ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ୱାର୍ଲ୍ଡ ଚାମ୍ପିଅନସିପ୍‌ ଅଫ୍‌ ଲିଜେଣ୍ଡସ, ପାକିସ୍ତାନ ସହ ସେମି ଖେଳିବାକୁ ମନା କଲା ଭାରତ

Published By : Manoj | July 31, 2025 11:53 AM

ନୂଆଦିଲ୍ଲୀ,୩୧/୦୭: ବର୍ମିଂହାମରେ ଚାଲିଥିବା ୱାର୍ଲ୍ଡ ଚାମ୍ପିଅନସିପ୍‌ ଅଫ୍‌ ଲିଜେଣ୍ଡସରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେମି ଫାଇନାଲ ଖେଳାଯାଇଥାନ୍ତା । କିନ୍ତୁ ଏହି ମ୍ୟାଚ୍‌ ଭାରତ ଖେଳିବ ନାହିଁ ବୋଲି ମନା କରି ଦେଇଥିଲା । ଭାରତ ନଖେଳିବାରୁ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି । 

ଭାରତୀୟ ଦଳର ଶିଖର ଧାୱନ,  ଯୁବରାଜ ସିଂ, ହରଭଜନ  ସିଂ, ଇରଫାନ ପଠାନ  ଓ ସୁରେଶ ରାଇନା ପ୍ରମୁଖ ଖେଳାଳି ପାକିସ୍ତାନ ବିପକ୍ଷରେ  ଖେଳିବାକୁ ମନା କରିଦେଇଥିଲେ ।  ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀଙ୍କର  ଆକ୍ରମଣକୁ ବିରୋଧ କରି ଭାରତୀୟ ଖେଳାଳି ଏବଂ ଟୁର୍ଣ୍ଣାମେଣ୍ଟର ପ୍ରାୟୋଜକ  ଇଜମାଇ ଟ୍ରିପ୍‌ ଏହି ନିଷ୍ପତ୍ତି ନେଇଥିଲା । 

ଗ୍ରୁପ୍‌ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ରେ  ୱେଷ୍ଟଇଣ୍ଡିଜକୁ ପରାଜିତ କରି ଭାରତ  ସେମି ଫାଇନାଲରେ ପ୍ରବେଶ କରିଥିଲା । ଇଣ୍ଡିଜ ଦେଇଥିବା ବିଜୟ ଲକ୍ଷ୍ୟକୁ ଦଳ  ୧୩.୨ ଓଭରରେ ହାସଲ କରିନେଇଥିଲା । ଟୁର୍ଣ୍ଣାମେଣ୍ଟର ପ୍ରାୟୋଜକ ଇଜମାଇ  ଟ୍ରିପ୍‌ର ସହ ପ୍ରତିଷ୍ଠାତା ନିଶାନ୍ତ ପିଟ୍ଟି କହିଛନ୍ତି, ‘ଦେଶ ଆଗ ବେପାର ପଛ । ଡବ୍ଲ୍ୟୁସିଏଲ୍‌ରେ ଭାରତ-ପାକିସ୍ତାନ  ମ୍ୟାଚ୍‌ରେ ଆମେ ଜଡ଼ିତ ହେବୁ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.