ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିଶ୍ୱ କିଡ଼ନୀ ଦିବସ ଅବସରରେ ଆଇଏମଏସ ଓ ସମ୍ ଶୀତଳାପଲ୍ଲୀ ପକ୍ଷରୁ ସଚେତନ ଶୋଭାଯାତ୍ରା

Published By : Anindita Ratha | March 13, 2025 11:38 AM

ଭୁବନେଶ୍ବର,୧୩/୦୩: ବିଶ୍ୱ କିଡ଼ନୀ ଦିବସ ହେଉଛି ଏକ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ । ପ୍ରତିବର୍ଷ ମାର୍ଚ୍ଚ ଦ୍ୱିତୀୟ ଗୁରୁବାରରେ ଏହି ଦିବସ ପାଳନ କରାଯାଏ । ଚଳିତ ବର୍ଷ ଆଜିର ତାରିଖ ଅର୍ଥାତ୍(ମାର୍ଚ୍ଚ ୧୩)ରେ ଗୁରୁବାର ପଡୁଥିବାରୁ କିଡନୀ ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଇଏମଏସ ଓ ସମ୍ ତୃତୀୟ ଶୀତଳାପଲ୍ଲୀ ପକ୍ଷରୁ ରୋଗର ନିରାକରଣ ନେଇ ବ୍ରହ୍ମପୁର ଠାରେ ସଚେତନ ଶୋଭାଯାତ୍ରା ହୋଇଯାଇଛି । 

ଏହା ମଧ୍ୟ ପଢନ୍ତୁ- ଦେଶୀ ବନ୍ଧୁକ କାରଖାନାରେ ରେଡ୍‌, ୪ ଗିରଫ

ବ୍ରହ୍ମପୁର ବଡ଼ ମେଡିକାଲ ସମ୍ମୁଖରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଲୋକଙ୍କୁ ସଚେତନ କରାଯାଇଛି।   ଖାଦ୍ୟପେୟ, ଜୀବନୀଶୈଳୀ ଉପରେ ଯତ୍ନବାନ ହେଲେ କିଡ଼ନୀ ଭଳି ରୋଗ ଦୂରେଇ ହେବ ବୋଲି କହିଛନ୍ତି ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ବିଭାଗୀୟ ମୁଖ୍ୟ ଡାକ୍ତର । ସମ୍ ଶୀତଳାପଲ୍ଲୀ ହସ୍ପିଟାଲରେ ଏହି ରୋଗର ଚିକିତ୍ସା ପାଇଁ ୧୫ ଶଯ୍ୟା ବିଶିଷ୍ଟ ଉପଲବ୍ଧ ଥିବା କହିଛନ୍ତି ହସ୍ପିଟାଲ କତୃପକ୍ଷ। ତେବେ ଏହି ସଚେତନ ଶୋଭାଯାତ୍ରାରେ ହସ୍ପିଟାଲର ବହୁ କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.