ନୂଆଦିଲ୍ଲୀ,୨୭/୦୬: ଦୁନିଆର ସବୁଠୁ ଲମ୍ବା ଟ୍ରେନ୍‌ ବିଷୟରେ ଜାଣିଛନ୍ତି କି  ? ବିଶ୍ୱର ସବୁଠୁ ଲମ୍ବା ଟ୍ରେନ୍‌ କେବଳ ତାର ଲମ୍ବ ଏବଂ ଓଜନ ପାଇଁ ନୁହେଁ ବରଂ ସେଥିରେ ଲାଗିଥିବା ଅଲଟ୍ରାମର୍ଡନ ଟେକ୍ନୋଲୋଜି ତାକୁ ସ୍ୱତନ୍ତ୍ର ଟ୍ରେନ୍‌ କରିଛି । ଏହି ଟ୍ରେନ୍‌ କୁ ଚଳାଇବାକୁ ୮ଟି ଇଞ୍ଜିନ ବ୍ୟବହାର ହୋଇଥାଏ । କେଉଁଠି ଅଛି ଏହି ଟ୍ରେନ୍‌ ଯାହା ବିନା ଯାତ୍ରୀରେ ଚାଲେ । ଆସନ୍ତୁ ଜାଣିବା ।

ଅଷ୍ଟ୍ରେଲିଆର ଚାଲେ ଦୁନିଆର ସବୁଠୁ ଲମ୍ବା ଟ୍ରେନ୍ । ଏହାର ନାମ ବିଏଚ୍‌ପି ଆଇରନ୍ ଏବଂ ଟ୍ରେନ୍‌ । ଯାହା ଆଇରନ୍‌ ଓ ଲୁହା ପାଇଁ ବ୍ୟବହାର ହୁଏ । ଏହି ଟ୍ରେନ୍‌ର ଲମ୍ବ, ଓଜନ ଓ କ୍ଷମତାରେ ରେକର୍ଡ ସୃଷ୍ଟି କରିଛି । ଯାହାକୁ ଏହାର ଟେକନିକ୍‌କୁ ଚମତ୍କାର କରିଛି । ଏହି ଟ୍ରେନ୍ ପଶ୍ଚିମ ଅଷ୍ଟ୍ରେଲିଆର ମାଉଣ୍ଟ ନ୍ୟୁମେନ୍‌ରୁ ପୋର୍ଟ ହେଡଲେଣ୍ଡ ଯାଏ ଆଇରନ୍ ପହଞ୍ଚାଇଥାଏ । ଯାହା ପ୍ରାୟ ୨୭୫ କିଲୋମିଟରର ଯାତ୍ରା କରିଥାଏ । 

ଟ୍ରେନ୍‌ର ଲମ୍ବ ଓ ବିଶେଷତ୍ୱ- ବିଏଚ୍‌ପି ଆଇରନ୍ ଓ ଟ୍ରେନ୍‌ର ଲମ୍ବ ପ୍ରାୟ ୭.୩ କିଲୋମିଟର ହେବ । ଏହାର ଓଜନ୍ ୬୮୨ କେଜି । ଏହାକୁ ଟାଣିବାକୁ ୮ ଶକ୍ତିଶାଳୀ ଡିଜେଲ ଇଞ୍ଜିନ- ହ୍ରାଇଡ୍ରୋଲିକ ଇଞ୍ଜିନ୍ ବ୍ୟବହାର ହୋଇଥାଏ । ଦୁନିଆର ସବୁଠୁ ଲମ୍ବା ମାଲବାହୀ ଟ୍ରେନ୍‌ ହୋଇଛି । ଟ୍ରେନ୍‌ ୮୨ ହଜାର ଟନ୍ ଲୁହାପଥର ବୋହିବାର କ୍ଷମତା ରହିଛି । ୨୦୦୧ ଜୁନ୍‌ ୨୧ରେ ଏହା ପ୍ରଥମେ ଚାଲିଥିଲା । ଏହା ବିଶ୍ୱର ସର୍ବବୃହତ ସ୍ୱୟଂଚାଳିତ ଟ୍ରେନ୍‌ ଅଟୋ ହଲିଅର । ଏଥିରେ ୬୮୨ ବଗି ଓ ୮ଟି ଇଞ୍ଜିନ ରହିଛି । ଏହି ବିଶାଳ ଲୁହାପଥର ପରିବହନ ଟ୍ରେନ୍‌ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ସମ୍ବଳ ମଧ୍ୟରୁ ଗୋଟିଏ । ପଶ୍ଚିମ ଅଷ୍ଟ୍ରେଲିଆର ପିଲବାରା ଅଞ୍ଚଳ ଖଣିଠାରୁ ବନ୍ଦର ଯାଏ କାର୍ଯ୍ୟ କରେ । ଏହା ସାଟେଲାଇଟ୍ ଯୋଗାଯୋଗ, ଦୂରବର୍ତ୍ତୀ AI ନାଭିଗେସନ୍ ଏବଂ ରିଅଲ୍-ଟାଇମ୍ ଡାଟା ବିଶ୍ଳେଷଣ ବ୍ୟବହାର କରି  ପରିଚାଳିତ ହୁଏ।