PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଲୋକସଭା ନିର୍ବାଚନ ୨୦୧୯: ଟେବଲ ଉପରେ ଚଢି ମତଦାନ କଲେ ଜ୍ଯୋତି ଆମଗେ

source:zeenews.india.com

ମୁମ୍ବାଇ ୧୧/୪: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜ୍ଯୋତି ଆମଗେଙ୍କ ଫଟୋ । ବିଶ୍ୱର ସବୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ମହିଳା ଜ୍ଯୋତି ଆମଗେ ମତଦାନ କରିଛନ୍ତି ।

source:zeenews.india.com

ନାଗପୁରରରେ ଲୋକସଭା ଆସନ ପାଇଁ ମତଦାନ କରିଛନ୍ତି ଜ୍ୟୋତି । ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାଁ ରଖିସାରିଥିବା ଜ୍ୟୋତିଙ୍କ ଉଚ୍ଚତା ୬୩ ସେମି ।

source:www.jansatta.com

ଜ୍ଯୋତିଙ୍କ ଉଚ୍ଚତା ଏତେ କମ ଯେ ଇଭିଏମ୍ ଟେବଲ ପର୍ଯ୍ୟନ୍ତ ତାଙ୍କ ହାତ ପହଞ୍ଚି ପାରୁନଥିଲା । ଅନ୍ଯ ଲୋକଙ୍କ ସାହାଯ୍ୟରେ ସେ ଟେବଲ ଉପରେ ଚଢି ଭୋଟ୍ ଦେଇଥିଲେ ।

source:www.amarujala.com

ଜ୍ଯୋତି ମତଦାନ କେନ୍ଦ୍ର ଯାଇଥିଲେ । ସେଠାରେ ଲାଇନରେ ଠିଆ ହୋଇଥିଲେ ଏବଂ ନିଜ ବହୁମୂଲ୍ଯ ଭୋଟ୍ ଦାନ କରିଥିଲେ । ମତଦାନ କରିସାରିବା ପରେ ସେ କହିଥିଲେ ଯେ ‘ମୁଁ ସମସ୍ତଙ୍କୁ ମତଦାନ କରିବା ପାଇଁ ଅନୁରୋଧ କରୁଛି ।‘

source:navbharattimes.indiatimes.com

ଜ୍ୟୋତି ବହୁତ ପରିଶ୍ରମୀ । ସେ ବିଗ୍ ବସର ୬ଷ୍ଠ ସିଜନରେ ବି ଆସିସାରିଛନ୍ତି । ସେ ଆମେରିକାନ୍ ଓ ଇଟାଲିୟନ ଟିଭି ସିରିଜରେ ମଧ୍ଯ କାମ କରିସାରିଛନ୍ତି ।

ସମ୍ବନ୍ଧିତ ଖବର