ନୂଆଦିଲ୍ଲୀ, ୨୧/୦୨ : ଚଳନ୍ତା ଟ୍ରେନ୍ ରେ ବିମାନ ଅବତରଣ। ତୁର୍କୀରେ ଇଟାଲିର ଷ୍ଟଣ୍ଟ୍ ପାଇଲଟ୍ ଡାରିଓ କୋଷ୍ଟାଙ୍କ ବିଶ୍ଵ ରେକର୍ଡ। ଡାରିଓ କାର୍ଗୋ ଟ୍ରେନ୍ରେ ନିଜର ଜିଭ୍କୋ ଏଜ୍-୫୪୦ ବିମାନ ଅବତରଣ କରିବା ସହିତ ସେଠାରୁ ପୁନଃ ଉଡ଼ାଣ ଭରିଛନ୍ତି। ଦୀର୍ଘ ଏକ ଶତାବ୍ଦୀରୁ ଉର୍ଦ୍ଧ୍ୱ ସମୟ ଧରି ବିଶ୍ୱ ମହାସାଗରରେ ଯୁଦ୍ଧ ବିମାନ ଓହ୍ଲାଉଛନ୍ତି। କିନ୍ତୁ ଚଳନ୍ତା ଟ୍ରେନ୍ରେ ଆଜି ଯାଏ କୌଣସି ବିମାନ ଅବତରଣ କରିନଥିଲା। ପୂର୍ବତନ ଜାତୀୟ ଏରୋବାଟିକ୍ ଚାମ୍ପିଅନ୍ ଡାରିଓ ଏହି ଅନନ୍ୟ ପ୍ରୟାସ ଜରିଆରେ ଅନେକ ବିଶ୍ୱ ରେକର୍ଡ କରିଛନ୍ତି।
ଡାରିଓ ଏକ ସୁଡ଼ଙ୍ଗ ମଧ୍ୟଦେଇ ପ୍ରଥମ ଥର ବିମାନରେ ଯାତ୍ରା କରିବା ପାଇଁ ମଧ୍ୟ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି। ତେବେ ନିରନ୍ତର ଅଭ୍ୟାସ ଓ ହଳେ ବୈଦ୍ୟୁତିକ ହାଇପର୍କାର ବିନା ଏହି ଅବିଶ୍ୱସନୀୟ ଷ୍ଟଣ୍ଟ୍ ସମ୍ଭବ ହୋଇନଥାନ୍ତା । କାର୍ଗୋ ଟ୍ରେନ୍ ଉପରେ ବିମାନ ଅବତରଣ ଅତି କଷ୍ଟକର କାମ । ବିମାନ ଅବତରଣକୁ ଧିମା କରିବା ପାଇଁ କୌଣସି କେବଲ୍ ମଧ୍ୟ ଟ୍ରେନ୍ରେ ନାହିଁ । ଷ୍ଟଣ୍ଟ୍କୁ ସମ୍ଭବ କରିବା ଲାଗି ଘଣ୍ଟା ପ୍ରତି ୧.୫ ମାଇଲ ଲମ୍ବା ଟ୍ରାକ୍ରେ ଟ୍ରେନ୍ ନିଜର ଶୀର୍ଷ ବେଗ ଘଣ୍ଟା ପ୍ରତି ୭୪.୫ ମାଇଲ ବେଗରେ ଜାରି ରଖିଲା । ଡାରିଓ ଘଣ୍ଟା ପ୍ରତି ୫୪ ମାଇଲ ବେଗରେ ବିମାନ ଉଡ଼ାଉଥିଲେ ।
ଟ୍ରେନ୍ର ଟର୍ବୁଲେନ୍ସରୁ ବଞ୍ଚି ବିମାନ ଅବତରଣ କରିବା ଡାରିଓଙ୍କ ପାଇଁ ବଡ଼ ଚାଲେଞ୍ଜ୍ ଥିଲା । ଟ୍ରେନ୍ରେ ଅବତରଣ କରିବା ମାତ୍ରେ ସେ ତୁରନ୍ତ ଆକାଶକୁ ଉଡ଼ିଗଲେ ଏବଂ ଏହି ସଫଳତାର ଖୁସି ମନେଇଲେ । ଏହା ତାଙ୍କ ପାଇଁ ସବୁଠୁ ଜଟିଳ ଷ୍ଟଣ୍ଟ୍ ଥିଲା, କାରଣ ଅବତରଣ ବେଳେ କକ୍ପିଟ୍ରୁ ପ୍ଲାଟ୍ଫର୍ମକୁ ସେ ଦେଖିପାରୁନଥିଲେ । ଏହି ସ୍ଥିତିରେ କେବଳ ନିଜ ଅନୁଭବରୁ ବିମାନକୁ ବ୍ଲାଇଣ୍ଡ୍ ଲ୍ୟାଣ୍ଡିଂ କରାଇଲେ । ଦୀର୍ଘ ୨ ବର୍ଷର ଯୋଜନା ଓ ମାସ ମାସର ଅଭ୍ୟାସ ପାଇଁ ସେ ସଫଳ ହେଲେ।.
ଏହି ଖବରଟିକୁ ପଢନ୍ତୁ- 'ଆମକୁ ଲୁଟିନେଲେ, ତେଣୁ ଭାରତ ସହ ଡିଲ୍ କରିବାକୁ ପଡିଲା'; ମୋଦିଙ୍କୁ ସ୍ମାର୍ଟ ପିଏମ୍ କହିଲେ ଟ୍ରମ୍ପ