PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଟେଷ୍ଟ ଇତିହାସରେ ଲଜ୍ଜାଜନକ ବୋଲିଂ: ୬ଟି ବଲରେ ୩୫ରନ ଦେଲେ ଷ୍ଟୁଆର୍ଟ ବ୍ରଡ, ଛକା ଚୌକା ବର୍ଷାକଲେ ବୁମରାହ

ବର୍ମିଂହାମ୍‌ ୦୨/ ୦୭: ଇଂଲଣ୍ଡ କ୍ରିକେଟ ଟିମ୍‌ ସଫଳ ବୋଲରଙ୍କ ମଧ୍ୟରୁ ସେ ଅନ୍ୟତମ । ଟେଷ୍ଟ କ୍ରିକେଟରେ ଶାଣିତ ବୋଲିଂ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ତିଆରି କରିଛନ୍ତି । କିନ୍ତୁ ଏବେ ଏଭଳି ଏକ ଲଜ୍ଜାଜନକ ରେକର୍ଡ, ପାଷ୍ଟ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ନାଁ ରେ ହୋଇଛି । ଭାରତ ବିପକ୍ଷରେ ଖେଳାଯାଉଥିବା ୫ମ ଟେଷ୍ଟ ମ୍ୟାଚରେ ଟେଷ୍ଟ ଇତିହାସର ସବୁଠାରୁ ମହଙ୍ଗା ଓଭର ବୋଲିଂ କରିଛନ୍ତି ବ୍ରଡ । ଗୋଟିଏ ଓଭରରେ ବ୍ରଡ୍‌ ବ୍ୟୟ କରିଛନ୍ତି ୩୫ରନ । ସେ ପୁଣି ଜଣେ ବ୍ୟାଟର୍‌ ନୁହେଁ ବରଂ ବୋଲର ହିଁ ମାରିଛନ୍ତି ।

ଭାରତ ପକ୍ଷରୁ ୧୦ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଯସପ୍ରୀତ ବୁମରାହ, ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ମାରିଛନ୍ତି ୪ଟି ଚୌକା ଏବଂ ୨ଟି ଛକା । ଏହା ସହିତ ଗୋଟିଏ ଲେଖାଏଁ ଓ୍ବାଇଡ୍‌ ଓ ନୋ ବଲ୍‌ ଏବଂ ଗୋଟିଏ ସିଙ୍ଗଲ୍‌ ରନ ରହିଛି । ଏହିପରି ଭାବେ ମାତ୍ର ୬ଟି ବଲ ପକାଇ ବ୍ରଡ୍‌ ବ୍ୟୟ କରିଛନ୍ତି ୩୫ ରନ । ଟେଷ୍ଟ କ୍ରିକେଟ ଇତିହାସରେ ଏଭଳି ଘଟଣା କେବେ ହୋଇନାହିଁ ।

ମହମ୍ମଦ ସାମି ଆଉଟ ହେବାପରେ କ୍ରିଜକୁ ଆସିଥିବା ଯସପ୍ରୀତ ବୁମରାହ, ଜାଡେଜାଙ୍କ ସହ ମିଶି ପାର୍ଟନରସିପ୍‌ ଆଗକୁ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଜାଡେଜା ୧୦୪ ରନ କରି ଆଉଟ ହେବା ପରେ ଶେଷ ଓ୍ବିକେଟ ଯୋଡି ପଡିଆରେ ରହିଥିଲେ । ତେବେ ଶେଷକୁ ବୁମରାହ ଚାର୍ଜ କରିଥିଲେ ଏବଂ ୮୪ତମ ଓଭରରେ ବ୍ରଡଙ୍କୁ ବଲକୁ ଧୁଲେଇ କରିଥିଲେ । ଯେତେବେଳେ କି ଭାରତ ୩୯୦ ରନ ପାଖାପାଖି ଅଲଆଉଟ ହେବ ବୋଲି ଅନୁମାନ କରୁଥିଲା କିନ୍ତୁ ବୁମରାହ ବିସ୍ଫୋରକ ବ୍ୟାଟିଂକରିଥିଲା । ଫଳରେ ଦଳର ସ୍କୋର ୪୧୬ରନରେ ପହଞ୍ଚିଯାଇଥିଲା ।

ପୂର୍ବରୁ ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ ମଧ୍ୟ ଲଜ୍ଜାଜନକ ରେକର୍ଡ ବ୍ରଡଙ୍କ ନାଁ ରେ ରହିଛି । ୨୦୦୭ ବିଶ୍ବକପରେ ଟିମ୍‌ ଇଣ୍ଡିଆର ବିସ୍ଫୋରକ ବ୍ୟାଟର ଯୁବରାଜ ସିଂହ ବ୍ରଡଙ୍କ ଓଭରରେ ୬ ବଲରେ ୬ଟି ଛକା ମାରିଥିଲେ । ତେଣୁ ସେତେବେଳେ ୩୬ ରନ ଏବଂ ଏବେ ଟେଷ୍ଟ ଫର୍ମାଟରେ ୩୫ ରନ ବ୍ୟୟ କରି ଲଜ୍ଜାଜନକ ରେକର୍ଡ ନିଜ ନାଁ ରେ କରିଛନ୍ତି ଷ୍ଟୁଆର୍ଟ ବ୍ରଡ୍‌ ।

ସମ୍ବନ୍ଧିତ ଖବର