କ’ଣ ଛୁଇଁଲେ କିମ୍ବା ଏକାଠି ଖାଇଲେ ହୋଇଥାଏ ଟିବି ? ଜାଣନ୍ତୁ ଏହାର କାରଣ, ଲକ୍ଷଣ ଏବଂ ନିରାକରଣ

ନୂଆଦିଲ୍ଲୀ ୨୪/୩: ସାରା ବିଶ୍ୱରେ ପ୍ରତିବର୍ଷ ୨୪ ମାର୍ଚ୍ଚକୁ ୱାର୍ଲ୍ଡ ଟ୍ୟୁବରକ୍ଲୋସିସ୍ ଡେ (World Tuberculosis Day) ପାଳନ କରାଯାଏ । ଟିବି ରୋଗ ପ୍ରତି ସମସ୍ତଙ୍କୁ ସଚେତନ ହେବା ଆବଶ୍ୟକ । ଟିବି ମାଇକ୍ରୋବ୍ୟାକ୍ଟେରିୟମ୍ ଟ୍ୟୁବରକ୍ଲୋସିସ୍ ନାମକ ବ୍ୟାକ୍ଟେରିଆ ଯୋଗୁଁ ହୋଇଥାଏ । ଏହା ଏକ ବ୍ୟାକ୍ଟେରିୟଲ ସଂକ୍ରମଣ ଯାହା ଫୁସଫୁସ ଉପରେ ପ୍ରଭାବ ପକାଇଥାଏ । ଏହା ମସ୍କିଷ୍କ ଏବଂ ମେରୁଦଣ୍ଡ ଏବଂ ଶରୀରର ଅନ୍ୟ ଭାଗରେ ମଧ୍ୟ ବ୍ୟାପିପାରେ । ଆଜି ୱର୍ଲ୍ଡ ଟିବି ଡେ ଅବସରରେ ଆସନ୍ତୁ ଜାଣିବା ଟ୍ୟୁବରକ୍ଲୋସିସ ହେବାର ଲକ୍ଷଣ ଏବଂ ଏଥିରୁ କିଭଳି ରକ୍ଷା ପାଇହେବ ।
୨ ପ୍ରକାର ହୋଇଥାଏ ଟିବି
ଟ୍ୟୁବରକ୍ଲୋସିସ୍ ୨ ପ୍ରକାରର ହୋଇଥାଏ । ପ୍ରଥମ ହେଉଛି ଲାଣ୍ଟେଣ୍ଟ୍ ଟିବି ଯେଉଁଥିରେ ସାଧାରଣତଃ ଲୋକମାନେ ରୋଗରେ ପଡନ୍ତିନାହିଁ । ଏଥିରେ ଶରୀରରେ କୀଟାଣୁ ଥାଏ କିନ୍ତୁ ଆପଣଙ୍କ ଇମ୍ୟୁନ ସିଷ୍ଟମ ଏହାକୁ ବ୍ୟାପିବାରୁ ରକ୍ଷା କରିଥାଏ । ଏହା ସଂକ୍ରମଣ ହୋଇନଥାଏ ଏବଂ ଏଥିରେ ସାଧାରଣତଃ ଲକ୍ଷଣ ନଜର ଆସେନି । ତେବେ ଶରୀରରେ ରହିଥିବା ଯୋଗୁଁ ଏହା କେବେ ବି ଆକ୍ଟିଭ୍ ହୋଇପାରେ । ଦ୍ୱିତୀୟ ପ୍ରକାର ଟିବିକୁ ଏକ୍ଟିଭ୍ ଟିବି କୁହନ୍ତି । ଏଥିରେ ବ୍ୟାକ୍ଟେରିଆ ଖୁବ୍ ଶୀଘ୍ର ଶରୀରରେ ବ୍ୟାପିଥାଏ ଯାହା ଫଳରେ ମଣିଷ ରୋଗରେ ପଡିଥାଏ । ଏହା ସଂକ୍ରାମକ ମଧ୍ୟ ହୋଇଥାଏ ।
ଟିବିର ଲକ୍ଷଣ
ଲାଣ୍ଟେଟ୍ ଟିବିର କୌଣସି ଲକ୍ଷଣ ନଥାଏ । ସ୍କିନ୍ ବା ବ୍ଲଡ୍ ଟେଷ୍ଟ ଜରିଆରେ ଏହା ଜଣାପଡିଥାଏ । ସେହିଭଳି ଏକ୍ଟିଭ୍ ଟିବିରେ ୩ ସପ୍ତାହରୁ ଅଧିକ ଦିନ କାଶ ଲାଗି ରହିଥାଏ । ଛାତିରେ ଯନ୍ତ୍ରଣା, କାଶରେ ରକ୍ତ ପଡିବା, ଥକ୍କାପଣ ଅନୁଭବ ହେବା, ଶୀତ କରିବା, ଭୋକ ନହେବା, ଓଜନ କମିବା ଆଦି ଏହାର ମୁଖ୍ୟ ଲକ୍ଷ୍ୟଣ । ଯଦି ଆପଣଙ୍କୁ ଏଥିରୁ କୌଣସି ଲକ୍ଷଣ ନଜର ଆସୁଛି ତେବେ ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ ।
ଟିବିର କାରଣ
ଫ୍ଲୁ ଭଳି ପବନ ମାଧ୍ୟମରେ ବ୍ୟାପୁଥିବା ବ୍ୟାକ୍ଟେରିଆ ଯୋଗୁଁ ଟିବି ହୋଇଥାଏ । ଏହା ଏକ ସଂକ୍ରାମକ ରୋଗ ଏବଂ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବା ଯୋଗୁଁ ବ୍ୟାପିଥାଏ । ଏହା ବ୍ୟତୀତ ଏଚଆଇଭିର ରୋଗୀ, ହସ୍ପିଟାଲରେ କାମ କରୁଥିବା ଲୋକଙ୍କ ସଂସ୍ପର୍ଶରେ ଆସିବା ଯୋଗୁଁ ଏହାର ଆଶଙ୍କା ରହିଥାଏ । ସୁସ୍ଥ ଇମ୍ୟୁନ ସିଷ୍ଟମ ଜରିଆରେ ଟିବି ବ୍ୟାକ୍ଟେରିଆ ସହିତ ଲଢିହେବ କିନ୍ତୁ ଯଦି ଆପଣଙ୍କୁ ଏଚଆଇଭି, ଡାଇବେଟିସ୍, କିଡନୀ ରୋଗ, ମୁଣ୍ଡ ବା ବେକରେ କ୍ୟାନ୍ସର ରହିଛି ବା ଆପଣଙ୍କ ଓଜନ ବହୁତ କମ୍ ତେବେ ଏହି ରୋଗ ସହଜରେ ହୋଇପାରେ । ଏହା ବ୍ୟତୀତ ଅର୍ଥରାଇଟିସ, କ୍ରୋହନ ରୋଗ ଏବଂ ସରାୟସିସ୍ ମେଡିସିନ୍ ନେଉଥିବା ଲୋକଙ୍କୁ ମଧ୍ୟ ଟିବି ହେବାର ସମ୍ଭାବନା ଅଧିକ ରହିଥାଏ ।
ଟିବିର ଚିକିତ୍ସା
ଟିବିର ଚିକିତ୍ସାର ପ୍ରାରମ୍ଭିକ ସମୟରେ କିଛି ଜରୁରି କଥାକୁ ଧ୍ୟାନରେ ରଖିବା ଉଚିତ୍ । ରୋଗୀର ଚିକିତ୍ସା ସମୟରେ ଖୁବ୍ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ୍ । ଯୋଗ କରିବା ସହ ମନ ପ୍ରଫୁଲ୍ଲ ରଖି ସାଧାରଣ ଜୀବନ ଯାପନ କରିବା ଉଚିତ୍ । ସମୟ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ସେହିଭଳି ୬ରୁ ୯ ମାସ ପର୍ଯ୍ୟନ୍ତ ମେଡିସିନ୍ ସେବନ କରି ଟିବିର ଚିକିତ୍ସା ହୋଇପାରିବ ।