ହକି ବିଶ୍ୱକପ ୨୦୨୩: ହାଇଲାଇଟ୍ କ୍ୱାର୍ଟର ଫାଇନାଲ; କୋରିଆକୁ ୫-୧ରେ ପରାସ୍ତ କଲା ନେଦରଲ୍ୟାଣ୍ଡ

Image Courtesy: SportsStar
ଭୁବନେଶ୍ଵର: ପୁରୁଷ ହକି ବିଶ୍ଵ କପ୍ରେ ଶେଷ କ୍ଵାର୍ଟର ଫାଇନାଲ୍ରେ ଦକ୍ଷିଣ କୋରିଆକୁ ହରାଇ ସେମି ଫାଇନାଲ୍ରେ ପ୍ରବେଶ କରି ନେଦରଲାଣ୍ଡ। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏକତରଫା ମ୍ୟାଚ୍ରେ ନେଦରଲାଣ୍ଡ ୫-୧ ଗୋଲ୍ରେ ଦକ୍ଷିଣ କୋରିଆ ପରାସ୍ତ କରିଛି। ଏହି ବିଜୟ ସହ ନେଦରଲାଣ୍ଡ ଚତୁର୍ଥ ଦଳ ଭାବେ ସେମି ଫାଇନାଲ୍ରେ ପହଞ୍ଚିଛି। ଏଥିସହ ଚଳିତ ହକି ବିଶ୍ଵ କପ୍ରେ କ୍ଵାର୍ଟର ଫାଇନାଲ୍ ପର୍ଯ୍ୟାୟ ସରିଛି ଏବଂ ସେମି ଫାଇନାଲ୍ ଲାଇନ୍ ଅପ ଚୂଡାନ୍ତ ହୋଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ, ବେଲଜିୟମ ଏବଂ ଜର୍ମାନୀ ସେମିରେ ପ୍ରବେଶ କରି ସାରିଛନ୍ତି।
Can the Koreans stage another upset against the Oranje tonight?
— Hockey India (@TheHockeyIndia) January 25, 2023
Here is how they'll line up for their match#NEDvsKOR #IndiaKaGame #HockeyIndia #HWC2023 #HockeyWorldCup2023 #StarsBecomeLegends @CMO_Odisha @sports_odisha @IndiaSports @Media_SAI @oranjehockey pic.twitter.com/hJQ8dEQacH
ଚତୁର୍ଥ କ୍ଵାର୍ଟର ଫାଇନାଲ୍ରେ ନେଦରଲାଣ୍ଡ ସଂପୂର୍ଣ୍ଣ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା। ନେଦରଲାଣ୍ଡ ପକ୍ଷରୁ ବିଜେନ କୋଇନ ଦୁଇଟି ଗୋଲ୍ ଦେଇଥିବା ବେଳେ ବ୍ଲକ୍ ଜଷ୍ଟିନ, ଭାନ ହେଇଜନିନଜେନ ଷ୍ଟେଜିନ ଏବଂ ବେଇନ୍ସ ଟଉନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍ ଦେଇ ଦଳକୁ ବିଜୟୀ କରାଇଛନ୍ତି। ଦକ୍ଷିଣ ଆଫ୍ରିକା ତରଫରୁ ସିଓ ଇନଓ୍ଵ ଏକ ମାତ୍ର ଗୋଲ୍ ଦେଇଥିଲେ।
ସେମି ଫାଇନାଲ୍
ପ୍ରଥମ ସେମି ଫାଇନାଲ୍- ଅଷ୍ଟ୍ରେଲିଆ ବନାମ ଜର୍ମାନୀ, ଜାନୁଆରୀ ୨୭, ଅପରାହ୍ନ ୪ଟା ୩୦
ଦ୍ଵିତୀୟ ସେମି ଫାଇନାଲ୍- ବେଲଜିୟମ ବନାମ ନେଦରଲାଣ୍ଡ, ଜାନୁଆରୀ ୨୭, ସନ୍ଧ୍ୟା ୭ଟା
ଏହି ଖବର ଉପରେ ନଜର ପକାନ୍ତୁ: କାହା ପାଇଁ କିଏ ବିପଦ? ଭାରତ-ପାକିସ୍ତାନ ଭିତରେ ପରମାଣୁ ଅସ୍ତ୍ରକୁ ନେଇ କିଏ ଅଧିକ ଶକ୍ତିଶାଳୀ?