ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଏଲନ ମସ୍କଙ୍କ ବିସ୍ଫୋରକ ଦାବି: କହିଲେ- ଖରାପ ଲୋକ ମୋତେ ମାରିବାକୁ ଚାହୁଁଛନ୍ତି, ଟେସଲାକୁ କ୍ଷତି ପହଞ୍ଚାଉଛନ୍ତି

Published By : Tapas Panda | March 19, 2025 11:13 PM

 ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ତାଙ୍କୁ ହତ୍ୟା କରିବା ଏବଂ ତାଙ୍କ ଇଲେକ୍ଟ୍ରିକ୍ ଯାନ କମ୍ପାନୀ ଟେସଲାକୁ ଧ୍ୱଂସ କରିବାର ଷଡ଼ଯନ୍ତ୍ର ସଂପର୍କରେ ଖୋଲାଖୋଲି କହିଛନ୍ତି ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ସହଯୋଗୀ, ଟେସଲା ସିଇଓ ଏବଂ ସରକାରୀ ଦକ୍ଷତା ବିଭାଗ (DOGE)ର ମୁଖ୍ୟ ମସ୍କ, ତାଙ୍କ ପ୍ରତି ବଢ଼ୁଥିବା ବିପଦ ସଂପର୍କରେ ଖୁଲସା କରିଛନ୍ତି ।  ଫକ୍ସ ନ୍ୟୁଜର ସିଆନ୍ ହାନିଟିଙ୍କ ସହ ସାକ୍ଷାତକାର ସମୟରେ ମସ୍କ କହିଛନ୍ତି ଯେ, କିଛି ଲୋକ ତାଙ୍କୁ ହତ୍ୟା କରିବାକୁ ଚାହାଁନ୍ତି। କାରଣ ସେ ସରକାରୀ ଅପଚୟ ଏବଂ ଠକେଇକୁ ହ୍ରାସ କରିବା ପାଇଁ ପ୍ରୟାସ କରୁଛନ୍ତି। 

ଯେତେବେଳେ ଆପଣ ଲୋକଙ୍କଠାରୁ ଠକେଇ କରି ଉପାର୍ଜନ କରୁଥିବା ଟଙ୍କା ଛଡ଼େଇ ନିଅନ୍ତି, ସେମାନେ ବହୁତ ବିରକ୍ତ ହୁଅନ୍ତି ବୋଲି ମସ୍କ କହିଛନ୍ତି। ସେମାନେ ମୋତେ ହତ୍ୟା କରିବାକୁ ଚାହାଁନ୍ତି କାରଣ ମୁଁ ସେମାନଙ୍କର ଠକେଇକୁ ବନ୍ଦ କରୁଛି।  ସେମାନେ ଟେସଲାକୁ କ୍ଷତି ପହଞ୍ଚାଇବାକୁ ଚାହାଁନ୍ତି, କାରଣ ଆମେ ଭୟଙ୍କର ଅପଚୟ ଏବଂ ଦୁର୍ନୀତିକୁ ବନ୍ଦ କରୁଛୁ । ମସ୍କ କହିଛନ୍ତି, ମୁଁ ଭାବୁଛି ସେମାନେ ଖରାପ ଲୋକ। ଖରାପ ଲୋକମାନେ ଖରାପ କାମ କରନ୍ତି । 

 ସୂଚନାଯୋଗ୍ୟ, ଆମେରିକାରେ ଥିବା ବିଭିନ୍ନ ଟେସଲା ପ୍ଲାଣ୍ଟରେ ବିରୋଧ ପ୍ରଦର୍ଶନ ହୋଇଛି । କେତେକ ଟେସଲା କାରକୁ ଦୁର୍ବୃତ୍ତ ଭଙ୍ଗାରୁଜା କରିଛନ୍ତି । ମାର୍ଚ୍ଚ୧୯ ସକାଳେ ନେଭାଡାର ଲସ ଭେଗାସରେ ଏକ ଡିଲରସିପ୍‌ରେ ଜଣେ ବକ୍ତି ୫ଟି ଟେସଲା ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଗତ ସପ୍ତାହରେ, ନ୍ୟୁୟର୍କ ସହରର ଏକ ଟେସଲା ଶୋ’ରୁମ୍ ବାହାରେ ପ୍ରାୟ ୨୫୦ ଜଣ ପ୍ରଦର୍ଶନକାରୀ ଏକତ୍ରିତ ହୋଇ ମସ୍କ ବିରୋଧୀ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ମସ୍କଙ୍କୁ ସମର୍ଥନ କରି କହିଥିଲେ ଯେ, ପ୍ରଦର୍ଶନକାରୀମାନେ ଏକ ମହାନ ଆମେରିକୀୟ କମ୍ପାନୀକୁ କ୍ଷତି ପହଞ୍ଚାଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.