ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଭୁଲ୍ ରକ୍ତ ଚଢ଼ାଯାଇଥିଲେ କ'ଣ ହୁଏ ? ହୋଇପାରେ କି ମୃତ୍ୟୁ ?

Published By : Swapna Ray | August 10, 2025 5:24 PM

ନୂଆଦିଲ୍ଲୀ, ୧୦।୮: ଡାକ୍ତରଖାନାରେ ରକ୍ତ ଦରକାର ପଡ଼ିଲେ ବ୍ଲଡ୍ ବ୍ୟାଙ୍କରୁ ରକ୍ତ ଆଣି ରୋଗୀଙ୍କଠାରେ ଚଢ଼ାଯାଏ । କିନ୍ତୁ, ଯଦି ରୋଗୀଙ୍କୁ ଭୁଲ୍ ବ୍ଲଡ୍ ଗ୍ରୁପ୍ ଚଢ଼ାଯାଏ । ତେବେ ରୋଗୀଙ୍କ ମୃତ୍ୟୁ ହୋଇପାରେ କି ? ଯଦି ସେହି ରକ୍ତ ଅନ୍ୟ କାହାର ହୋଇଥାଏ ଏବଂ ରୋଗୀଙ୍କ ଶରୀର ସହିତ ମେଳ ଖାଏ ନାହିଁ, ତେବେ କ’ଣ ହୋଇପାରେ ? ଆସନ୍ତୁ ଜାଣିବା । ଯେତେବେଳେ ଜଣେ ରୋଗୀଙ୍କୁ ହସ୍ପିଟାଲରେ ରକ୍ତ ଆବଶ୍ୟକ ହୁଏ, ଡାକ୍ତର ତାଙ୍କ ଅବସ୍ଥାକୁ ସ୍ଥିର ରଖିବା ପାଇଁ ରକ୍ତ ପରିବର୍ତ୍ତନ ପ୍ରକ୍ରିୟା ବ୍ୟବହାର କରନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ଏପରି ରକ୍ତ ଦିଆଯାଏ ଯାହା ତାଙ୍କ ସହିତ ମେଳ ଖାଏ ନାହିଁ, ଶରୀରର ପ୍ରତିରକ୍ଷା ପ୍ରଣାଳୀ ଏହାକୁ ଏକ ବାହ୍ୟ ଆକ୍ରମଣ ବୋଲି ବିବେଚନା କରେ । ଏହି ଅବସ୍ଥାକୁ ଡାକ୍ତରୀ ଭାଷାରେ ଆକ୍ୟୁଟ୍ ହେମୋଲାଇଟିକ୍ ଟ୍ରାନ୍ସଫ୍ୟୁଜନ ରିଆକ୍ସନ (AHTR) କୁହାଯାଏ । ଏଥିରେ ଶରୀର ସେହି ନୂତନ ରକ୍ତକୁ ନଷ୍ଟ କରିବା ପାଇଁ ଆଣ୍ଟିବଡି ଉତ୍ପାଦନ କରେ, ଯାହା ଯୋଗୁଁ ରକ୍ତ କୋଷ ଫାଟିବା ଆରମ୍ଭ କରେ ଏବଂ ଶରୀରର ଆଭ୍ୟନ୍ତରୀଣ ଭାଗରେ ଗଭୀର ଭାବରେ ପ୍ରଭାବିତ ହୁଏ । 

ଭୁଲ୍ ରକ୍ତ ଚଢ଼ାଯାଇଥିଲେ କେମିତି ଜାଣିବେ ?

ଯଦି ଆପଣଙ୍କ ଶରୀରରେ ରକ୍ତ ଚଢ଼ାଯାଇଛି । ଏହାର କିଛି ସମୟ ବ୍ୟବଧାନରେ କିମ୍ୱା କିଛି ଘଣ୍ଟା ପରେ ଅତ୍ୟଧିକ ଜ୍ୱର ହେବା, ଶରୀର ଥଣ୍ଡା ଲାଗିବା, ଛାତି କିମ୍ବା ପିଠିରେ ହଠାତ୍ ଯନ୍ତ୍ରଣା ହେବା, ଶ୍ୱାସକ୍ରିୟାରେ ନେବାରେ କଷ୍ଟ ଅନୁଭବ ହେବା, ପରିସ୍ରାର ରଙ୍ଗ ଲାଲ କିମ୍ବା ଗାଢ଼ ଦେଖାଯିବା, ଶରୀରରେ ଫୁଲା କିମ୍ବା ଆଲର୍ଜି ପରି ଲକ୍ଷଣ ଦେଖାଯାଇଥାଏ । ତେବେ ଖୁବ୍ କମ୍ ସମୟରେ ଏଭଳି ଅବହେଳା ଘଟଣା ସାମନାକୁ ଆସେ । ଏଠି ପ୍ରଶ୍ନ ଉଠୁଛି ଏପରି ଭୁଲ୍ କାହିଁକି ହୁଏ ? ସାଧାରଣତଃ ହସ୍ପିଟାଲ ଏବଂ ରକ୍ତଭଣ୍ଡାରରେ ରକ୍ତ ଚଢ଼ାଇବା ପୂର୍ବରୁ ରକ୍ତ ଟାଇପିଂ ଭଳି ପ୍ରକ୍ରିୟା କରାଯାଏ । କିନ୍ତୁ ଯଦି କେହି ଅସାବଧାନ କରନ୍ତି, ଲେବଲିଂରେ ଭୁଲ୍ ହୁଏ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ପରୀକ୍ଷା ନକରି ରକ୍ତ ଚଢ଼ାଇ ଦିଆଯାଇଥାଏ, ତେବେ ଏହା ଘାତକ ପ୍ରମାଣିତ ହୋଇପାରେ । 

ଏବେ ଜାଣିବା ଏହି ବିପଦକୁ କିପରି ଏଡ଼ାଇବେ ?

ରକ୍ତ ପରୀକ୍ଷାର ସଠିକ୍ ରିପୋର୍ଟିଂ ଅର୍ଥାତ୍ ରକ୍ତ ସ୍ଥାନାନ୍ତର କରିବା ପୂର୍ବରୁ ସର୍ବଦା ରୋଗୀର ବ୍ଲଡ୍ ଗ୍ରୁପ୍ ଯାଞ୍ଚ କରନ୍ତୁ । ଏଥିସହ କ୍ରସ୍-ମ୍ୟାଚିଂ କରିବା ଆବଶ୍ୟକ ରହିଛି ଅର୍ଥାତ୍ ଡୋନର ଏବଂ ରୋଗୀଙ୍କ ରକ୍ତ ମିଶ୍ରଣ କରି ପରୀକ୍ଷା କରିବା ଆବଶ୍ୟକ । ରୋଗୀଙ୍କ ପରିବାର ମଧ୍ୟ ଜାଣିବା ଉଚିତ୍ ଯେ କେଉଁ ରକ୍ତ ଚଢ଼ାଯାଉଛି । ଭୁଲ୍ ବ୍ଲଡ୍ ଗ୍ରୁପ୍‌ର ରକ୍ତ ସ୍ଥାନାନ୍ତର ଏକ ଛୋଟ ଅବହେଳାର ଏକ ବଡ଼ ପରିଣାମ ହୋଇପାରେ । ଏହି ଅବସ୍ଥା କିଛି ମିନିଟ୍ ମଧ୍ୟରେ ଶରୀର ଭିତରେ ବିଶୃଙ୍ଖଳା ସୃଷ୍ଟି କରିପାରେ ଏବଂ ସମୟ ମଧ୍ୟରେ ଚିକିତ୍ସା ନ ମିଳିଲେ ରୋଗୀଙ୍କ ମୃତ୍ୟୁ ବି ହୋଇପାରେ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.