PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ବିଶ୍ବକପ୍ ବିଜୟୀ ଟିମ୍କୁ ମିଳିବ ଏତେ କୋଟି ଟଙ୍କା,ଜାଣି ରଖନ୍ତୁ କେଉଁ ଟିମକୁ କେତେ ମିଳିବ?

ନୂଆଦିଲ୍ଲୀ, ୧୪।୭: ଲଣ୍ଡନର ଲର୍ଡସ ଠାରେ  ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଫାଇନାଲ ମ୍ୟାଚ ଜାରି ରହିଛି। ଦୁଇ ଟିମର ନଜର ପ୍ରଥମ ଥର ବିଶ୍ବକପ ଚମ୍ପିଆନ ହେବା ଉପରେ ରହିଛି। ବିଶ୍ବକପ ବିଜୟୀ ଟିମକୁ ୨୮ କୋଟି ମିଳିବ ବୋଲି ଜଣାପଡିଛି। ସେଭଳି ଫାଇନାଲାରେ ହାରିଯାଇଥିବା ଟିମକୁ ୧୪ କୋଟି ଟଙ୍କା ମିଳିବ। ଚମ୍ପିଆନ ହୋଇଥିବା ଟିମକୁ ସୁନା-ରୂପାରେ ତିଆରି ୧୧ କିଲୋଗ୍ରାମର ଟ୍ରଫି ମଧ୍ୟ ଦିଆଯିବ।

ଅନ୍ୟପ​କ୍ଷେ ଏବେ ସମସ୍ତଙ୍କର ନଜର ମ୍ୟାନ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପୁରଷ୍କାର ରେସରେ ଥିବା ରୋହିତ ଶର୍ମା, ଶାକିବ ଅଲ ହସନ, ମିଚେଲ ଷ୍ଟାର୍କ, ଜୋ ରୁଟ୍, କେନ ଓ୍ବିଲିୟମସ୍ ଓ ଜୋଫ୍ରା ଆର୍ଚରଙ୍କ ଉପରେ ରହିଛି। ସେଭଳି ଗୋଲ୍ଡେନ ବ୍ୟାଟ୍ ଦୌଡରେ ଭାରତୀୟ କ୍ରିକେଟର ରୋହିତ ଶର୍ମା ସବୁଠାରୁ ଆଗରେ ରହିଛନ୍ତି।  ସେ ଟୁର୍ଣ୍ଟାମେଣ୍ଟରେ ଏପର୍ଯ୍ୟନ୍ତ ୬୪୮ ରନ୍ କରିଛନ୍ତି। ଏହି ପ୍ରସଙ୍ଗରେ ଦ୍ବିତୀୟ ସ୍ଥାନରେ ରୁଟ ଓ ତୃତୀୟ ସ୍ଥାନରେ ଓ୍ବିଲିୟମ୍ସ ରହିଛନ୍ତି। ରୁଟ୍ ୫୪୯ ଓ ଓ୍ବିଲିୟମ୍ସ ୫୪୮ ରନ୍ କରିଛନ୍ତି। ଦୁହିଁଙ୍କୁ ରୋହିତଙ୍କ ଠାରୁ ଆଗକୁ ଯିବାକୁ ହେଲେ ଶତକୀୟ ଇଂନିସ ଖେଳିବାକୁ ହେବ।  

ବୋଲିଂରେ ଷ୍ଟାର୍କଙ୍କୁ ଗୋଲ୍ଡେନ ବଲ୍ ଦିଆଯିବ ବୋଲି କୁହାଯାଉଛି। ସେ ୨୭ଟି ଓ୍ବିକେଟ୍ ନେଇଛନ୍ତି। ଦ୍ବିତୀୟ ସ୍ଥାନରେ କାବିଜ ମୁସ୍ତାଫିଜୁର ରହମାନ ୨୦ ଓ୍ବିକେଟ୍ ନେଇଛନ୍ତି। ତାଙ୍କର ଟିମ ଟୁର୍ନାମେଣ୍ଟରୁ ବହୂ ପୂର୍ବରୁ ବାହାର ହୋଇସାରିଛି। ତୃତୀୟ ସ୍ଥାନରେ  କାବିଜ ଆର୍ଚର ରହିଥିବା ବେଳେ ସେ ୧୯ଟି ଓ୍ବିକେଟ୍ ନେଇଛନ୍ତି। ଷ୍ଟାର୍କଙ୍କୁ ପିଛା କରିବା ପାଇଁ ତାଙ୍କୁ ଏହି ମ୍ୟାଚରେ ୯ ଓ୍ବିକେଟ୍ ନେବାକୁ ହେବ। ଷ୍ଟାର୍କ ଗତ ବିଶ୍ବକପରେ ସବୁଠାରୁ ଅଧିକ ୨୨ଟି ଓ୍ବିକେଟ୍ ନେଇଥିଲେ।

କେଉଁ ଦଳକୁ ମିଳିବ କେତେ ପୁରଷ୍କାର ରାଶି?

ବିଶ୍ବକପ୍ ବିଜୟୀ ଟିମ୍- ୪୦ ଲକ୍ଷ ଡଲାର(୨୮ କୋଟି ଟଙ୍କା)

ରନର ଅପ୍- ୨୦ ଲକ୍ଷ ଡଲାର(୧୪ କୋଟି ଟଙ୍କା)

ସେମିଫାଇନାଲରେ ହାରିବା ଦୁଇ ଦଳକୁ- ୮ ଲକ୍ଷ ଡଲାର ଲେଖାଏଁ(୫.୬  ୫.୬ କୋଟି ଟଙ୍କା)

ଲିଗ ମ୍ୟାଚ ଜିତିଥିବା ପ୍ରତି ଦଳକୁ- ୪୦ ହଜାର ଡଲାର ଲେଖାଏଁ(୨୮-୨୮ ଲକ୍ଷ ଟଙ୍କା )

ନକ୍ ଆଉଟରେ ପହଁଞ୍ଚିଥିବା ପ୍ରତି ଟିମକୁ- ୧ ଲକ୍ଷ ଡଲାର ଲେଖାଏଁ(୭୦-୭୦ ଲକ୍ଷ ଟଙ୍କା ଦିଆଯିବ।

ଏଭଳି ଭାବରେ ସମସ୍ତ ଦଳଙ୍କୁ ମଧ୍ୟରେ ବିଶ୍ବକପରେ ୧ କୋଟି ଡଲାର ବା ୭୦ କୋଟି ଟଙ୍କା ଦଆଯିବ।