ବିଶ୍ୱର ସବୁଠୁ ବୟସ୍କ ବଡିବିଲ୍ଡର , ୧୩ ବର୍ଷ ବୟସରୁ ଜିମ୍ ଯିବା ଆରମ୍ଭ କରିଥିଲେ … କହିଲେ ବ୍ୟାୟାମ କରିବାର ଉପାୟ

ନୂଆଦିଲ୍ଲୀ – ଅନେକ ସମୟରେ ଲୋକେ କହୁଥିବାର ଆପଣ ଶୁଣିଥିବେ , କି ଯେବେ ବାର୍ଦ୍ଧକ୍ୟ ଆସିଯାଏ ତ ମଣିଷକୁ ସବୁ ମୋହମାୟାକୁ ତ୍ୟାଗ କରି ନିଜର ପୂରା ଧ୍ୟାନ ଇଶ୍ୱରଙ୍କ ପାଖରେ ଲଗେଇବା ଉଚିତ୍। ହେଲେ ପ୍ରତ୍ୟେକ ଏହି କଥାକୁ ମାନିବାକୁ ରାଜି ନୁହଁନ୍ତି। ଅନେକ ଲୋକଙ୍କ ପାଇଁ ଜୀବନର ଆରମ୍ଭ ହିଁ ୬୦ ପରେ ହୋଇଥାଏ , ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ,ଯିଏ କି ଅଧିକ ବୟସରେ ଲକ୍ଷ୍ୟ ହାସଲ କରିଛନ୍ତି , ହେଲେ ତାହା ସେ ନିଜର କମ୍ ବୟସରେ କରିପାରି ନାହାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ଜିମ୍ ଏରିଙ୍ଗଟନ୍ , ଯିଏକି ଦୁନିଆର ସବୁଠୁ ବୟସ୍କ ବଡିବିଲ୍ଡର ଭାବେ ପରିଚିତ ।
ଅଡିଟି ସେଣ୍ଟ୍ରାଲ ନ୍ୟୁଜ୍ ୱେବସାଇଟ୍ର ରିପୋର୍ଟ ଅନୁସାରେ , ୯୦ ବର୍ଷିୟ ଜିମ୍ ଏରିଙ୍ଗଟନ୍ ନିଜ ନାମରେ ଏତେ ମାତ୍ରାରେ ଯୋଡ଼ି ହୋଇଛନ୍ତି କି ସେ କମ୍ ବୟସରୁ ନିଜର ସବୁ ସମୟ ଜିମ୍ରେ ବିତାଇଥାନ୍ତି। ବେନିସ , କାଲିଫର୍ଣ୍ଣିଆରେ ରହୁଥିବା ଜିମ୍ଙ୍କୁ ଗିନିଜ୍ ୱାର୍ଲ୍ଡ ରେକର୍ଡ ବିଶ୍ୱର ସବୁଠୁ ବୟସ୍କ ବଡି ବିଲ୍ଡର ଭାବେ ଦର୍ଶାଇଛି। ଜିମ୍ ଯେବେ ୧୩ ବର୍ଷର ଥିଲେ ସେତେବେଳେ ସେ ବଡି ବିଲ୍ଡିଂର ଦୁନିଆରେ ପାଦ ରଖିଥିଲେ । ଥରେ ସେ ଔଷଧ ଦୋକାନକୁ ଯାଇଥିଲେ , ଯେଉଁଠି ସେ ଏକ ବଡି ବିଲ୍ଡିଂ ମାଗାଜିନ୍ର ପୋଷ୍ଟର ଦେଖିଲେ, ଯେଉଁଥିରେ ଦୁଇ ଦମଦାର ଯୁବକ ନଜର ଆସିଥିଲେ । ସେବେଠାରୁ ସେ ସ୍ଥିର କରି ନେଇ ଥିଲେ କି ସେ ବି ତାଙ୍କ ଭଳି ହେବେ।
୯୦ ବର୍ଷର ବୟସରେ ମଧ୍ୟ କରୁଥିଲେ ଏକ୍ସରସାଇଜ୍ –
ସେ ପିତାଙ୍କର ୩ ପାଉଣ୍ଡର ଷ୍ଟିଲ ବଲ୍ରୁ ଟ୍ରେନିଂ ଆରମ୍ଭ କରିଥିଲେ ଏବଂ କେବଳ କିଛି ହିଁ ମାସରେ ସେ ୧୦ ପାଉଣ୍ଡ ମସଲ ଗେନ୍ କରି ନେଇଥିଲେ । ଏହାପରେ ସେ ଆଉ କେବେ ରହି ନଥିଲେ ଏବଂ ଏବେ ୯୦ବର୍ଷ ବୟସ ହେବା ଯାଏ ସେ ୱେଟ୍ ଟ୍ରେନିଂ ଜାରି ରଖିଛନ୍ତି , ହେଲେ ସେ କହିଥିଲେ କି ପରିଣତ ବୟସରେ ଏକ୍ସରସାଇଜ୍ର କଣ ଉପାୟ ହେବା ଉଚିତ। ସେ କହିଥିଲେ କି ଏହି ବୟସରେ ଶରୀର ଅଧିକ ଦୁର୍ବଳ ହୋଇଯାଏ। ଏଥିପାଇଁ ଆପଣଙ୍କୁ ଟ୍ରେନିଂ କରିବା ସମୟରେ ବହୁତ ଧ୍ୟାନ ଦେବାକୁ ପଡ଼ିବ କି ଆପଣ ଏହା ଉପରେ ଅଧିକ ପ୍ରଭାବ ନପକାନ୍ତୁ ।
ଜିମ୍କୁ ମିଷ୍ଟର ଆମେରିକା ହେବାର ଥିଲା , ହେଲେ ବୟସାଧିକ ସହ ତାଙ୍କୁ ଅନୁଭବ ହେଲା କି ସେ ଏହି ସ୍ୱପ୍ନ ପୂରା କରିପାରିବେ ନାହିଁ । ହେଲେ ସେ ହାର୍ ମାନି ନଥିଲେ ଏବଂ ବଡି ବିଲ୍ଡିଂ ଲଗାତାର କରିଥିଲେ । ୨୦୧୮ମସିହାରେ, ୮୫ ବର୍ଷ ବୟସରେ ତାଙ୍କ ସବୁଠୁ ଅଧିକ ବୟସ୍କ ଆକ୍ଟିଭ୍ ବଡିବିଲ୍ଡିରର ଟାଇଟଲ ମିଳିଥିଲା । ସେ ଏବେ ବି ୮୦ ବର୍ଷରୁ ଅଧିକ ବୟସର ବଡ଼ି ବିଲ୍ଡିଂ ପ୍ରତିଯୋଗୀତାରେ ଅଂଶଗ୍ରହଣ କରୁଛନ୍ତି ।