ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଭିନେଶ ଫୋଗଟଙ୍କ ସଂପର୍କୀୟ ଭାଇ

Published By : Tapas Panda | April 5, 2025 9:28 PM

ନୂଆଦିଲ୍ଲୀ: ପୂର୍ବତନ ରେସଲର ଏବଂ କଂଗ୍ରେସ ବିଧାୟିକା ଭିନେଶ ଫୋଗଟଙ୍କ ସଂପର୍କୀୟ ଭାଇଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।  ଭିନେଶଙ୍କ ଭାଇ ନବଦୀପଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ନବଦୀପ ରାଜ୍ୟ ପଦକ ବିଜେତା କୁସ୍ତିଯୋଦ୍ଧା ଥିଲେ । ଶୁକ୍ରବାର ରାତିରେ ଘସୋଲା ଗାଁ ନିକଟ ଜାତୀୟ ରାଜପଥରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ନବଦୀପ ।  ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଦାଦ୍ରି ସିଭିଲ୍ ହସ୍ପିଟାଲକୁ ପଠାଯାଇଥିଲା । ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । 

ସୂଚନା ଅନୁଯାୟୀ, ନବଦୀପ ତାଙ୍କ ବନ୍ଧୁମାନଙ୍କ ସହିତ ଚରଖି ଦାଦରୀ ଆସିଥିଲେ। ଫେରୁଥିବା ସମୟରେ, ସେ ଘସୋଲା ନିକଟରେ ଜାତୀୟ ରାଜପଥ  ପାର ହେଉଥିଲେ । ସେହି ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ।  ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ନବଦୀପ ନିଜେ ଜଣେ କୁସ୍ତିଯୋଦ୍ଧା ଥିଲେ ଏବଂ ରାଜ୍ୟ ସ୍ତରରେ ଅନେକ ପଦକ ଜିତିଥିଲେ। ଏହା ବ୍ୟତୀତ, ସେ ଗାଁର ଯୁବକମାନଙ୍କୁ କୁସ୍ତି ପ୍ରଶିକ୍ଷଣ ଦେଉଥିଲେ । ନବଦୀପଙ୍କର ଗୋଟିଏ ମାସର ଝିଅଟିଏ ଅଛି। ତାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଗାଁ ଲୋକଙ୍କ ଗହଣରେ ଶୋକର ଛାୟା ଖେଳିଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.