PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

୨୨ରୁ ବିଶ୍ୱ ଚାମ୍ପିଅନ୍‌ସିପ ବ୍ୟାଡମିଣ୍ଟନ, କଷ୍ଟକର ଗ୍ରୁପ୍‌ରେ ଭାରତ ଖେଳାଳି

ନୂଆଦିଲ୍ଲୀ,୧୧/୦୮: ଆସନ୍ତା ୨୨ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପର କ୍ରୀଡ଼ା ସୂଚୀ ଘୋଷଣା କରାଯାଇଛି । ଭାରତୀୟ ଖେଳାଳିମାନେ କଷ୍ଟକର ଡ୍ର’ରେ ସ୍ଥାନ ପାଇଛନ୍ତି । ସପ୍ତମ ସିଡ୍‌ ପିଭି ସିନ୍ଧୁଙ୍କ ପାଇଁ ମଧ୍ୟ ପ୍ରତ୍ୟେକ ରାଉଣ୍ଡ ସଂଘର୍ଷପୂର୍ଣ୍ଣ ହେବ । ଗତ ବର୍ଷ ସିନ୍ଧୁଙ୍କୁ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଏଥର ସେ ପ୍ରଥମ ରାଉଣ୍ଡ୍‌ରେ ‘ବାଇ’ ପାଇଛନ୍ତି । ଦ୍ୱିତୀୟ ରାଉଣ୍ଡ୍‌ରେ ସେ ଚୀନ୍‌ର ହାନ୍‌ ୟୁଏଙ୍କୁ ଭେଟିବେ । ଏହି ମ୍ୟାଚ୍‌ ଜିତିଲେ ସେ ପରବର୍ତ୍ତୀ ରାଉଣ୍ଡ୍‌ରେ ୱାଙ୍ଗ ଝି ୟିଙ୍କୁ ସାମ୍ନା କରିବେ । ଉଭୟ ଚୀନ୍‌ ଖେଳାଳିଙ୍କୁ ହରାଇ ପାରିଲେ ଆଗକୁ ଦକ୍ଷିଣ କୋରିଆର ଆନ ସେ ୟଙ୍ଗ ତାଙ୍କୁ ଅପେକ୍ଷା କରିଥିବେ । ତୃତୀୟ ସିଡ୍‌ ୟଙ୍ଗଙ୍କ ବିପକ୍ଷରେ ସିନ୍ଧୁ ୫ଟି ମ୍ୟାଚ୍‌ ଖେଳି ସାରିଛନ୍ତି । ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍‌ ଜିତିପାରି ନାହାନ୍ତି ।

ସାଇନା ପ୍ରଥମ ରାଉଣ୍ଡ୍‌ରେ ହଂକଙ୍ଗ୍‌ର ଚିଓଙ୍ଗ ନଗାନ ୟିଙ୍କୁ ଭେଟିବେ । ଏହି ମ୍ୟାଚ୍‌ ଜିତିଲେ ସେ ପରବର୍ତ୍ତୀ ରାଉଣ୍ଡ୍‌ରେ ଜାପାନର ନୋଜୋମି ଓକୁହାରାଙ୍କୁ ସାମ୍ନା କରିବାର ସମ୍ଭାବନା ରହିଛି । ଅନ୍ୟ ଭାରତୀୟ ମାଳବିକା ବାନସୋଦ ପ୍ରଥମ ରାଉଣ୍ଡ୍‌ରେ ଡେନମାର୍କର ଲିନେ ଖ୍ରୀଷ୍ଟୋଫରସେନଙ୍କୁ ଭେଟିବେ ।

ପୁରୁଷ ଖେଳାଳିଙ୍କ ମଧ୍ୟରେ ଲକ୍ଷ୍ୟ ସେନ, କେ ଶ୍ରୀକାନ୍ତ, ଏଚଏସ ପ୍ରଣୟ ଓ ସାଇ ପ୍ରଣୀତ ବିଶ୍ୱ ଚାମ୍ପିଅନ୍‌ସିପକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଗତ ବର୍ଷ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ଲକ୍ଷ୍ୟ ପ୍ରଥମ ରାଉଣ୍ଡ୍‌ରେ ଡେନମାର୍କର ହାନ୍ସ-କ୍ରିଷ୍ଟିଆନ ସୋଲବର୍ଗ ଭିଟିଙ୍ଗସ୍‌ଙ୍କୁ ଭେଟିବେ । ପ୍ରଣୟ ପ୍ରଥମ ରାଉଣ୍ଡ୍‌ରେ ଦ୍ୱିତୀୟ ସିଡ୍‌ କେଣ୍ଟୋ ମୋମୋତାଙ୍କୁ ସାମ୍ନା କରିବେ । ମୋମୋତାଙ୍କୁ ହରାଇ ପ୍ରଣୟ ଆଗକୁ ବଢିଲେ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଲକ୍ଷ୍ୟଙ୍କୁ ଭେଟିବାର ସମ୍ଭାବନା ରହିଛି ।

ପୁରୁଷ ଡବଲ୍ସରେ ସାତ୍ୱିକସାଇରାଜ ଓ ଚୀରାଗ ଯୋଡି ପ୍ରଥମ ରାଉଣ୍ଡ୍‌ରେ ବାଇ ପାଇଛନ୍ତି । ଦ୍ୱିତୀୟ ରାଉଣ୍ଡ୍‌ରେ ଉଭୟ ସହଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଭେଟିପାରନ୍ତି । ପ୍ରି-କ୍ୱାର୍ଟରରେ ଉଭୟଙ୍କୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ । ମାଲେସିଆର ତାନ ୱି କିଓଙ୍ଗ ଓ ଗୋହ ସେମ ଯୋଡିଙ୍କୁ ଭେଟିବା ସମ୍ଭାବନା ରହିଛି ।