PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ବିଶ୍ୱର ଉଚ୍ଚତମ ରଥ ଶ୍ରୀ ବଳଦେବ ଜିଉଙ୍କର: ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ୍‌ରେ ସ୍ଥାନ ମିଳିଲା

କେନ୍ଦୁଝର,୧୦ା୨(ଆପ୍ର): କେନ୍ଦୁଝରର ଶ୍ରୀ ବଳଦେବ ଜୀଉଙ୍କ ରଥ ବିଶ୍ୱର ସବୁଠାରୁ ଉଚ୍ଚତମ ବୋଲି ରବିବାର ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ ସ୍ୱୀକାର କରିଛି । ରବିବାର ଫରିଦାବାଦର ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ର ଏକ ପ୍ରତିନିଧି ଆର କେ ବର୍ମା କେନ୍ଦୁଝର ଠାରେ ରଥ ଯାଞ୍ଚ କରିବା ପରେ ଏହାର ସମସ୍ତ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ଶ୍ରୀ ବଳଦେବ ଜୀଉଙ୍କ ରଥ ବିଶ୍ୱର ସବୁଠାରୁ ଉଚ୍ଚତମ ବୋଲି ୪ଟି ରେକର୍ଡ ହାସଲ କରିଥିବା ବେଳେ ଆଗକୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ ଏବଂ ଗିନିଜ ବୁକ୍‌ ଅଫ ରେକର୍ଡସ ହାସଲ ପାଇଁ ପଥ ପରିଷ୍କାର ହୋଇଯାଇଛି । ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ ପୂର୍ବରୁ ୭ଟି ରେକର୍ଡ ହାସଲ କରିବା ଆବଶ୍ୟକତା ରହିଛି ।
ଇଣ୍ଡିଆ ବକ୍‌ ଅଫ୍‌ ରେକର୍ଡସ୍‌ ପକ୍ଷରୁ ଆର କେ ବର୍ମା ରବିବାର ମଧ୍ୟାହ୍ନରେ ଯାଞ୍ଚ ପାଇଁ କେନ୍ଦୁଝରରେ ପହଞ୍ଚିଥିଲେ । ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପ ଜିଲ୍ଲାପାଳ ସୋମନାଥ ପ୍ରଧାନ ଏବଂ କେନ୍ଦୁଝର ରାଜା ଧନଞ୍ଜୟ ଭଞ୍ଜଦେଓ ଉପସ୍ଥିତରେ ଶ୍ରୀ ବର୍ମା ରଥକୁ ଯାଞ୍ଚ କରିଥିଲେ । ଏହାର ଉଚ୍ଚତା ଯାଞ୍ଚ କରିବା ପରେ ବିଶ୍ୱର ଅନ୍ୟ ରଥର ଉଚ୍ଚତାକୁ ତୁଳନା କରିଥିଲେ । ବିଶ୍ୱରେ ଅନ୍ୟ ରଥ ଗୁଡିକ କେନ୍ଦୁଝର ଶ୍ରୀ ବଳଦେବ ଜିଉ ରଥ ଠାରୁ କମ୍‌ ଉଚ୍ଚତା ବୋଲି ପ୍ରମାଣ ମିଳିଥିଲା । ଏହାପରେ ଶ୍ରୀ ବର୍ମା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ର ସମସ୍ତ ପ୍ରମାଣପତ୍ର ଉପ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ । ଏହି ଅବସରରେ ଶ୍ରୀ ବର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଓଡ଼ିଶାରେ ମୋଟ ୭ ଜଣ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ହାସଲ କରିଛନ୍ତି । ସେଥିମଧ୍ୟରୁ କେନ୍ଦୁଝରର ବିଖ୍ୟାତ ସଂଗ୍ରାହକ ସୁଜିତ କୁମାର ପଟ୍ଟନାୟକ ଓ ତାଙ୍କ ପୁଅ ଅଭିଜିତ ପଟ୍ଟନାୟକ ପୂର୍ବରୁ ଏହି ରେକର୍ଡସ୍‌ ପାଇଥିବା ବେଳେ ଏବେ ଶ୍ରୀ ବଦଳଦେବ ଜୀଉଙ୍କ ରଥ ଏହି ତାଲିକାରେ ଯୋଡି ହୋଇଯାଇଛି ।