PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଦୁଇ ଭାଗରେ ବାଣ୍ଟି ହେଲା ଆରଜେଡି, ତେଜପ୍ରତାପ ଘୋଷଣା କଲେ ‘ଲାଲୁ-ରାବିଡି’ ମୋର୍ଚ୍ଚା

ପାଟନା,୧।୪: ଆରଜେଡି ମୁଖ୍ୟ ଓ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ବିଦ୍ରୋହ ଆରମ୍ଭ ହୋଇଯାଇଛି। କ୍ଷମତା ଲଢେଇରେ ଦୁଇ ଭାଇଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ। ବଡ ପୁଅ ତେଜ ପ୍ରତାପ ଯାଦବ ଖୋଲାଖୋଲି ଭାବରେ ନିଜ ଦଳ ବିରୋଧରେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି। ଅସନ୍ତୁଷ୍ଟ ତେଜ ପ୍ରତାପ ଆଜି ନିଜ ବାପା-ମାଙ୍କ ନାମରେ ନୂଆ ମୋର୍ଚ୍ଚା ଖୋଲିଥିବା ନେଇ ଘୋଷଣା କରିଛନ୍ତି। ତେଜ ପ୍ରତାପ ସ୍ପଷ୍ଟ କରିଛନ୍ତି ଯେ ଯଦି ସେ ଶିବହର ଓ ଜହାନାବାଦରୁ ତାଙ୍କର ପନପସନ୍ଦ ନେତାଙ୍କୁ ଟିକେଟ ଯଦି ମିଳିବ ନାହିଁ ତେବେ ‘ଲାଲୁ-ରାବିଡି’ ମୋର୍ଚ୍ଚା ୨୦ଟି ଆସନରେ ନିଜର ପ୍ରାର୍ଥୀଙ୍କୁ ଠିଆ କରିଦେବ।

ତେଜପ୍ରତାପ ସାମ୍ବାଦିକଙ୍କ ସହ କଥା ହୋଇ କହିଛନ୍ତି ଆମେ ଦଳକୁ ଶିବହର ଓ ଜହାନାବାଦ ସହିତ ଦୁଇଟି ଆସନରେ ମାଗୁଛୁ। ଯଦି ଦଳ ଏହି ଦୁଇଟି ଆସନରେ ମନପସନ୍ଦ ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ନାହିଁ ତେବେ ନିର୍ଦଳୀୟ ପ୍ରାର୍ଥୀ ଛାଡିବୁ। ଏହା ସହ  ତାଙ୍କ ସାନ ଭାଇ  ଅନ୍ୟ ଚାପୁଲୁସି କରୁଛନ୍ତି ଏବଂ ଦଳରେ ପ୍ରକୃତ କର୍ମୀଙ୍କୁ ପ୍ରାଧାନ୍ୟ ଦିଆଯାଉ ନଥିବା ନେଇ ଅଭିଯୋଗ କରିଛନ୍ତି ତେଜପ୍ରତାପ।

ସାରଣ ଆସନରୁ ତାଙ୍କ ଶ୍ବଶୁର ଚନ୍ଦ୍ରିକାଙ୍କୁ ଟିକେଟ୍ ମିଳିବା କାରଣ ତେଜପ୍ରତାପ ଅସନ୍ତୁଷ୍ଟ ହୋଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଦେଇଛନ୍ତି ଯେ, ଯଦି ଆରଜେଡି ଏହି ଆସନରେ ଅନ୍ୟ କାହାକୁ ଟିକେ ଦେବ ତେବେ ତାଙ୍କ ବିରୋଧରେ ନିର୍ବାଚନ ଲଢିବି। ଯଦି ଏହି ଆସନରେ ତାଙ୍କ ମା’ କିମ୍ବା ଭଉଣୀଙ୍କ କେହି ଯଦି ନିର୍ବାଚନ ନଲଢନ୍ତି ତେବେ ସେ ନିର୍ଦଳୀୟ ତାଙ୍କ ଶ୍ବଶୁରଙ୍କ ବିରୋଧରେ ନିର୍ବାଚନ ଲଢିବେ।

ଉଲ୍ଳେଖନୀୟ ଯେ ତେଜପ୍ରତାପ ଜାହାନାବାଦରୁ ଚନ୍ଦ୍ର ପ୍ରକାଶ ଯାଦବଙ୍କୁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ କରିବା ନେଇ କହିଥିଲେ। ତେବେ ତେଜପ୍ରତାପଙ୍କ ସାନ ଭାଇ ତେଜସ୍ବୀ ଏହି ଆସନରୁ ସୁରେନ୍ଦ୍ର ଯାଦବଙ୍କୁ ଟିକେଟ୍ ଦେଇଥିଲେ। କେବଳ ସେତିକି ନୁହେଁ, ତେଜପ୍ରତାପ ଶିବହରରୁ ମଧ୍ୟ ଅଙ୍ଗେଶ ନାମକ ଜଣେ ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ନେଇ କହିଥିଲେ।