ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବିଶ୍ୱ ପ୍ରସିଦ୍ଧ ପୁରୀ ସାହିଯାତ, ଆଜି ବୀରବାଦ୍ୟରେ କମ୍ପିବ ୮ ସାହି, ୪୨ କନ୍ଦି

Published By : Prameya | April 6, 2025 11:37 AM

ପୁରୀ,୦୬/୦୪: ଆଜିଠୁ ବହୁ ପ୍ରତୀକ୍ଷିତ ଶ୍ରୀକ୍ଷେତ୍ରର ସାହି ଯାତ  ଆରମ୍ଭ ହେବ । ଶ୍ରୀମନ୍ଦିରର ରୀତିନୀତିକୁ ନେଇ ରାମ ନବମୀରେ ରାମଜନ୍ମଠାରୁ ରାମଙ୍କ ଅଭିଷେକ ପର୍ଯ୍ୟନ୍ତ ପୁରୀର ଆଠ ସାହି ୪୨  କନ୍ଦି ବୀରବାଦ୍ୟରେ କମ୍ପିବ । 

ପ୍ରଥମ ଦିନରେ ଶ୍ରୀମନ୍ଦିରରେ  ରାମ ଜନ୍ମନୀତି କଳିକା ଦେବୀ  ସାହି ପକ୍ଷରୁ ଅନୁଷ୍ଠିତ ହେବ ।  ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ,  ମହର୍ଷି ଆଦି ବେଶ ହୋଇ  କଳିକାଦେବୀ ସାହିରୁ ଭୁଆସିକଙ୍କ ସହିତ ପଡ଼ୋଶୀ  ସାହି ମାଟିମଣ୍ଡପ ସାହିକୁ ଯିବେ । ମିତ୍ର ସାହି ଭାବେ  ସଂସ୍କୃତି ଓ ସମର କଳା ଦେଖାଇବେ । ଶ୍ରୀମନ୍ଦିରରେ  ଦ୍ୱିପ୍ରହର ଧୂପ ସରିଲେ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ  ହେବ । ଶ୍ରୀମନ୍ଦିରରୁ ଚରୁଅନ୍ନ ଆଣି ମା ଦକ୍ଷିଣକାଳୀଙ୍କୁ ଅର୍ପଣ କରାଯିବା ପରେ ରାମ ଲକ୍ଷ୍ମଣ ଚରିତ୍ରମାନେ ସାହି ପରିକ୍ରମା କରିବେ । 

କାର୍ଯ୍ୟସୂଚୀ ଅନୁସାରେ  କାଳିକାଦେବୀ ସାହି ପକ୍ଷରୁ ରାମଜନ୍ମ ନୀତି ଶେଷ  ହେବା ପରେ ୭ ତାରିଖରେ  ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞ  ରକ୍ଷା ନୀତି ହେବ । ସେହି ଦିନ  ମାଟିମଣ୍ଡପ ସାହିର ନିଶାଣ ଯାତ୍ରା  ମଧ୍ୟ କରାଯିବ । ୮ ତାରିଖରେ  ହରଚଣ୍ଡୀ ସାହିର ସୀତାବିବାହ  ନୀତି ଅନୁଷ୍ଠିତ ହେବ । ପରେ ୯ ତାରିଖରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ଶ୍ରୀରାମ ବନବାସ ଏବଂ  ୧୧ ତାରିଖରେ କୁଣ୍ଢେଇବେଣ୍ଟ ସାହିର ମାୟା ମୃଗ ନୀତି  ପାଳନ ହେବ । ୨୨ ତାରିଖ ପର୍ଯ୍ୟନ୍ତ ସାହିଯାତ ଚାଲିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.