ଡବ୍ଲୁଟିସି ଫାଇନାଲ୍: ଆଡିଡାସ୍ ଅଭ୍ୟାସ କିଟ୍ରେ ଟିମ ଇଣ୍ଡିଆ, ଟ୍ୱିଟ କରି ଫଟୋ ସେୟାର କଲା ବିସିସିଆଇ

ଲଣ୍ଡନ ୨୫/୦୫: ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍(ଡବ୍ଲ୍ୟୁଟିସି) ଫାଇନାଲ ପାଇଁ କିଛି ଭାରତୀୟ ଖେଳାଳି ଓ କୋଚମାନେ ଇତି ମଧ୍ୟରେ ଲଣ୍ଡନରେ ପହଞ୍ଚି ସାରିଛନ୍ତି । ବିସିସିଆଇ ସହ ନୂଆ କରି ଚୁକ୍ତି କରିଥିବା ଲୋକପ୍ରିୟ କ୍ରୀଡ଼ା ଉପକରଣ ପ୍ରସ୍ତୁତକାରୀ କମ୍ପାନୀ ଆଡିଡାସ୍ ଇତି ମଧ୍ୟରେ ଟିମ ଇଣ୍ଡିଆକୁ ଅଭ୍ୟାସ ଜର୍ସି ପ୍ରଦାନ କରିଛି ।
Unveiling #TeamIndia's new training kit 💙💙
— BCCI (@BCCI) May 25, 2023
Also, kickstarting our preparations for the #WTCFinal pic.twitter.com/iULctV8zL6
ଗୁରୁବାର ବିସିସିଆଇ ପକ୍ଷରୁ ଅଫିସିଆଲ ଟ୍ୱିଟର ପୃଷ୍ଠାରେ ଭାରତୀୟ ଟେଷ୍ଟ ଦଳର କିଛି ଫଟୋ ଅପଲୋଡ କରାଯାଇଥିଲା । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଓ ଅନ୍ୟ ସହକାରୀ କୋଚ୍ଙ୍କ ସହ ଭାରତୀୟ ଦଳର ଉମେଶ ଯାଦବ, ସର୍ଦୁଲ ଠାକୁର ଓ ଅକ୍ଷର ପଟେଲ ପ୍ରମୁଖ ଆଡିଡାସ୍ର ଅଭ୍ୟାସ ଜର୍ସି ଓ ପୋଷାକ ପରିଧାନ କରିଥିଲେ ।
ସୂଚନାଯୋଗ୍ୟ, ଜୁନ ୭ରୁ ୧୧ତାରିଖ ମଧ୍ୟରେ ଇଂଲଣ୍ଡର ଐତିହାସିକ ଓଭାଲ ଗ୍ରାଉଣ୍ଡ୍ରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଖେଳାଯିବ ।