ମୁମ୍ବାଇ,୨୧।୩: ରଣଭୀର ସିଂହଙ୍କ ଅଭିନୀତ ‘ଧୁରନ୍ଧର-୨’ ରିଲିଜ୍ ହୋଇ ସାରିଛି। ଚାରିଆଡେ ଏବେ କେବଳ ଫିଲ୍ମର ପ୍ରଶଂସା। ତେବେ ଫିଲ୍ମରେ ଏଥର କିଛି ଖାସ୍ ରହିଛି। ତାହା ହେଲା ଏହାର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍। ଏଥିରେ ବହୁ ପୁରୁଣା ଏବଂ ହିଟ୍ ଗୀତ ବି ରହିଛି। ଯେତେବେଳେ ଫିଲ୍ମର ବ୍ୟାକଗ୍ରାଉଣ୍ଡରେ ତାହା ବାଜେ, ଏକ ପଜିଟିଭ ଭାଇବ୍ ଦେବା ସହ ପୁରୁଣା ଦିନର ସ୍ମୃତି ଭିତରେ ହଜାଇ ଦିଏ। ଆପଣ ଏହାକୁ ପୁରା ଫିଲ୍ମ ଦେଖିପାରିବେ। ଫିଲ୍ମରେ ବହୁ ଆକ୍ଟରଙ୍କ ଏଣ୍ଟ୍ରି ସିନ୍ ସହିତ ଅଲଗା ଅଲଗା ବ୍ୟାକ୍ ଗ୍ରାଉଣ୍ଡ ମ୍ୟୁଜିକ୍ ରହିଛି। ଏଥିରେ କିଛି ବିଦେଶୀ ସିଙ୍ଗର ଏବଂ ରାପରଙ୍କ ରହିଛି। ତଥାପି, ପୁରୁଣା ଗୀତଗୁଡ଼ିକୁ ସାମିଲ କରିବା ମଧ୍ୟ ଫିଲ୍ମ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇଛି।

‘ଧୁରନ୍ଧର ଦ ରିଭେଞ୍ଜ’ର ଆରମ୍ଭରୁ ସେତେବେଳେ ଆପଣମାନେ ନିହାତି ଚକିତ ହୋଇଯିବେ, ଯେତେବେଳେ ହଠାତ ଗୋଟିଏ ସିନ୍‌ରେ ବଲିଉଡର ‘କାକା’ ଅର୍ଥାତ ସୁପରଷ୍ଟାର ରାଜେଶ ଖାନଙ୍କ ଫିଲ୍ମର ଏକ ‘କୱାଲି’ ଗୀତ ବାଜିବା ଆରମ୍ଭ କରେ। ଏହି ‘କୱାଲି’କୁ ନିହାତି ପକ୍ଷେ ଟିଭି କିମ୍ବା ରେଡିଓରେ ନିହାତି ଶୁଣିଥିବେ। ତାହା ହେଲା କଭି ବେଖୁଦିନେ ମାରା...। ‘ଧୁରନ୍ଧର-୨’ସହିତ ପୁଣିଥରେ ଏହି କୱାଲି ପୁରୁଣା ଦିନର ସ୍ମୃତିକୁ ତାଜା କରିଛି।

‘ଧୁରନ୍ଧର-୨’ ଜସକିରତ ସିଂହଙ୍କ ବ୍ୟାକ୍ ଷ୍ଟୋରୀ ସହିତ ଆରମ୍ଭ ହୁଏ, ଯାହା ପରେ ଫିଲ୍ମରେ ବର୍ତ୍ତମାନର ସମୟକୁ ଫେରିଆସେ। ଜସକିରତ ସିଂହ ଏବେ ଭାରତୀୟ ଏଜେଣ୍ଟ ହମଜା ଅଲି ମଜାରି ହୋଇଯାଇଛନ୍ତି ଏବଂ ଏକ ଢାବାରେ ଚା ପିଉଥିବା ଅନ୍ୟ ଏକ ଏଜେଣ୍ଟ ମହମ୍ମଦ ଆଲମଙ୍କ ସହ କଥା ହେଉଛନ୍ତି। ଏହି ସମୟରେ, ବ୍ୟାକ୍ଗ୍ରାଉଣ୍ଡରେ ଏକ ‘କୱାଲି’ ବାଜୁଛି, ଯାହାକି ଖୁବ୍ ଆକର୍ଷଣୀୟ। ‘କୱାଲି’ର ଗୀତଟି ହେଉଛି: ‘କଭି ବେକାସୀ ନେ ମାରା, କଭି ବେଖୁଦି ନେ ମାରା, ଗିଲା ମୌତ ସେ ନେହିଁ ହୈ, ମୁଝେ ଜିନ୍ଦେଗି ନେ ମାରା।’ ଗୀତଟି କୱାଲିର ପୁରୁଣା ଯୁଗର ସ୍ମୃତିକୁ ଫେରାଇ ଆଣୁଛି। ସବୁଠାରୁ ବଡ଼ କଥା ହେଲା ଫିଲ୍ମରେ ଯେଉଁ ଲୋକେସନ୍ର ଏହି ସିନ୍ ରହିଛି, ତାହାର କାହାଣୀ ଏବଂ ସ୍ଥାନ ପାକିସ୍ତାନ ଥିଲା। ତେବେ ସଙ୍ଗୀତର ତ କୌଣସି ସୀମା କି ସରହଦ ତ ନାହିଁ।

ଏହି ‘କୱାଲି’ ବିଷୟରେ ଯଦି କହିବା, ତେବେ ଏହା ରାଜେଶ ଖାନାଙ୍କ ୧୯୮୫ ମସିହାରେ ଆସିଥିବା ଫିଲ୍ମ ‘ଅଲଗ୍ ଅଲଗ୍’ର ଏକ ‘କୱାଲି’। ଏହାକୁ ଲେଖିଥିଲେ ଗୀତିକାର ଆନନ୍ଦ ବକ୍ସି ଏବଂ କମ୍ପୋଜ କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ଆର.ଡି. ବର୍ମନ। ସେଭଳି ଲିଜେଣ୍ଡ ସିଙ୍ଗର କିଶୋର କୁମାର ଗୀତଟିକୁ ଗାଇ ନିଜର ଭର୍ସାଇଟାଲ ରେଞ୍ଜର ପରିଚୟ ଦେଇଥିଲେ। ଫିଲ୍ମରେ ରାଜେଶ ଖାନ୍ନାଙ୍କ ବିପକ୍ଷରେ ଶଶି କପୁର ଏବଂ ଟିନା ଅମ୍ବାନୀ ମଧ୍ୟ ନଜର ଆସିଥିଲେ। ଏହି କୱାଲିର ଲୋକପ୍ରିୟତା ଏହି କଥାରୁ ଅନୁମାନ କରାଯାଇପାରେ ଯେ ଏହା YouTube ରେ ୧୦୦ ମିଲିୟନରୁ ଅଧିକ ଭ୍ୟୁ ପାଇଛି । ‘ଧୁରନ୍ଧର-୨’ ପରେ ଲୋକ ପୁଣିଥରେ ଏହି ଗୀତକୁ ଶୁଣୁଛନ୍ତି ଏବଂ କମେଣ୍ଟରେ ଗୀତ ସମ୍ପର୍କୀତ ନିଜର ସୃତି ମଧ୍ୟ ତାଜା କରୁଛନ୍ତି।

‘କୱାଲି’ର ନିଜସ୍ୱ ଯୁଗ ଥିଲା। ଏବେ ଏହା କେବଳ ବିଶେଷ ଅବସରରେ ପରିବେଷଣ କରାଯାଏ। ପୁରୁଣା ବଲିଉଡ୍ ଯୁଗରେ ମଧ୍ୟ ‘କୱାଲି’ର ଏକ ଐତିହ୍ୟ ଥିଲା। ‘କୱାଲି’ ଏବେ ଫିଲ୍ମରେ ପ୍ରାୟ ନାହିଁ। ତଥାପି, ଏକ ସମୟ ଥିଲା ଯେତେବେଳେ କମର୍ସିଆଲ ବଲିଉଡ୍ ଫିଲ୍ମରେ ମଧ୍ୟ ‘କୱାଲି’ ଥିଲା ଏବଂ ସେଗୁଡ଼ିକ ବହୁତ ହିଟ୍ ହେଉଥିଲା। ତଥାପି, ପରିବର୍ତ୍ତନ ସମୟ ସହିତ, କୱାଲିର ଚମକ ଫିକା ପଡ଼ିଯାଇଛି, କିମ୍ବା ନୀରବ ହୋଇଗଲାଣି। ତଥାପି, ‘ଧୁରନ୍ଧର-୨’ସହିତ, ‘କୱାଲି’ ଯୁଗର କିଛି ବାସ୍ନାକୁ ପୁନର୍ଜୀବିତ କରିବାର ପ୍ରୟାସ କରାଯାଇଛି। ପ୍ରଥମ ପାର୍ଟରେ ଥିଲା ‘ନା ତୋ କାରଭାଁ କି ତଲାସ ହୈ’ ନାମକ ମାନ୍ନା ଡେ ଙ୍କ ପ୍ରସିଦ୍ଧ ‘କୱାଲି’ କୁ ସାମିଲ କରାଯାଇଥିଲା। ଏବେ ପାର୍ଟ-୨ ରେ ଏହି ‘କୱାଲି’କୁ ସ୍ଥାନ ଦିଆଯାଇଛି। ‘ଧୁରନ୍ଧର-୨’ ବିଷୟରେ ଯଦି କଥା ହେବା, ତେବେ ଏହାର ନିଜର ଜଲୱା ଦେଖାଇବା ଆରମ୍ଭ କରିସାରଛି। ରିପୋର୍ଟ ଅନୁସାରେ, ଓପନିଂ ଡେ’ରେ ୨୫୦ କୋଟି କଲେକ୍ସନ କରିସାରିଛି। ଭାରତରେ ଫିଲ୍ମର ଜୋରଦାର କଲେକ୍ସନ ରହିଛି। ଏବେ କେବଳ ଓ୍ବିକଏଣ୍ଡରେ କେତେ ହେବ ତାହା ଦେଖିବାର ଅଛି।