ମୁମ୍ବାଇ : ସିନେମା ହଲରେ କମାଲ କରୁଛି ଭାରତୀୟ ସିନେମା ‘ଧୁରନ୍ଧର-୨’ ଦି ରିଭେଞ୍ଜ । ବ୍ୟବସାୟ ଦୃଷ୍ଟି କୋଣରୁ ମଧ୍ୟ ଦମଦାର ପ୍ରଦର୍ଶନ କରୁଛି ଏହି ଫିଲ୍ମ । ପ୍ରଥମ ଦିନରେ ଓ୍ବାଲ୍ଡଓ୍ବାଇଡ୍ କଲେକ୍ସନରେ ମଧ୍ୟ ରେକର୍ଡ କରିଛି । ୪ ଘଣ୍ଟାର ଏହି ଫିଲ୍ମଟି ପ୍ରଥମ ଦିନରେ ୨୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି । ଫିଲ୍ମରେ ଜ୍ବଳନ୍ତ ଅଭିନୟକୁ ଦର୍ଶକେ ବେଶ ଭଲପାଇବା ଦେଉଥିବାବେଳେ ଛୁଟୁଛି ପ୍ରଂଶସାର ସୁଅ । ଯେଉଁଥିରେ ସାମିଲ୍ ହୋଇଛନ୍ତି ସାଉଥ୍ ଫିଲ୍ମ ଜଗତର ଜଣାଶୁଣା ଡାଇରେକ୍ଟର ରାଜାମୌଲି । ବାହୁବଳି ଭଳି ହିଟ୍ ଫିଲ୍ମର ନିର୍ଦେ୍ଦଶନା ଭାର ସମ୍ଭାଳିଥିବା ରାଜାମୌଲି ଧୁରନ୍ଧରକୁ ନେଇ ପ୍ରଂଶସା କରିଛନ୍ତି ।
I loved Dhurandhar-1, but The Revenge surpassed the original in both scale and soul.
— rajamouli ss (@ssrajamouli) March 21, 2026
The writing, casting, technical execution, music, world design and direction are flawless…. But it’s the emotional stakes that really ground it.
The writing manages to weave plot twists that…
ରାଜାମୌଲି ଏବେ ଏକ ୧୨ଶହ କୋଟି ଟଙ୍କାର ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ବାରଣାସୀ ନାମରେ ଏହି ଫିଲ୍ମ ହାଇବଜେଟରେ ନିର୍ମାଣ ହେଉଛି । ଯେଉଁଥିରେ ମହେଶବାବୁଙ୍କ ସହ ପ୍ରିୟଙ୍କା ଚୋପ୍ରା ନଜର ଆସିଛନ୍ତି । ତଥାପି ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ‘ଧୁରନ୍ଧର-୨’ର ପ୍ରଂଶସା କରିଛନ୍ତି ରାଜାମୌଲି । ସେ ଏକ୍ସରେ ପୋଷ୍ଟ କରି ପ୍ରଂଶସା କରିଛନ୍ତି । ସେ ଲେଖିଛନ୍ତି କି, ପ୍ରଥମ ଭାଗକୁ ମୁଁ ବେଶ ପସନ୍ଦ କରିଥିଲି । ପ୍ରଥମ ଭାଗ ବହୁତ ଭଲ ହୋଇଥିଲା । ମାତ୍ର ଦ୍ବିତୀୟ ଭାଗର ଲେଖା, କାଷ୍ଟିଂ ସାଙ୍ଗକୁ ଅଭିନୟ ଏବଂ ଏଡିଟିଙ୍ଗ୍ ସବୁ ବେଷ୍ଟ ହୋଇଛି । ଫିଲ୍ମର ଗୀତ ବେଶ ହୃଦୟସ୍ପର୍ଶୀ ହୋଇଛି । ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯାଇଛି । ୪ ଘଣ୍ଟାର ଫିଲ୍ମ ନିର୍ମାଣ ଏବଂ ରିଲିଜ୍ କରିବା ପାଇଁ ସାହସ ରହିବା ଦରକାର । ଧନ୍ୟବାଦ ଆଦିତ୍ୟ ଧର ଏବଂ ଟିମ୍ ।
ଏହାସହ ପଢ଼ନ୍ତୁ : ‘ଧୁରନ୍ଧର ଦ ରିଭେଞ୍ଜ’ ରେ ଦଶକ ପୁରୁଣା ‘କୱାଲି’ର ସ୍ମୃତି ତାଜା, ମନେ ପଡିଲେ ସୁପରଷ୍ଟାର ରାଜେଶ ଖାନ୍ନା