ଲଣ୍ଡନ,୦୯/୦୬: ଲଣ୍ଡରନ ଦ ଓଭାଲ ଗ୍ରାଉଣ୍ଡରେ ଖେଳା ଯାଉଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନସିପ(ଡବ୍ଲ୍ୟଟିସି) ୨୦୨୩ର ଫାଇନାଲ୍ ମୁକାବିଲାରେ ଅଷ୍ଟ୍ରେଲିଆର ପ୍ରାଧ୍ୟାନ୍ୟ ଜାରି ରହିଛି। ତୃତୀୟ ଦିନର ଖେଳ ସରିଥିବା ବେଳେ ଭାରତ ବ୍ୟାକଫୁଟ୍ରେ ରହିଛି। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ ହରାଇ ୧୨୩ ରନ କରିଛି। ଏଥିସହ କଙ୍ଗାରୁ ଦଳ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୨୯୬ ରନ ଆଗରେ ରହିଛି। କ୍ରିଜରେ ମାର୍ନସ ଲାବୁସେନ ୪୧ ଏବଂ କ୍ୟାମେରୁନ ଗ୍ରୀନ ୭ ରନ କରି ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଥିଲା।
ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିବା ବେଳେ ଦଳୀୟ ସ୍କୋର ୨ ରନରେ ଡେଭିଡ୍ ଓ୍ଵାର୍ଣ୍ଣର(୧) ଆଉଟ୍ ହୋଇଥିଲେ। ପୁଣି ୨୪ ରନ ସ୍କୋରରେ ଉସ୍ମାନ ଖ୍ଵାଜା(୧୩) ପାଭିଲିୟନ ଫେରିଥିଲେ। ଏହାପରେ ମାର୍ନସ ଲାବୁସେନ ଏବଂ ଷ୍ଟିଭ୍ ସ୍ମିଥ୍ ତୃତୀୟ ଓ୍ଵିକେଟ୍ ପାଇଁ ୬୨ ରନ ଯୋଡ଼ି ସ୍ଥିତିରେ ସୁଧାର ଆଣିଥିଲେ। ତେବେ ୮୬ ରନ ସ୍କୋରରେ ସ୍ମିଥ୍ ୪୭ ବଲ୍ରୁ ୩ ଚୌକା ସହ ୩୪ ରନ କରିଥିଲେ। ପ୍ରଥମ ଇନିଂସରେ ଦମଦାର ଶତକୀୟ ଇନିଂସ ଖେଳିଥିବା ଟ୍ରେଭିସ୍ ହେଡ୍ ୧୮ ରନ କରି ପାଭିଲିୟନ ଫେରିଥିଲେ।
{"id":585171,"sizeSlug":"full","linkDestination":"none"}
ଏହା ପରେ ଦିନର ଶେଷ ଆଡ଼କୁ ଲାବୁସେନ ଏବଂ ଗ୍ରୀନ ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ ହରାଇ ୧୨୩ ରନ କରିଛି। କ୍ରିଜରେ ମାର୍ନସ ଲାବୁସେନ ୪୧ ଏବଂ କ୍ୟାମେରୁନ ଗ୍ରୀନ ୭ ରନ କରି ଖେଳୁଛନ୍ତି। ଅଷ୍ଟ୍ରେଲିଆର ଦ୍ଵିତୀୟ ଇନିଂସରେ ଭାରତ ପକ୍ଷରୁ ଏ ପର୍ଯ୍ୟନ୍ତ ରବୀନ୍ଦ୍ର ଜାଡ଼େଜା ୨ଟି ଓ୍ଵିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ୍ ଏବଂ ଉମେଶ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।