡି) ପାକିସ୍ତାନ ଉପରେ  ୫ ଆରବ ୯୭ କୋଟି ଡଲାର ଜୋରିମନା ଲଗାଇଛି। ଯଦି ପାକିସ୍ତାନ ଏତେ ଟଙ୍କା ଦେଇନପାରିବ ତେବେ ତା’ର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବ ଓ ପାକିସ୍ତାନ କାଙ୍ଗାଳ ହେବା ପରିସ୍ଥିତିରେ ପହଁଞ୍ଚିଯିବ।

ଆଇସିଏସ୍ଆଇଡି ବେଲୁଚିସ୍ତାନରେ ଥିବା ରେକୋ ଡିକ୍ ଖାଦାନ ଡିଲକୁ ରଦ୍ଦ କରିବା ନେଇ ପାକିସ୍ତାନ ଉପରେ  ୫ ଆରବ ୯୭ କୋଟି ଡଲାର ଜୋରିମନା ଲଗାଇଛି। ଏହି ଅର୍ଥରେ ୪.୦୮ ଆରବ ଡଲାର କ୍ଷତିପୂରଣ ବାବଦକୁ ଓ ୧.୮୭ ଆରବ ଡଲାର ସୁଦ୍ଧ ପାଇଁ ଦେବ।ଏହି ଜୋରିମନା ଟେଥୟାନ କପର କମ୍ପାନୀ(ଟିସିସି)କୁ ପାକିସ୍ତାନ ଦେବ। ପାକିସ୍ତାନୀ ଗଣମାଧ୍ୟମର ଖବର ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହା ଜଣାଇବା ପାଇଁ ଏକ କମିଶନ୍ ଗଠନ କରିଛନ୍ତି। ସେ କହିଛନ୍ତି ଏହି ନିଷ୍ପତ୍ତିକୁ ବିରୋଧ କରି ଆଇସିଏସଆଇଡି ସହିତ ଅନ୍ୟ ଅନ୍ତଃର୍ଜାତୀୟ ମଞ୍ଚରେ ଆବେଦନ କରିବେ।

ଏହା ହେଉଛି ଆଇସିଏସଆଇଡିର ଇତିହାସରେ ସବୁଠାରୁ ବଡ ପରିମାଣର ଆର୍ଥିକ ଜୋରିମନା। ଟିସିସି ପାକିସ୍ତାନ ସ୍ଥିତ ବେଲୁଚିସ୍ତାନରେ ରେକୋ ଡିକରେ ବହୁପରିମାଣରେ ସୁନା ଓ ତମ୍ବା  ଖଣିର ସନ୍ଧାନ ପାଇଥିଲା। କମ୍ପାନୀର କହିବା ଅନୁସାରେ ଏହି ପ୍ରୋଜେକ୍ଟ ଉପରେ ପ୍ରାୟ ୨୨ କୋଟି ଡଲାର ଖର୍ଚ୍ଚ କରିସାରିଛି। ଅଚାନକ ୨୦୧୧ରେ ପାକିସ୍ତାନ ସରକାର ଏହାର ଖନନ ପାଇଁ ପଟା ଦେବାକୁ ମନା କରିଦେଇଥିଲେ।