PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

କୋଲକାତାରେ ମିଳିଲେ କିଲର ପ୍ଲାଣ୍ଟ ଫଙ୍ଗସ୍‌ରେ ସଂକ୍ରମିତ ବ୍ୟକ୍ତି, ବିଶ୍ବର ପ୍ରଥମ ରୋଗୀ

କୋଲକାତା,୧।୪: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଜଣେ ବ୍ୟକ୍ତି ଭିତରେ ଏଭଳି ରୋଗ ବିଷୟରେ ଜଣାପଡିଛି, ଯାହାକି କିଲର ପ୍ଲାଣ୍ଟ ଫଙ୍ଗସ୍‌ର କାରଣ ହୋଇଥାଏ। କିଲର ପ୍ଲାଣ୍ଟ ଅର୍ଥାତ ଗଛ ଦ୍ବାରା ହେଉଥିବା ରୋଗ। ସେ ହେଉଛନ୍ତି ଦୁନିଆର ପ୍ରଥମ ଏଭଳି ବ୍ୟକ୍ତି,ଯିଏକି ଏହି ରୋଗର ଶିକାର ହୋଇଛନ୍ତି। ଉଲ୍ଲେଖନୀୟ ଯେ, ରୋଗୀ ଜଣେ ପେଶାଦାର ମାଇକ୍ରୋଲୋଜିଷ୍ଟ, ଯାହାଙ୍କର ବୟସ ୬୧ ବର୍ଷ ଓ ସେ ସଢୁଥିବା ସାମଗ୍ରୀ, ଛତୁ ଓ ବିଭିନ୍ନ ଉଦ୍ଭିଦ ଉପରେ ରିସର୍ଚ୍ଚ କରୁଥିଲେ।

ସଂକ୍ରମିତ ବ୍ୟକ୍ତିଙ୍କ ଭଏସ୍‌​‌ରେ ଭାରିପଣ ଆସିବା ସହ ତାଙ୍କୁ ଗିଳିବାରେ କଷ୍ଟ ହେଉଛି। ଏହାପରେ ସେ କୋଲକାତାର ଏକ ହସ୍ପିଟାଲକୁ ଯାଇଥିଲେ, ଯେଉଁ ଡାକ୍ତରମାନେ ତାଙ୍କୁ କହିଥିଲେ ସେ ତିନି ମାସ ହେବ କାଶ, ଥକାପଣ ଓ ଢୋକିବାରେ କଷ୍ଟ ହେଉଛି। ଡାକ୍ତରମାନେ ଯୁବକଙ୍କର ଏକ୍ସରେ ଓ ସିଟି ସ୍କାନ୍ କରିଥିଲେ। ଛାତିରେ ଏକ୍ସରେ ନର୍ମାଲ ଆସିଥିଲା, କିନ୍ତୁ ସିଟି ସ୍କାନ୍‌ର ପରିମାଣ ତାଙ୍କର ବେକରେ ଏକ ପେରାଟ୍ରିଚିୟଲ ଫୋଡା ଦେଖାଯାଇଥିଲା। ଏହାପରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରି ତାକୁ ହଟାଇ ଦେଇଥିଲେ ଓ ପରୀକ୍ଷଣ ପାଇଁ ଏକ ନମୁନା ‘ଡବ୍ଲୁଏଚଓ ସହଯୋଗ କେନ୍ଦ୍ର ଫର୍ ରେଫରାନ୍ସ ଆଣ୍ଡ ରିସର୍ଚ୍ଚ ଅନ୍ ଫଗି ଅଫ୍ ମେଡିକାଲ ଇମ୍ପୋର୍ଟାନ୍ସ’ ପଠାଇଥିଲେ, ଯେଉଁଠି ତାଙ୍କୁ ଚୋଡ୍ରୋଷ୍ଟୋରିୟମ୍ ପରଫ୍ୟୁରିୟମର ଚିକିତ୍ସା କରାଯାଇଥିଲା।

ଡାକ୍ତରମାନେ କହିଥିଲେ, ସେ ମଧୁମେହ, ଏଚଆଇଭି ସଂକ୍ରମଣ, କିଡନୀ ରୋଗ, କୌଣସି ପୁରୁଣା ରୋଗ, ପ୍ରତିରକ୍ଷା ଦମନକାରୀ ଔଷଧ ସେବନ କିମ୍ବା ଆଘାତର କୌଣସି ଇତିହାସ ତାଙ୍କର ନଥିଲା। ଡାକ୍ତରମାନେ କହିଛନ୍ତି, ଯେଉଁ ବ୍ୟକ୍ତିଙ୍କ ନାଁ ନିଆଯାଇନଥିଲା, ସେ ନିଜର ରିସର୍ଚ୍ଚ ଗତିବିଧିର ଅଂଶ ରୂପରେ ଦୀର୍ଘ ସମୟଧରି କ୍ଷୟ ସାମଗ୍ରୀ, ଛତୁ ଓ ବିଭିନ୍ନ ଗଛର କବକ ସହିତ କାମ କରୁଥିଲେ। ଉଲ୍ଲେଖନୀୟ ଯେ, ଚୋଡ୍ରୋଷ୍ଟୋରିମ୍ ପରଫ୍ୟୁରିୟମ୍ ଏକ ଉଦ୍ଭିଦର କବକ, ଯାହାକି ଉଦ୍ଭିଦରେ ସିଲଭର ଲିଫ୍ ରୋଗର କାରଣ ବୋଲି କହିଥାଏ, ବିଶେଷ ଭାବରେ ​‌ଗୋଲାପ ଗଛର ପରିବାରରୁ ଏହି ରୋଗ ଆସିଥାଏ। ମଣିଷ ଭିତରେ ରୋଗ ସୃଷ୍ଟି କରୁଥିବା ଉଦ୍ଭିଦର କବକର ଏହା ପ୍ରଥମ ଉଦାହରଣ। ରିପୋର୍ଟରେ କୁହାଯାଇଛି ଯେ, ପାରମ୍ପାରିକ ଟେକ୍ନୋଲୋଜି(ମାଇକ୍ରୋସ୍କୋପି ଓ କଲଚର) ଫଙ୍ଗସର ଚିହ୍ନଟ କରିବାରେ ବିଫଳ ରହିଛି।