PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଆଜି ‘ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ’, ଏବେ ବି ଦେଶରେ ୪୯% ଏବଂ ଓଡିଶାରେ ୪୨% ମହିଳା ବ୍ୟବହାର କରୁଛନ୍ତି କପଡ଼ା

ଭୁବନେଶ୍ୱର,୨୮/୦୫: ଋତୁସ୍ରାବ କଥା ଉଠିଲେ ଏବେ ବି ମହିଳା ହୁଅନ୍ତୁ କି ପୁରୁଷ, ଅନେକ ଲାଜ କରନ୍ତି । ମନଖୋଲି ଏ କଥା କହିବାକୁ ପଛଘୁଞ୍ଚା ଦେଉଛନ୍ତି । ଋତୁସ୍ରାବ ହୋଇଥିବା ମହିଳାଙ୍କୁ ୭ ଦିନ ପର୍ଯ୍ୟନ୍ତ ଛୁଇଁବାକୁ ବି ନାକ ଟେକୁଛନ୍ତି । ରାଜ୍ୟରେ ୫ରୁ ଜଣେ ମହିଳା ଋତୁସ୍ରାବ ସମୟରେ ଅସ୍ୱଚ୍ଛ ଉପାୟ ଆପଣାଉଛନ୍ତି । ସମସ୍ତେ ସାନିଟାରୀ ନାପକିନ୍‌ ପିନ୍ଧୁନାହାନ୍ତି । ସେହି ପୁରୁଣାକାଳିଆ ଢାଞ୍ଚାରେ ୪୨ ପ୍ରତିଶତ ମହିଳା କପଡ଼ା ବ୍ୟବହାର କରୁଛନ୍ତି । ଆଉ ଦେଶରେ ଏହି ସଂଖ୍ୟା ୪୯% ରହିଛି ।

ଶନିବାର ‘ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ’ । ଏ ବର୍ଷର ବିଷୟ ରହିଛି, ‘୨୦୩୦ ସୁଦ୍ଧା ବିଶ୍ୱରେ ମହିଳାଙ୍କୁ ଋତୁସ୍ରାବ ପାଇଁ କୌଣସି କାର୍ଯ୍ୟରେ ବନ୍ଦ କରାଯିବ ନାହିଁ’ । ଋତୁସ୍ରାବ ପାଇଁ ସଚେତନତା ସୃଷ୍ଟି କରିବାକୁ ଗତ ୮ ବର୍ଷ ହେବ ଏହାକୁ ପାଳନ କରାଯାଉଛି । ସ୍ୱଚ୍ଛତା ଆପଣାଇବାକୁ ମହିଳାଙ୍କୁ ସଚେତନ କରାଯାଉଛି । ସରକାର ବିଭିନ୍ନ ଯୋଜନା ବି କରୁଛନ୍ତି । କିନ୍ତୁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଚ୍‌ଏଫ୍‌ଏସ୍‌) -୫ର ରିପୋର୍ଟ କହୁଛି, ଓଡ଼ିଶାରେ ୮୧.୫% ମହିଳା ଋତୁସ୍ରାବ ସମୟରେ ସ୍ୱଚ୍ଛତା ଅବଲମ୍ବନ କରୁଛନ୍ତି । ଅର୍ଥାତ୍‌ ରାଜ୍ୟରେ ପ୍ରତି ୫ ଜଣଙ୍କରୁ ୪ ଜଣ ସ୍ୱଚ୍ଛତା ଅବଲମ୍ବନ କରୁଥିବାବେଳେ ଜଣେ ମହିଳା ଅସ୍ୱଚ୍ଛ କପଡ଼ା ବ୍ୟବହାର କରୁଛନ୍ତି । ଏହି ୮୧.୫ ପ୍ରତିଶତ ମହିଳାଙ୍କ ମଧ୍ୟରୁ ୪୨.୭ ପ୍ରତିଶତ କପଡ଼ା ବ୍ୟବହାର କରନ୍ତି । ଯଦିଓ ଏହାକୁ ହାଇଜିନିକ୍‌ରେ ପରିଗଣିତ କରାଯାଇଛି କିନ୍ତୁ ଗ୍ରାମାଞ୍ଚାଳ ହେଉ କି ସହରାଞ୍ଚଳ ମହିଳାମାନେ ସ୍ୱଚ୍ଛ କପଡ଼ା ବ୍ୟବହାର କରୁନାହାନ୍ତି । ଗୋଟିଏ କପଡ଼ା ବ୍ୟବହାର କରିସାରିବା ପରେ ସେସବୁକୁ ଗରମ ପାଣିରେ ଫୁଟାଉନାହାନ୍ତି କି ସ୍ୱଚ୍ଛ ସ୍ଥାନରେ ଶୁଖାଉ ନାହାନ୍ତି ।

ରାଜ୍ୟର ୧୫-୧୯ ବର୍ଷ ବୟସର ୩୭.୧% କିଶୋରୀ ବାଳିକା କପଡ଼ା ବ୍ୟବହାର କରୁଛନ୍ତି । ୨୦-୨୪ ବର୍ଷ ବୟସର ୪୭.୬% ମହିଳା କପଡ଼ା ବ୍ୟବହାର କରୁଛନ୍ତି । ସେହିପରି ସହରାଞ୍ଚଳରେ ଏବେ ବି ୨୨.୪% ମହିଳା ଋତୁସ୍ରାବରେ କପଡ଼ା ବ୍ୟବହାର କରୁଥିବାବେଳେ ଗ୍ରାମାଞ୍ଚଳରେ ୪୬.୯% ମହିଳା କପଡ଼ା ପିନ୍ଧୁଛନ୍ତି । କପଡ଼ା ବ୍ୟବହାର କରୁଥିବା ଅନୁସୂଚିତ ଜାତି ମହିଳାଙ୍କ ସଂଖ୍ୟା ୪୪.୨%, ଅନୁସୂଚିତ ଜନଜାତି ମହିଳାଙ୍କ ସଂଖ୍ୟା ୫୮.୯%, ଓବିସିଙ୍କ ସଂଖ୍ୟା ୩୮.୧% ଥିବାବେଳେ ଅନ୍ୟ ବର୍ଗର ୨୪.୩% କପଡ଼ା ପିନ୍ଧୁଛନ୍ତି । ଦେଶରେ ଏହି ସଂଖ୍ୟା ୪୯.୬% ଅଛି ।

ରିପୋର୍ଟ ଅନୁସାରେ ରାଜ୍ୟର ୧୬.୩% ମହିଳା ଋତୁସ୍ରାବ ସମୟରେ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ନାପକିନ୍‌କୁ ବ୍ୟବହାର କରୁଛନ୍ତି। ସେହିପରି ୬୮.୨% ବ୍ୟବହାର କରୁଛନ୍ତି ସାନିଟାରୀ ନାପକିନ୍‌ । କିନ୍ତୁ ଏହି ସଂଖ୍ୟା ଗ୍ରାମାଞ୍ଚଳଠାରୁ ସହରାଞ୍ଚଳରେ ଅଧିକ ।