PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ; ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୋଗରାଇ,୩/୧୨ : ବାଲେଶ୍ଵର ଜିଲ୍ଲାର ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହେବା ସହ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ନେଇ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ସାଧନ କେନ୍ଦ୍ର ଉଦଘାଟିତ ହେବା ସହ ଉଭୟ ଜୁନିୟର ଓ ସିନିୟର ବର୍ଗର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ସଙ୍ଗୀତ, ଏକକ ନୃତ୍ୟ, ମ୍ୟୁଜିକ ଚେୟାର, ହାଣ୍ଡିପିଟା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଦିବସ ପାଳନ ଅବସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ଏମଆଇଏସ କିଟ,୧୦ ଜଣଙ୍କୁ ଶ୍ରବଣ ଯନ୍ତ୍ର ଏବଂ ୧୦ ଜଣଙ୍କୁ ଆଶାବାଡି ବଣ୍ଟନ କରାଯାଇଥିଲା । ଭୋଗରାଇ ବ୍ଲକର ବିଭିନ୍ନ ସ୍କୁଲ ଓ କଲେଜରେ ଅଧ୍ୟୟନ କରୁଥିବା ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଯୁକ୍ତ ୨ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୮୯୫ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏହି ଦିବସ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଭୋଗରାଇ ବ୍ଲକର କେନ୍ଦ୍ରସ୍ଥଳ ଦେହୁର୍ଦ୍ଦା ପଞ୍ଚାୟତ ଅନ୍ତର୍ଗତ ଥାନାଛକ ବଜାର ପରିକ୍ରମା କରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ  ଆୟୋଜିତ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ବିଆରସିସି ଋଷଭ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ଜେନା, ମୁଖ୍ୟବକ୍ତା ଭାବେ ପୂର୍ବତନ ଦେହୁର୍ଦ୍ଦା ସରପଞ୍ଚ ରମାକାନ୍ତ କରଣ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଭଗୀରଥ ଗିରି ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଯଜ୍ଞେଶ୍ଵର ଜେନା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସିଆରସିସି ତଥା ପ୍ରଧାନ ଶିକ୍ଷକ ଦୟାନିଧି ଗିରି, ଦେହୁର୍ଦ୍ଦା ସରପଞ୍ଚ ସରସ୍ଵତୀ କରଣ, ପଞ୍ଚାୟତ ସମିତି ସଦସ୍ୟା ସନ୍ଧ୍ୟାରାଣୀ ଜେନା, ପୂର୍ବତନ ସରପଞ୍ଚ ଶ୍ରୀପତି ଚରଣ ସେଠୀ, ଶ୍ରୀବତ୍ସପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ଏସଏମସି ସଭାପତି ଦୀପକ ଗାରୁ, ଶ୍ରୀବତ୍ସପୁର ପ୍ରାଥମିକ ବିଦ୍ୟାଳୟର ଏସଏମସି ସଭାପତି ହରେକୃଷ୍ଣ ମଣ୍ଡଳ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ କୌଣସି କ୍ଷେତ୍ରରେ କମ ନୁହନ୍ତି ବୋଲି ମତବ୍ୟକ୍ତ କରିବା ସହ ସେମାନେ ସମାଜରେ ଅନ୍ୟମାନଙ୍କ ଭଳି ସକ୍ଷମ ବୋଲି ମତବ୍ୟକ୍ତ କରିଥିଲେ।

ଏହାସହିତ ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ଆନ୍ତରିକତାର ସହ ଉଦ୍ୟମ ଜାରି ରଖିବା ସହିତ ସରକାରଙ୍କ ବିଭିନ୍ନ ଯୋଜନାରୁ ଲାଭ ଉଠାଇବା ପାଇଁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ପୂର୍ବତନ ସିଆରସିସି ରତନ ଦତ୍ତ, ରଞ୍ଜନ ଜେନା, ବିକ୍ରମ କେଶରୀ ବେହେରା ଓ ସନ୍ତୋଷ ସିଂ, ଗୋଷ୍ଠୀ ସମ୍ବଳ ଶିକ୍ଷକ ଦେବେନ୍ଦ୍ର ସାହୁ ଓ ଅଜୟ ବଲ୍ଲଭ ଗୋସ୍ୱାମୀ ଏବଂ ଶ୍ରୀବତ୍ସପୁର ସିଆରସିସି ଜୟନ୍ତୀ ପାତ୍ରଙ୍କ ସମେତ ଅନ୍ୟ ୨୪ ଜଣ ସିଆରସିସି, ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ହରିପଦ ଜେନା, ସଞ୍ଜୟ କୁମାର ମହାନ୍ତି ଓ ସୁଶାନ୍ତ ପାତ୍ର,ଶ୍ରୀବତ୍ସପୁର ପ୍ରାଥମିକ ଓ ମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ଏହି ଦୁଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସାପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା।