PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ବିଶ୍ୱ କର୍କଟ ଦିବସ ପାଳିଲା ଆମ୍ରି ହସ୍ପିଟାଲ୍‌

ଭୁବନେଶ୍ୱର,୫ା୨(ବ୍ୟୁରୋ): ପ୍ରାରମ୍ଭିକ ଅବସ୍ଥାରେ କର୍କଟ ଚିହ୍ନଟ ହୋଇପାରିଲେ, ଏହା ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ । ତେଣୁ ସମସ୍ତେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଆବଶ୍ୟକ । ଏହାବ୍ୟତୀତ ଖାଦ୍ୟ, ଫିଟନେସ୍‌ ଓ ଲାଇଫ୍‌ ଷ୍ଟାଇଲକୁ ବି ଧ୍ୟାନ ଦେବାକୁ ପଡ଼ିବ । ଏହାଦ୍ୱାରା ଜଣେ ବ୍ୟକ୍ତି ସୁସ୍ଥ ଜୀବନଯାପନ କରିପାରିବ । ଏସିଆନ୍‌ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ ଓ ଆମ୍ରି ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ବିଶ୍ୱ କର୍କଟ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ବଲିଉଡ୍‌ ଷ୍ଟାର ଡିନୋ ମୋରିଆ ।

ଏହି ଅବସରରେ ଉର୍ଜା-ଆମ୍ରି କ୍ୟାନ୍‌ସର ସପୋର୍ଟ ଗ୍ରୁପ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ସମାଜସେବୀ ଶୁଭଶ୍ରୀ ଦାସ, ଆମ୍ରି ହସ୍ପିଟାଲ ଏଭିପି (ପ୍ରଶାସନ) ଡାକ୍ତର ଚିରନ୍ତନ ବୋଷ, ଆମ୍ରି ହସ୍ପିଟାଲ ଭୁବନେଶ୍ୱର ୟୁନିଟ୍‌ ମୁଖ୍ୟ ତଥା ଭିପି ସି ଏଲ୍‌ ଏନ୍‌ ରେଡ୍ଡି, ଡାକ୍ତର ଧୈର୍ଯ୍ୟଶୀଳ ସାବନ୍ତ, ଏସିଆନ୍‌ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ ମୁମ୍ବାଇର ନିର୍ଦ୍ଦେଶକ ଡାକ୍ତର ସଞ୍ଜୟ ଶର୍ମା ଓ ଆମ୍ରି ହସ୍ପିଟାଲର କ୍ୟାନ୍‌ସର କନ୍‌ସଲଟାଣ୍ଟ ଡାକ୍ତର ସଞ୍ଜୟ ସିଂହ ରାଏ ଯୋଗଦେଇ କର୍କଟ ରୋଗର ଭୟାବହତା ଓ ଏହାର ଚିକିତ୍ସା ସୁବିଧା ସମ୍ପର୍କରେ କହିଥିଲେ ।